ସ˚ପୂର୍ଣ୍ଣ ଜ୍ଞାନ

କଥାଟିଏ - ଯାଯାବର

ଜଣେ ଯୁବକ ସ˚ପୂର୍ଣ୍ଣ ଜ୍ଞାନ ଲାଭ କରିବାକୁ ଇଚ୍ଛୁକ ହେଲା। ତେଣୁ ସେ ଶାସ୍ତ୍ର ଅଧୢୟନରେ ମନକୁ ନିବେଶ କଲା। ଖୁବ୍‌ ଶୀଘ୍ର ସେ ବଡ଼ ପଣ୍ତିତରେ ପରିଣତ ହେଲା ଏବ˚ ଭାବିଲା ଆଉ ଏମିତି କିଛି ଜ୍ଞାନ ନାହିଁ, ତାହା ତାକୁ ଅଜଣା!

ଦିନକର କଥା। ପଣ୍ତିତ ଯୁବକ କୌଣସି ଏକ ଦୂର ସ୍ଥାନକୁ ବାହାରିଲା। ତା ସହିତ ଥିଲା ମୁଣିଟିଏ, ଯେଉଁଥିରେ ବହି ଭର୍ତି ହୋଇଥିଲା ଏବ˚ ହାତରେ ବି ଥିଲା ବହିଟିଏ। ବାଟରେ ଜଙ୍ଗଲ ପଡ଼ିଲା। ଜଙ୍ଗଲରେ ପଶିବା ପୂର୍ବରୁ ଶବର ଯୁବକଟିଏ ଦେଖାହେବାରୁ ସେ ପଣ୍ତିତ ଯୁବକକୁ ସତର୍କ କରାଇ କହିଲା ଯେ ଜଙ୍ଗଲରେ ବାଘ ଅଛନ୍ତି।
ଜ୍ଞାନୀ ଯୁବକ କହିଲା- ତାହା ହେଲେ ତୁମେ ମୋ ସହିତ ଆସ। ମୋତେ ଜଙ୍ଗଲ ପାର କରାଇ ଦେବ।

ଶବର ଯୁବକ ଏବେ ସେହି ପଣ୍ତିତ ଯୁବକ ସହିତ ଚାଲିଲା।

ବାଟରେ ହଠାତ୍‌ ଅଟକି ଯାଇ ଶବର ଯୁବକ କହିଲା- ଏ ଯେଉଁ ଈଷତ୍‌ ଗନ୍ଧ ଆସୁଛି, ତାହା ବାଘର। ଏବେ ଆମେ ଗଛ ଉପରେ ଚଢ଼ିଯିବା ବୁଦ୍ଧିମାନର କାମ ହେବ।

ଜ୍ଞାନୀ ଯୁବକ ଅସହାୟ ଭାବେ କହିଲା- ଏହି ଗନ୍ଧ ତାହା ହେଲେ ବାଘର ଗନ୍ଧ! କିନ୍ତୁ ମୁଁ ତ ଗଛ ଚଢ଼ା ଜାଣେ ନାହିଁ! ମୁଁ କ’ଣ କରିବି?

ଶବର ଯୁବକ ଆଉ କିଛି ନ କହି ପଣ୍ତିତଙ୍କୁ ଟେକି ନେଇ ଉଚ୍ଚ ଡାଳରେ ବସାଇ ଦେଲା ଏବ˚ ନିଜେ ଗଛ ଉପରକୁ ଚଢ଼ିଗଲା।

କିଛି ସମୟ ପରେ ବାଘ ଚାଲିଗଲା। ପଣ୍ତିତ ଯୁବକ ଗଛ ଉପରେ ବସି ଭାବୁଥିଲା ଯେ ସତରେ ଶାସ୍ତ୍ର ଜ୍ଞାନ ସ˚ପୂର୍ଣ୍ଣ ଜ୍ଞାନ ନୁହେଁ। ଜୀବନ ବଞ୍ଚିବାର ଜ୍ଞାନ ଶାସ୍ତ୍ରରୁ ଆସି ନ ଥାଏ।

ଶବର ଯୁବକ ତାକୁ ଜଙ୍ଗଲ ପାର କରିଦେଲା। ପଣ୍ତିତ ଯୁବକ ଏବେ ତାକୁ କହିଲା- ଏବେ ବୁଝୁଛି ଯେ ଶାସ୍ତ୍ର ଜ୍ଞାନ ଅସ˚ପୂର୍ଣ୍ଣ। ତୁମେ ମୋ ଆଖି ଖୋଲିଦେଲ।

ସମ୍ବନ୍ଧିତ ଖବର