ପଦିଏ କଥା

କଥାଟିଏ - ଯାଯାବର

ଅଦ୍ବିତୀୟ ସୁନ୍ଦରୀ ବିଶ୍ବ ପ୍ରସିଦ୍ଧ ଅଭିନେତ୍ରୀ ଗ୍ରେଟା ଗାର୍ବୋ ଜନ୍ମ ହୋଇଥିଲେ ଏକ ଅତ୍ୟନ୍ତ ଦରିଦ୍ର ପରିବାରରେ। ସେ ଏକ ସେଲୁନରେ ଚୂଳ କାଟୁଥିଲେ।

ଦିନକର କଥା। ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ସେଠାକୁ ଆସିଲେ। ଗ୍ରେଟା ତାଙ୍କ ଦାଢ଼ି କାଟୁଥିବା ବେଳେ ନିର୍ଦ୍ଦେଶକଙ୍କ ମୁହଁରୁ ବାହାରି ପଡ଼ିଲା- କି ସୁନ୍ଦର!

ଗ୍ରେଟା ଗାର୍ବୋ ପ୍ରଥମେ ଯାହା ଶୁଣିଲେ, ତାହା ବିଶ୍ବାସ କରି ପାରିଲେ ନାହିଁ। ସଂଭ୍ରମତାର ସହିତ ସେ ପଚାରିଲେ- କ’ଣ କହିଲେ?

ନିର୍ଦ୍ଦେଶକ ଏଥର ସ୍ପଷ୍ଟ ଭାବେ କହିଲେ- ତୁମେ ସତରେ କି ସୁନ୍ଦର!

ଗ୍ରେଟା ଗାର୍ବୋ ତାଙ୍କର ଅଧିକାଂଶ ସମୟ ଦର୍ପଣ ଆଗରେ ଛିଡ଼ା ହୋଇ କାଟୁଥିଲେ ଏବଂ କହିବା ଅନାବଶ୍ୟକ ଯେ ସର୍ବଦା ସେ ଦର୍ପଣରେ ନିଜ ଚେହେରା ହିଁ ବାରମ୍ବାର ଦେଖୁଥିବେ। ତେବେ ଏହି କଥା ପଦକ ଯେମିତି ତାଙ୍କୁ ପୁଣି ଥରେ ନିଜକୁ ନୂଆ ଭାବେ ଦେଖିବାକୁ କହିଦେଲା।

ସେ ପୁଣି ପଚାରିଲେ- ମୁଁ ସୁନ୍ଦର?

ନିର୍ଦ୍ଦେଶକ କହିଲେ- କେବଳ ସୁନ୍ଦର ନୁହଁ। ପୃଥିବୀର ସର୍ବଶ୍ରେଷ୍ଠ ସୁନ୍ଦରୀଙ୍କ ଭିତରେ ତୁମେ ଗଣା ହେବ। ମୁଁ ଜଣେ ସିନେମା ନିର୍ଦ୍ଦେଶକ। ତୁମ ଚେହେରା ଅତ୍ୟନ୍ତ ଫଟୋଜେନିକ୍‌। ତୁମେ ଯଦି ସିନେମା କର, ତେବେ କୁହୁକ ସୃଷ୍ଟି କରିଦେବ।

ନିଜ ପ୍ରତି ଗ୍ରେଟା ଗାର୍ବୋଙ୍କ ଦୃଷ୍ଟି ଏବେ ବଦଳି ଯାଇଥିଲା। ତା’ ପରେ ଯାହା ହେଲା ତାହା ଇତିହାସ।

କଥା ପଦିଏ ଏମିତି ଜୀବନ ବଦଳାଇ ଦିଏ।

ସମ୍ବନ୍ଧିତ ଖବର