ଜଣେ ଭଚ୍ଚାଭିଳାଷୀ ରାଜା ତାଙ୍କ ରାଜ୍ୟର ତ୍ରିକାଳଜ୍ଞ ପଣ୍ତିତଙ୍କ ସହିତ କଥା ହେଲା ବେଳେ ରାଜା ଚକ୍ରବର୍ତ୍ତୀ ହେବା କଥା ପଡ଼ିଲା। କଥା ପ୍ରସଙ୍ଗରେ ପଣ୍ଡିତ ମହାଶୟ କହିଲେ ଯେ ଆପଣ ଯଦି ଚକ୍ରବର୍ତ୍ତୀ ସମ୍ରାଟ ହୋଇଯିବେ, ତେବେ ଏ ପୃଥିବୀରେ ତ ଆପଣଙ୍କ ସମ୍ମାନ ବଢ଼ିବ, ମହାପ୍ରୟାଣ ପରେ ଆପଣ ସିଧା ସ୍ବର୍ଗକୁୁ ଯିବେ ଏବ˚ ସେଠାରେ ଭଗବାନଙ୍କ ନିକଟରେ ଅତି ସୁସଜ୍ଜିତ ସି˚ହାସନରେ ବସିବାର ସୁଯୋଗ ପାଇବେ।

Advertisment

ଏହା ପରେ ରାଜାଙ୍କ ମନରେ ଚକ୍ରବର୍ତ୍ତୀ ସମ୍ରାଟ ହେବାର ନିଶା ଘାରିଲା। ସତକୁ ସତ ସେ ଜଣେ ଚକ୍ରବର୍ତ୍ତୀ ସମ୍ରାଟରେ ପରିଣତ ହେଲେ।

ତେବେ, ସେ ଯାହା ହେଉ, ଯଥା ସମୟରେ ତାଙ୍କର ମୃତ୍ୟୁ ହେଲା। ପଣ୍ତିତ କହିଥିବା ଭଳି ସେ ସିଧା ଗଲେ ସ୍ବର୍ଗ। ସ୍ବର୍ଗରେ ପହଞ୍ଚିବା କ୍ଷଣି ତାଙ୍କୁ ପାଛୋଟି ଭଗବାନଙ୍କ ନିକଟକୁ ନିଆଗଲା। ଭଗବାନଙ୍କ ଦର୍ଶନ ପରେ ତାଙ୍କୁ ସି˚ହାସନରେ ଆସନ ଗ୍ରହଣ କରିବାକୁ କୁହାଗଲା। କିନ୍ତୁ ସି˚ହାସନ କାହିଁ? ଏକ ବିଶାଳ ପ୍ରାଙ୍ଗଣରେ ପଡ଼ିଥିଲା ଶହ ଶହ ସି˚ହାସନ। କିନ୍ତୁ ତାହା ଲୋକାରଣ୍ୟ ଥିଲା। ଚକ୍ରବର୍ତ୍ତୀ ସମ୍ରାଟ ସେଠାରେ କେମିତି ସି˚ହାସନଟିଏ ପାଇବେ ସେଥି ଲାଗି ଦ୍ବାରପାଳଙ୍କୁ ପଚାରିବାରୁ ଦ୍ବାରପାଳ କହିଲେ- ଆପଣଙ୍କ ଆସନ? ଯେତିକି ଲୋକ ସି˚ହାସନରେ ବସିଛନ୍ତି, ତାର କେଇ ଗୁଣ ଅଧିକ ଲୋକ ଦେଖନ୍ତୁ ସେଠାରେ ନିଜ ପାଳି ଲାଗି ଛିଡ଼ା ହୋଇ ଅପେକ୍ଷା କରିଛନ୍ତି। ଆପଣ ସେଠି ଅପେକ୍ଷା କରନ୍ତୁ। ଆପଣଙ୍କ ପାଳି ଆସିଲେ ବସିବେ।

ସମ୍ରାଟ କହିଲେ- ମୁଁ କିନ୍ତୁ ଜଣେ ଚକ୍ରବର୍ତ୍ତୀ ସମ୍ରାଟ।

ଦ୍ବାରପାଳ କହିଲେ- ଏଠି ଅପେକ୍ଷା କରିଥିବା ସମସ୍ତେ ତ ଜଣେ ଜଣେ ଚକ୍ରବର୍ତ୍ତୀ ସମ୍ରାଟ!

ରାଜା ଭାବୁଥିଲେ ସତରେ ପୃଥିବୀରେ ଏତେ ଉଚ୍ଚାଭିଳାଷୀ ଲୋକ ଅଛନ୍ତି!