ଜଣେ ବୈରାଗୀ ସାଧୁ ଥିଲେ। ଥରେ ସେ ତାଙ୍କ େଚଲା ସହିତ କୌଣସି ସ୍ଥାନକୁ ଯାତ୍ରା କଲା ବେଳେ ବାଟେର ସନ୍ଧ୍ୟା ହୋଇଯିବାରୁ ଅଟକିଲେ। ସେ ଯେଉଁ ଗ୍ରାମରେ ରହିବା ଲାଗି ସ୍ଥିର କଲେ, ସେହି ଗ୍ରାମର ଧନୀ ଜମିଦାର ସେ ଦୁହିଁଙ୍କୁ ନିଜ ଘରକୁ ଡାକି ନେଇ ଅଭ୍ୟର୍ଥନା କଲେ। ସେଠାରେ ସେମାନଙ୍କୁ ଚମତ୍କାର ଖାଦ୍ୟ ମିଳିଲା, ଶୋଇବା ଲାଗି ନରମ ଶଯ୍ୟା ମିଳିଲା। ସକାଳେ ଘରୁ ବିଦାୟ ନେଲା ବେଳେ ଜମିଦାର ସାଧୁ ଓ ଚେଲାଙ୍କୁ ଗୋଟିଏ ଲେଖା ସୁବର୍ଣ୍ଣ ମୁଦ୍ରା ଦେଲେ।
ସେମାନେ ସେଠାରୁ ଆସିବା ପରେ ଚେଲାଟି ସାଧୁଙ୍କୁ କହିଲା- ମହାତ୍ମା, ମୁଁ ଭାରି ବିଚଳିତ ବୋଧ କରୁଛି। କଥା ହେଲା, ଆମେମାନେ ବୈରାଗୀ ହୋଇ ଜମିଦାରଙ୍କ ଘରେ ସବୁ ବିଳାସକୁ ଉପଭୋଗ କଲେ ଏବଂ ଏବେ ସୁବର୍ଣ୍ଣ ମୁଦ୍ରାକୁ ବି ଆପଣା ଧନ ଭଳି ପାଖରେ ରଖିଛନ୍ତି। ଏହା ଅଶୋଭନୀୟ।
ଏହା କହି ଚେଲାଟି ତା’ର ସୁବର୍ଣ୍ଣ ମୁଦ୍ରାକୁ ଦୂରକୁ ଫିଙ୍ଗିଦେଲା।
ଏଥର ସାଧୁ କହିଲେ- ବାବୁ ତୁମ ଓ ସେ ଜମିଦାରଙ୍କ ଭିତରେ କିଛି ଫରକ ନାହିଁ। ସେ ସୁନାକୁ ଭଲ ପାଆନ୍ତି ବୋଲି ସୁନା ଠୁଳ କରିଛନ୍ତି। ତୁମେ ସୁନାକୁ ଘୃଣା କର ବୋଲି ତା’ ଠାରୁ ଦୂରେଇ ରହିବାକୁ ଚାହଁ। ଏହାର ଅର୍ଥ ଦୁହେଁ ସୁନାକୁ ଚିହ୍ନିଛ। ଅସଲ ବୈରାଗୀ ସୁନାକୁ ଚିହ୍ନେନାହିଁ। ତାକୁ ବ୍ୟବହାର କରେନାହିଁ କି ଫିଙ୍ଗିଦିଏ ନାହିଁ। ତାକୁ ଗୋଡ଼ି ପଥର ଭଳି କରି ମାଟି କରିଦିଏ।
ଶିଷ୍ୟ ଏବେ କଥାଟିର ମର୍ମ ବୁଝିଲା। ସେ ମଧ୍ୟ ଦେଖିଲା ଯେ ଆଶ୍ରମକୁ ଫେରିବା ପରେ ଗୁରୁ ତାଙ୍କ ମୁଣିକୁ କୋଉ କୋଣକୁ ଫିଙ୍ଗିଦେଲେ। ତହିଁରେ ଥିବା ସୁନା କଥା ପୂରା ଭୁଲିଗଲେ। ସୁନା ସେଇଠି ପଡ଼ି ପଡ଼ି ମାଟି ଭଳି ହୋଇଗଲା।