ପ୍ରକୃତରେ ଗୋଟିଏ ଗଧ

କଥାଟିଏ - ଯାଯାବର

ମୁଲ୍ଲା ନସିରୁଦ୍ଦିନଙ୍କ ଗଧଟାଏ ଥିଲା। ସେ ତାକୁ ବହୁତ ଗେହ୍ଲା କରୁଥିଲେ। ଥରେ ମୁଲ୍ଲାଙ୍କ ଗାଁକୁ ଆସିଲେ ଜଣେ ଫକିର। ତାଙ୍କ ଠାରୁ ଶିକ୍ଷା ଲାଭ କରିବା ଲାଗି ଗାଁ ଲୋକେ ଗଲେ। ତା ଭିତରେ ଥିଲେ ମୁଲ୍ଲାଙ୍କ ପତ୍ନୀ। ଫକିର କହିଲେ- ତୁମେମାନେ ଯାହାକୁ ଭଲ ପାଉଛ, ତାକୁ ବନ୍ଧନରେ ବାନ୍ଧ ନାହିଁ। ତାକୁ ମୁକ୍ତ କରିଦିଅ। ତା ଠାରେ କୌଣସି ପ୍ରତ୍ୟାଶା ରଖ ନାହିଁ। ତୁମ ଭଲ ପାଇବା ନିଃସର୍ତ୍ତ ହେଉ। ଦେଖ, ଯଦି ସ୍ନେହ ଖାଣ୍ଟି, ତେବେ କେବଳ ସେଇ ସ୍ନେହର ବନ୍ଧନ ତାକୁ ତୁମ ପାଖକୁ ଭିଡ଼ି ଆଣିବ। ତୁମେ ଯାହାକୁ ଭଲ ପାଅ, ତାକୁ ମୁକ୍ତ କରିଦେଲେ ହିଁ ତୁମେ ବୁଝିପାରିବ ଯେ ସ୍ନେହର ଡୋର କେତେ ଦୃଢ଼!

କଥାଟା ମୁଲ୍ଲାଙ୍କ ସ୍ତ୍ରୀଙ୍କ ମନକୁ ପାଇଗଲା। ସେ କହିଲେ- ମୁଲ୍ଲା, ତୁମେ ଯଦି ଗଧକୁ ଭଲ ପାଅ, ତାହା ହେଲେ ତାକୁ ଛାଡ଼ି ଦିଅ। ‌େସଥିରୁ ଜଣାପଡ଼ିବ ତୁମ ଦୁଇ ଜଣଙ୍କ ଭିତରେ ସ୍ନେହ କେତେ?

ମୁଲ୍ଲା ଏହା ଶୁଣି ମନେ ମନେ ବିରକ୍ତ ହେଲେ ସିନା ପତ୍ନୀଙ୍କୁ କିଛି କହି ପାରିଲେ ନାହିଁ। ତେଣୁ ବାଧ୍ୟ ହୋଇ ସେ ଗଧକୁ ବନ୍ଧନମୁକ୍ତ କରି ଦେଲେ। ଗଧ ଖୋଲା ହେବା କ୍ଷଣି ଦୌଡ଼ି ଚାଲିଗଲା।

ଦିନ ଯାକ ବୁଲିବା ପରେ ଗଧଟି ହାଲିଆ ହୋଇଗଲା। ରାତିରେ ପ୍ରବଳ ଶୀତ ହେବାରୁ ଥଣ୍ଡା ସହି ନ ପାରି ଗଧଟି ମୁଲ୍ଲାଙ୍କ ଘରକୁ ଫେରିଲା ଓ ନିଶାର୍ଧ‌େର ଘର ଆଗରେ ଛିଡ଼ା ହୋଇ ବୋବାଳି ଛାଡ଼ିଲା। ମୁଲ୍ଲାଙ୍କ ପତ୍ନୀ ଏହା ଦେଖି ମହାଖୁସି।

ସେ ମୁଲ୍ଲାଙ୍କୁ କହିଲେ- ସତରେ ଗଧ ତୁମକୁ ଭାରି ଭଲ ପାଏ।

ମୁଲ୍ଲା କିନ୍ତୁ ମନେ ମନେ ଭାବୁଥିଲେ ଯେ ସତରେ ମୋ ଗଧଟା ପ୍ରକୃତରେ ଗୋଟିଏ ଗଧ।

ସମ୍ବନ୍ଧିତ ଖବର