ଥରେ ଜଣେ ଭାରତୀୟ ଓ ଜଣେ ଉତ୍ତର କୋରିଆର ଲୋକଙ୍କ ଭିତରେ ପରିଚୟ ହେଲା। କଥା ପ୍ରସଙ୍ଗରେ ଭୋକ କଥା ଆସିଲା। କୋରିଆର ଲୋକ କହିଲେ- ଆମ ଦେଶରେ କ୍ଷୁଧା ନାହିଁ।

Advertisment

ଏକଛତ୍ରବାଦୀ ଅତ୍ୟାଚାରୀ ଶାସକ ଅଧୀନରେ ଥିବା ଉତ୍ତର କୋରିଆର ଦାରିଦ୍ର୍ୟ ଓ କ୍ଷୁଧା କଥା କିଏ ନ ଜାଣେ? ତେଣୁ ଭାରତୀୟ କହିଲେ- ଆପଣ ୟେ କ’ଣ କହୁଛନ୍ତି?
କୋରିଆର ଲୋକ କହିଲେ- ଆପଣ ସର୍ବଗ୍ରାସୀ ଛେଳି ଗପ ଜାଣନ୍ତି। ଏବେ ଶୁଣନ୍ତୁ।

ଥରେ ଜଣେ ରାଜା କହିଲେ, ଯିଏ ଛେଳିର ସର୍ବଗ୍ରାସୀ କ୍ଷୁଧା ମୋଚନ କରିପାରିବ ତାକୁ ପୁରସ୍କାର ଦେବି। ଜଣେ ଲୋକ ଏହା ଶୁଣି ଛେଳିକୁ ନେଇ ଜଙ୍ଗଲକୁ ଗଲା। ତାକୁ ଠୁସେଇ ଠୁସେଇ କଅଁଳିଆ ଘାସପତ୍ର ଖୁଆଇ ସ˚ଧୢାରେ ଫେରିଲା। ସେ ଭାବିଲା ଛେଳି ଆଉ କିଛି ଖାଇବ ନାହିଁ। କିନ୍ତୁ ରାଜା ଯେତେବେଳେ ତା’ ଆଗରେ କିଛି କଅଁଳିଆ ଘାସପତ୍ର ଟେକି ଧରିଲେ ଛେଳି ତାକୁ ବି ଖାଇଲା।

ଏହା ଦେଖି ଆଉ ଜଣେ ଚତୁର ଲୋକ ନୂଆ ଉପାୟଟିଏ ପାଞ୍ଚିଲା। ସେ ଛେଳିକୁ ନେଇ ଜଙ୍ଗଲକୁ ଗଲା। ସେଠି ଛେଳି ଘାସପତ୍ର ଖାଇବା ଲାଗି ମୁହଁ ଲଗାଇବା ମାତ୍ରକେ ତା’ ମୁହଁରେ ପକାଇଲା ଶକ୍ତ ଠେଙ୍ଗା ପାହାର। ଯେତେ ଥର ଛେଳି ଖାଇବାକୁ ଉଦ୍ୟମ କଲା ସେତେ ଥର ପାହାର ଖାଇଲା। ତା’ ପରେ ଛେଳି ମାଡ଼ ଭୟରେ ଘାସ ଆଡ଼କୁ ଚାହିଁଲା ନାହିଁ। ତାକୁ ହାତରେ ଦେଲେ ବି ଖାଇଲା ନାହିଁ। ସ˚ଧୢାରେ ରାଜାଙ୍କ ପାଖକୁ ଫେରି ସେ କହିଲା ମୋ ଛେଳିର ପେଟ ପୂରି ଯାଇଛି। ରାଜା ପୂର୍ବ ଭଳି କିଛି କଅଁଳିଆ ଘାସ ଦେଖାଇଲେ, କିନ୍ତୁ କ୍ଷୁଧା ଜର୍ଜରିତ ଛେଳି ମୁହଁ ବୁଲାଇ ଦେଲା। ରାଜା କହିଲେ- ଛେଳିର ଭୋକ ନାହିଁ।

ସେମିତି ଆମ କୋରିଆରେ ଭୋକ ନାହିଁ।