ମୁଲ୍ଲା ନସିରୁଦ୍ଦିନ ରେଳରେ ଯାତ୍ରା କରୁଥିଲେ। ବାଟରେ ଟିକେଟ୍ ଚେକ୍ କରିବା ଲାଗି ଅଧିକାରୀ ପହଞ୍ଚି ଗଲେ। ସେ ଟିକେଟ୍ ମାଗିବାରୁ ମୁଲ୍ଲା ତାଙ୍କ କୋଟ୍ର ପକେଟ୍ ଭିତରେ ହାତ ପୂରାଇେଲ। କିନ୍ତୁ ପକେଟ୍ରେ କିଛି ନ ଥିଲା। ମୁଲ୍ଲା ଏଥର ଦ୍ବିତୀୟ ପକେଟ୍ରେ ହାତ ପୂରାଇଲେ। ସେଥିେର ମଧ୍ୟ ଟିେକଟ୍ ନ ଥିଲା। ମୁଲ୍ଲାଙ୍କ କୋଟ୍ରେ ଥିଲା ଚାରିଟି ପକେଟ୍। ଏଥର ମୁଲ୍ଲା ତୃତୀୟ ପକେଟ୍ରେ ହାତ ଭର୍ତ୍ତି କରି ଅଣ୍ଡାଳିଲେ। ସେଥିରେ ମଧ୍ୟ ତାହା ନ ଥିଲା।
ମୁଲ୍ଲା ଏବେ ଟିକେଟ୍ କଲେକ୍ଟର ଆଡ଼କୁ ଚାହିଁ ଟିକିଏ ହସିଲେ ଏବଂ ପୁଣି ପ୍ରଥମ ପକେଟ୍ରେ ହାତ ପୂରାଇଲେ। ତା’ ପରେ ପୁଣି ଦ୍ବିତୀୟ ପକେଟ୍ ଓ ତା’ ପରେ ତୃତୀୟ ପକେଟ୍। କିନ୍ତୁ ଟିକେଟ୍ ମିଳିଲା ନାହିଁ। ମୁଲ୍ଲା ଏଥର ବି ଟିକିଏ ହସି ପୁଣି ପ୍ରଥମ ପକେଟ୍ରେ ହାତ ପୂରାଇଲେ। ପୁଣି ଦ୍ବିତୀୟ ପକେଟ୍ ଓ ତା’ ପରେ ତୃତୀୟ ପକେଟ୍।
ଏତେ ବେଳକୁ ଟିକେଟ୍ କଲେକ୍ଟରଙ୍କ ଧୈର୍ଯ୍ୟ ଚ୍ୟୁତି ଘଟି ସାରିଥିଲା। ସେ କହିଲେ- ମହାଶୟ। ଆପଣଙ୍କ କୋଟ୍ରେ ଚତୁର୍ଥ ପକେଟ୍ଟିଏ ବି ଅଛି। ତା’ ଭିତରେ ଖୋଜୁ ନାହାନ୍ତି?
ମୁଲ୍ଲା ଅଟକି ଗଲେ ଓ କହିଲେ- ସେ କଥା କୁହନା। ଯଦି ସେଥିରେ ନ ମିଳିଲା, ତାହା ହେଲେ? ତାହା ହେଲେ ତ ଖେଳ ଖତମ। ତେଣୁ ସେଇ ଆଶା ଟିକକ ବଞ୍ଚି ରହିବାକୁ ଦିଅ ଯେ କାଳେ ସେଥିରେ ଟିକେଟ୍ ଥିବ।
ଟିକେଟ୍ କଲେକ୍ଟର ଏହାର କି ଉତ୍ତର ଦେବେ ଭାବି ପାରିଲେ ନାହିଁ।