ସତ ଓ ମିଛ

କଥାଟିଏ - ଯାଯାବର

ଥରେ ରାଜା ଓ ମୁଲ୍ଲା ନସିରୁଦ୍ଦିନଙ୍କ ଭିତରେ କୌଣସି ଏକ କଥାକୁ ନେଇ ଟିକିଏ ଯୁକ୍ତି ଲାଗିଲା। ରାଜା ରାଗିଯାଇ କହିଲେ- ମୁଲ୍ଲା, ତା ମାନେ ତୁମେ କହୁଛ ଯେ ମୁଁ ମିଛ କହୁଛି?

ମୁଲ୍ଲା କହିଲେ- ମହାରାଜ, ମୁଁ ତ ସେୟା କହିନି। ମୁଁ କହୁଛି ଯେ ମୁଁ ଯାହା କହୁଛି ତାହା ସତ। କିନ୍ତୁ ସେ କଥାଟି ଆପଣ କହୁଥିବା କଥାର ଓଲଟା। ତେଣୁ ଆପଣଙ୍କୁ ଲାଗୁଛି ଯେ ଆପଣ ମିଛ କହୁଛନ୍ତି ବୋଲି ମୁଁ କହିବାକୁ ଚାହୁଁଛି।

ରାଜା କହିଲେ- ମୁଲ୍ଲା, କଥାକୁ କେମିତି ବଙ୍କେଇ କହିହେବ, ତାହା ତୁମକୁ ଜଣା। ତୁମେ ଅସଲରେ କହିବାକୁ ଚାହଁ ଯେ ମୁଁ ମିଛୁଆ। ତା ପରେ ରାଜା ସଭାସଦ୍‌ମାନଙ୍କୁ ପଚାରିଲେ-ଆଚ୍ଛା, ମୁଁ ମିଛ କହେ କି?

ସଭାସଦ୍‌ମାନେ ଏକ ସ୍ବରରେ କହିଲେ- ନା ମହାରାଜ।

ତା ପରେ ରାଜା କହିଲେ- ଏବେ ଶୁଣିଲ ତ ମୁଲ୍ଲା, ମୁଁ କେବେ ମିଛ କହେନାହିଁ। ମୁଁ ସର୍ବଦା ସତ ପାଖରେ ଛିଡ଼ା ହୋଇଥାଏ।

ମୁଲ୍ଲା କହିଲେ- ମହାରାଜ, ଆପଣ ଠିକ୍‌ କହୁଛନ୍ତି। ମୁଁ ମଧୢ ସଦାବେଳେ ସତ ପାଖରେ ଛିଡ଼ା ହୋଇଥାଏ। କିନ୍ତୁ ଆମ ଭିତରେ ଗୋଟିଏ ଛୋଟିଆ ଫରକ ହେଲା ଆପଣ ସତକୁ ଭିଡ଼ି ଆଣି ଆପଣଙ୍କ ପାଖରେ ଛିଡ଼ା କରାନ୍ତି। କିନ୍ତୁ ମୁଁ ନିଜେ ଯାଇ ସତ ପାଖରେ ଛିଡ଼ା ହୁଏ।

ରାଜା ହସିଲେ ଏବ˚ କହିଲେ- ମୁଲ୍ଲା ତୁମେ ବିଚକ୍ଷଣ। ତୁମେ କହିସାରିଲଣି ଯେ ମୁଁ ରାଜା ବୋଲି ବଳ ପୂର୍ବକ ମିଛକୁ ସତରେ ପରିଣତ କରି ଦେଇପାରେ! ତୁମକୁ ଯୁକ୍ତିରେ ପାରିବା ଭାରି କଷ୍ଟ!

ସମ୍ବନ୍ଧିତ ଖବର