ଜଣେ ବୃଦ୍ଧ ଜେନ୍‌ ସାଧକ ଗୋଟିଏ ବିଚିତ୍ର ଅଭ୍ୟାସରେ ଲାଗିଥିଲେ। କେଶ ଠାରୁ ଆହୁରି ସରୁ ଗୋଟିଏ ରେଶମ ସୂତାରେ ବନ୍ଧା ହୋଇଥିଲା ଗୋଟିଏ ଛୋଟ ମୁଦ୍ରିକା। ତାକୁ ନିଜ ଧନୁତୀର ଦ୍ବାରା ଲକ୍ଷ୍ୟ ଭେଦ କରିବାର ଅଭ୍ୟାସରେ ଥିଲେ।

Advertisment

ଅନେକ ଦିନ ଧରି ତାଙ୍କ ପ୍ରୟାସ ଚାଲିଲା। ସେହି ଆଶ୍ରମରେ ଥିବା ଅନ୍ତେବାସୀମାନେ କହିଲେ- ସେ ଚେ‌ଷ୍ଟା କରନାହିଁ। କାରଣ ଏହା ହେବା ଅନେକ କଷ୍ଟକର। ଦୈବାତ୍ କେବେ କେମିତି ହୋଇଯାଇପାରେ। କିନ୍ତୁ ଏହା ବି ସତ ଯେ ସାରା ଜୀବନ ବିତି ଯିବ କେବେ ସମ୍ଭବ ହୋଇ ନ ପାରେ ମଧ୍ୟ। ଜେନ୍ ସାଧକ ବୃଦ୍ଧ ହୋଇଯାଇଥିବାରୁ ତାଙ୍କ ହାତ ବି ଥରୁଥିଲା। କିନ୍ତୁ ସେ କହିଲେ- ଅଭ୍ୟାସ କରୁଛି। ଦିନେ ନା ଦିନେ ତ ନିଶ୍ଚୟ ଲକ୍ଷ୍ୟ ଭେଦ କରିବି।

ଅଗତ୍ୟା ଦିନେ ତାହା ହୋଇଗଲା। ତୀର ଯାଇ ରେଶମ ସୂତାକୁ ଛିଣ୍ଡାଇ ପକାଇଲା। ଯେଉଁମାନେ ସେଠାରେ ଥିଲେ ବୃଦ୍ଧ ସାଧକଙ୍କ ଆଗରେ ନତଜାନୁ ହୋଇ ବସି ତାଙ୍କୁ ସମ୍ମାନ ଜଣାଇଲେ। ତାଙ୍କ ସମ୍ମାନାର୍ଥେ ଆଶ୍ରମରେ ଚା’ ପରିବେଷଣ କରାଗଲା। ବୃଦ୍ଧ ଆତ୍ମହରା ହୋଇଗଲେ।

ପର ଦିନ ସକାଳୁ ବୃଦ୍ଧ ପୁଣି ଧନୁ ତୀର ଧରି ଅଭ୍ୟାସରେ ଲାଗିଥିବା ଦେଖିବାକୁ ମିଳିଲା। ଅନ୍ତେବାସୀମାନେ ପଚାରିଲେ- ଲକ୍ଷ୍ୟ ଭେଦ ତ କରି ସାରିଲେଣି, ଏବେ ପୁଣି କ’ଣ?
ବୃଦ୍ଧ କହିଲେ- ଥରେ ହୋଇଗଲା। ଆଉ ତା ପରେ ପୁଣି ହେଉନାହିଁ। ତା ଅର୍ଥ ଏହା ସଂଯୋଗବଶତଃ ‌େହଲା। କିନ୍ତୁ ଯଦି ଥରେ ହେଲା, ଆଉ ଥରେ ହେବ ନାହିଁ କାହିଁକି? ଯଦି ଆଉ ଥରେ ହେବ ବାରମ୍ବାର ‌େହବନାହିଁ କାହିଁକି? ସଦାବେଳେ ହେବ ନାହିଁ କାହିଁକି? ସେଥି ଲାଗି ତ ଏ ଅଭ୍ୟାସ!