ଜଣେ ଦୁଃସାହସୀ ଯୁବକ ଥିଲେ। ତାଙ୍କ ରାଜ୍ୟର ଏକ ସୁଉଚ୍ଚ ଗିରି ଶୃଙ୍ଗକୁ ଆରୋହଣ କରିବାର ଇଚ୍ଛା ଦିନେ ତାଙ୍କ ମନରେ ଜାଗିଲା। ସେ ଇଚ୍ଛା ମନ ଭିତରେ ପ୍ରବଳତର ହୋଇ ଏକମାତ୍ର ଅଭୀଷ୍ଟରେ ପରିଣତ ହେଲା। ସୁତରା˚ ଦିନେ ସେଇ ଶୃଙ୍ଗକୁ ଆରୋହଣ କରିବାକୁ ସେ ବାହାରିଲେ।
ଏହା ତାଙ୍କର ପ୍ରଥମ ଅନୁଭୂତି ଥିଲା। ତା’ ଛଡ଼ା ତାହା ଏକ ବିପଦପୂର୍ଣ୍ଣ ଆରୋହଣ ମଧ୍ୟ ଥିଲା। କିନ୍ତୁ, ଶେଷରେ ସେ ଜିତିଲେ ଓ ପାହାଡ଼ର ଶିଖରରେ ପହଞ୍ଚିଲେ। ସେଠାରେ ପହଞ୍ଚିବା ପରେ ସେ ଆନନ୍ଦରେ ଆତ୍ମହରା ହୋଇ ଉଠିଲେ। ଗର୍ବରେ ତାଙ୍କ ଛାତି ଫୁଲି ଉଠିଲା। ସେ ଭାବିଲେ ଯେ ପରିଶେଷରେ ସେ ବିଜୟୀ ହୋଇଛନ୍ତି।
କିଛି ସମୟ ଶୃଙ୍ଗରେ ରହିବା ପରେ ସେ ତଳକୁ ଅବତରଣ କଲେ। କିନ୍ତୁ ଏବେ ସେ ବୁଝିପାରୁଥିଲେ ଯେ ଆରୋହଣ କରିବା ଭଳି ଅବତରଣ କରିବା ମଧୢ ଏକ ସମତୁଲ କଠିନ କାର୍ଯ୍ୟ। ଏବେ ଜିଣିବାର ଉତ୍ତେଜନା ପ୍ରଶମିତ ହେବାକୁ ଲାଗିଲା। ସେ ଆହୁରି ସତର୍କତା ଓ ଧୈର୍ଯ୍ୟର ସହିତ ଓହ୍ଲାଇଲେ ଏବ˚ ଶେଷରେ ପାଦ ଦେଶରେ ପହଞ୍ଚିଲେ।
ଏଥିରୁ ସେ ଯେଉଁ ଦୁର୍ଲଭ ଜ୍ଞାନ ଲାଭ କଲେ ତାହା ହେଲା ଶିଖର ସ୍ପର୍ଶରେ ସଫଳତା ମିଳିଯାଏ ନାହିଁ। ତାର ପରବର୍ତ୍ତୀ କାଳରେ ମଧୢ ସତର୍କତା ଏବ˚ ଧୈର୍ଯ୍ୟ ରକ୍ଷା କରିବାକୁ ହୁଏ। ତା’ ନ ହେଲେ ଅଘଟଣ ନିଶ୍ଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/footf.jpg)