ସ˚ସାର ଶିକ୍ଷା

କଥାଟିଏ - ଯାଯାବର

ଜଣେ ଯୁବକ ଆସି ପହଞ୍ଚିଲା ସାଧୁଙ୍କ ପାଖରେ। ସେ କହିଲା- ମୁଁ ଘର ସ˚ସାର ପରିତ୍ୟାଗ କରି ଆପଣଙ୍କ ନିକଟକୁ ଆସିଛି। ମୁଁ ମାୟା ମୋହରେ ପଡ଼ିବାକୁ ଚାହୁଁନାହିଁ। ମୋତେ ଆପଣ ଶିଷ୍ୟ ଭାବେ ଗ୍ରହଣ କରନ୍ତୁ।

ସାଧୁ ପଚାରିଲେ- ତୁମେ ବିବାହ କରିଛ କି?

ଯୁବକ କହିଲା- କିଛି ବର୍ଷ ହେଲା ବିବାହ କରିଛି। ମୋର ପୁତ୍ର ସନ୍ତାନଟିଏ ବି ଅଛି। ଘରେ ବାପା, ମାଆ, ଭାଇ, ଭଉଣୀ ଆଦି ଅଛନ୍ତି। କିନ୍ତୁ ମୁଁ ଦେଖୁଛି ସ˚ସାରରେ ମଜ୍ଜି ରହି କାଳ କାଟିବା ଅର୍ଥ ସମୟ ନଷ୍ଟ କରିବା। ମୁଁ ଆପଣଙ୍କ ଭଳି ହେବାକୁ ଚାହେଁ।

ସନ୍ନ୍ୟାସୀ କହିଲେ- ବାବୁରେ ମୁଁ ତ ମୂର୍ଖ। ତୋତେ ଶିଷ୍ୟ କରିବି କ’ଣ?

ଯୁବକ କହିଲା- ଆପଣଙ୍କ ଅଗାଧ ଜ୍ଞାନ ଥାଇ ବି ଆପଣ କାହିଁକି ନିଜକୁ ମୂର୍ଖ ବୋଲି କହୁଛନ୍ତି?

ସାଧୁ କହିଲେ- ବାବୁରେ ମୁଁ ଶିକ୍ଷା ଲାଭ କଲା ପରେ ସନ୍ନ୍ୟାସୀ ହୋଇଗଲି। ଗୃହସ୍ଥ ଆଶ୍ରମ ଭିତରକୁ ପଶିଲି ନାହିଁ। କିନ୍ତୁ ସେଥିଲାଗି ଜୀବନର ବହୁତ ମୂଲ୍ୟବାନ ଶିକ୍ଷା ପାଇଲି ନାହିଁ। ସ˚ସାର ଭିତରେ ରହିଲେ ତୁ ସ୍ନେହର ମୂଲ୍ୟ କ’ଣ ତାହା ବୁଝିବୁ। କର୍ତ୍ତବ୍ୟ ଓ ତ୍ୟାଗ କାହାକୁ କହନ୍ତି, ସେ କଥା ବୁଝିବୁ ଓ କାମରେ କରି ଦେଖାଇବୁ। ମନରେ ଅନେକ ସମୟରେ କ୍ରୋଧ ଜାତ ହେଲେ ବି ପରିସ୍ଥିତିକୁ ସମ୍ଭାଳିବା ଲାଗି ତାକୁ ନିିୟନ୍ତ୍ରଣ କରିବା ଶିଖିବୁ। ଈର୍ଷା ଜାତ ହେଲେ ତାକୁ ଦୂର କରି ମନକୁ କେମିତି ପ୍ରବୋଧନା ଦେବାକୁ ହୁଏ, ତାହା ଜାଣିବୁ। ସ˚ଯମ ଶିଖିବୁ, ସ˚ପର୍କର ଭାରସାମ୍ୟ ରକ୍ଷା କରିବାର ବାଗ ଶିଖିବୁ। ଏ ସବୁ ଶିକ୍ଷା କେଉଁ ପୁସ୍ତକ ତୋତେ ଦେବନାହିଁ। ଗୃହସ୍ଥ ଆଶ୍ରମରେ ରହିବା ଅର୍ଥ ଜୀବନ ବିଦ୍ୟାଳୟରୁ ବଞ୍ଚିବାର ଜ୍ଞାନ ହାସଲ କରିବା। ତେଣୁ ମୋ ପରାମର୍ଶ ମାନି ତୁ ଯାଇ ସ˚ସାର ଚଳା ଏବ˚ ମୋ ଭଳି ସନ୍ନ୍ୟାସୀ ଠାରୁ ଢେର ଅଧିକ ଜ୍ଞାନ ଲାଭ କର।

ସମ୍ବନ୍ଧିତ ଖବର