ଉଜ୍ବେକିସ୍ତାନର ରାଜା ଥରେ ବିହାର କରିବା ଲାଗି ବାହାରିଲେ। ସେଥିଲାଗି ସେ ନିଜର ଅତି ପ୍ରିୟ ଆରବୀ ଘୋଡ଼ାକୁ ବାହାର କଲେ ଓ ତା’ ଉପରେ ସବାର ହୋଇ ବୁଲାବୁଲି କଲେ।
ଦ୍ବିପହର ସମୟକୁ ଗୋଟିଏ ମନୋରମ ଉଦ୍ୟାନରେ ଭୋଜିଭାତର ଆୟୋଜନ କରାଯାଇଥିଲା। ସେଠାରେ ଖିଅାପିଆ ହେଲା, ଧୂମ ନାଚଗୀତ ହେଲା। ରାଜାଙ୍କ ସଂପୂର୍ଣ୍ଣ ମନୋରଂଜନ ହେଲା। ସଂଧ୍ୟା ବେଳକୁ ରାଜା ଫେରିବାକୁ ଚାହିଁଲେ।
ଏହି ସମୟରେ ଜଣେ ପରିଚାରକ ଦୌଡ଼ି ଆସି ଜଣାଇଲା ଯେ ରାଜାଙ୍କ ଘୋଡ଼ାଟି ଚୋରି ହୋଇଯାଇଛି। ରାଜାଙ୍କ ମୁଣ୍ଡ ଗରମ ହୋଇଗଲା। ଚୋରର କି ସାହସ ଦେଖ।
ରାଜାଙ୍କ ଘୋଡ଼ା ଚୋରି କରିନେଇଛି! ପୁଣି ଦିନ ଦ୍ବିପହରେ ଓ ସମସ୍ତେ ଥିବା ବେଳେ!
ସମସ୍ତେ କହିଲେ- ଚୋରମାନଙ୍କୁ ସାବାଡ଼ କରିବାକୁ ହେବ। ସେମାନଙ୍କୁ ଖୋଜି ଖୋଜି ବାହାର କରି ଫାଶୀରେ ଝୁଲେଇ ଦିଆଯାଉ।
ଏତେ ସବୁ ଘଟିଲା ବେଳକୁ ମୁଲ୍ଲା ନସିରୁଦ୍ଦିନ ଢୁଳାଉ ଥିଲେ। କିନ୍ତୁ ଉଚ୍ଚବାଚ ଚାଲିଥିବାରୁ ତାଙ୍କ ନିଦ ଭାଙ୍ଗିଗଲା। ସେ ସେଠାକୁ ଆସି ସବୁ ଶୁଣିବା ପରେ କହିଲେ- ଜାହାଁପନା, କ୍ଷମା କରିବେ। ଦୋଷ ଚୋର ଠେଇଁ ନାହିଁ। ଦୋଷ ଆମ ଠାରେ।
ରାଜା ବିରକ୍ତ ହୋଇ କହିଲେ- କି ଅଜବ କଥା କହୁଛ ମୁଲ୍ଲା?
ନସିରୁଦ୍ଦିନ କହିଲେ- ମହାରାଜ, ଚୋର ତା’ କାମ କରିଛି। କିନ୍ତୁ ଆମେ ଆମ କାମ କରି ନାହାନ୍ତି।
ଆମେମାନେ ହୋସ୍ରେ ଥିଲେ େଚାରି ହୋଇଥାଆନ୍ତା କି? ଗମାତ ଭିତରେ ଆମେ ହୋସ ହରାଇବାର ଫଳ ଏୟା!