ପଣ୍ଡିତ ଓ ବୃଦ୍ଧ

କଥାଟିଏ - ଯାଯାବର

ଜଣେ ପଣ୍ଡିତ ଗୋଟିଏ ଗାଁକୁ ଆସି ପ୍ରବଚନ ଦେଉଥିଲେ। ସେ ଈଶ୍ବରଙ୍କ ବିଷୟରେ ବର୍ଣ୍ଣନା କରିବାକୁ ଯାଇ ବାରମ୍ବାର କହୁଥିଲେ- ଈଶ୍ବରଙ୍କ କୌଣସି ପରିଭାଷା ନାହିଁ, କୌଣସି ସଂଜ୍ଞା ନାହିଁ। ସେ ଅସୀମ। ତାଙ୍କର କୌଣସି ସୀମା ନାହିଁ ଇତ୍ୟାଦି ଇତ୍ୟାଦି।

ପଣ୍ଡିତଙ୍କ ଭାଷଣ ପରେ ଗାଁ ଲୋକେ ତାଙ୍କ ଜ୍ଞାନର ଭୁରି ଭୁରି ପ୍ରଶଂସା କରି ଘରକୁ ଫେରିଗଲେ। କେବଳ ରହିଗଲେ ଜଣେ ବୃଦ୍ଧ ବ୍ୟକ୍ତି। ତାଙ୍କର କୌଣସି ଶିକ୍ଷା‌ ନ ଥିଲା। ତେଣୁ ଲୋକେ ଭାବି‌େଲ ଯେ ସେ ବୋଧହୁଏ ପଣ୍ଡିତଙ୍କ ଭାଷଣ ବୁଝି ପାରି‌େଲ ନାହିଁ।

ପଣ୍ଡିତେ ପଚାରି‌ଲେ- କ’ଣ ମୋ କଥା ଭାରି କଷ୍ଟ ଥିଲା କି? ବୁଝି ପାରିଲ ନାହିଁ କେମିତି? ହଉ କ’ଣ ବୁଝି ପାରିଲ ନାହିଁ କହ।

ବୃଦ୍ଧ କହିଲେ- ଆଜ୍ଞା, ଆପଣ କହିଲେ ଯେ ଭଗବାନ ଅସୀମ! ମୁଁ ଜାଣିବାକୁ ଚାହୁଛି ଯେ ଆପଣ ତାଙ୍କ ସୀମା ମାପିବାକୁ ଚେଷ୍ଟା କରି ଏହା କହୁଛନ୍ତି ନା ଆଉ କିଏ କହିଛି ‌େବ‌ାଲି ଶୁଣି ବା ପଢ଼ି କହୁଛନ୍ତି? ଦ୍ବିତୀୟ କଥା ହେଲା ଯଦି ନିଜେ ମାପିବାକୁ ଚେଷ୍ଟା କରି ମାପି ପାରିଲେ ନାହିଁ, ତେବେ କହନ୍ତୁ ଯେ ଭଗବାନ ମୋ ପାଇଁ ଅସୀମ! କାରଣ ଆପଣ ଯେଉଁଠୁ ଆଗକୁ ନ ଯାଇ ଫେରି ଆସିଥିବେ, ସେଇଠୁ ହୁଏ’ତ ଆଉ କିଛି ପାଦ ଆ‌ଗକୁ ଯାଇଥିଲେ ସୀମା ମିଳି ଯାଇ ଥାଆନ୍ତା! ଆଉ ଯଦି କେହି ଛାତି ପିଟି କହନ୍ତି ଯେ ମୁଁ ମାପି କରି କହୁଛି ଯେ ସେ ଅସୀମ, ତେବେ ତାହା ମୂଲ୍ୟହୀନ। କାରଣ ଯଦି ମାପି କରି କହୁଛନ୍ତି ତେବେ ଅସୀମ ହେଲେ କେମିତି?

ପଣ୍ଡିତେ କ’ଣ ଉତ୍ତର ଦେବେ ବୋଲି ଭାବୁ ଭାବୁ ବୃଦ୍ଧ ପଚାରିଲେ ଦ୍ବିତୀୟ ପ୍ରଶ୍ନ- ମହାଶୟ, ଆପଣ କହିଲେ ଯେ ଭଗବାନଙ୍କ କୌଣସି ପରିଭାଷା ନାହିଁ। ଏଇ ଧାଡ଼ିକରେ ତ ନିଜେ ଆପଣ ତ ଭଗବାନଙ୍କର ଏକ ପରିଭାଷା ବା ସଂଜ୍ଞା ଦେଇଦେଲେ। ତା’ ମାନେ ଭଗବାନଙ୍କ ଗୋଟିଏ ସଂଜ୍ଞା ମିଳିଗଲା ଯେ ସେ ଏଭଳି ଯାହାଙ୍କର କୌଣସି ପରିଭା‌ଷା ନାହିଁ!

ପଣ୍ଡିତେ ଏହାର ଉତ୍ତର କ’ଣ ଦେବେ ବୋଲି ମଧ୍ୟ ଭାବି ପାରିଲେ ନାହିଁ।

ସମ୍ବନ୍ଧିତ ଖବର