ଦୁଇଟି ପତ୍ର

କଥାଟିଏ - ଯାଯାବର

ଜଣେ ଗୁରୁ ଗୋଟିଏ ଖବର ପାଇ ବ୍ୟଥିତ ହେଲେ ଯେ ତାଙ୍କର ଜଣେ ପ୍ରିୟ ଶିଷ୍ୟ ଗୁରୁ ଗୃହରୁ ବାହାରି ଯିବା ପରେ କୁସଙ୍ଗରେ ପଡ଼ି ମଦ୍ୟ ପାନ କରି ମଉଜ କରୁଥିବା ଦେଖାଯାଉଛି। ସେ ବାହାରେ ଖୋଲାଖୋଲି ମଦ ପିଉଛନ୍ତି।

ସ୍ବାଭାବିକ ଭାବେ ଗୁରୁ ଏ ଖବର ପାଇ ମର୍ମାହତ ହେଲେ। ସେ ସଙ୍ଗେ ସଙ୍ଗେ ନିଜ ଶିଷ୍ୟଙ୍କ ପାଖକୁ ଏକ ପତ୍ର ଲେଖି ପଠାଇଲେ। ସେଥିରେ ଲେଖାଥିଲା- ତୁମେ ବାହାରେ ପ୍ରକାଶ୍ୟରେ ସୁରାପାନ କରୁଛ ବୋଲି ଶୁଣିବାକୁ ପାଇଲି। ଏହା ମୋତେ ବିଶ୍ବାସଯୋଗ୍ୟ ଲାଗିଲା ନାହିଁ। କିନ୍ତୁ ତାହା ଯଦି ସତ ହୋଇଥାଏ, ତେବେ ତା’କୁ ପରିତ୍ୟାଗ କରିବାର ଚେଷ୍ଟା କର। ଯଦି ତାହା ବି ସମ୍ଭବ ନ ହୁଏ, ତେବେ ମୋର ଛୋଟ କଥାଟିଏ ମାନ। ଅନ୍ତତଃ ସଂଭ୍ରମ ଦୃଷ୍ଟିରୁ ତୁମେ ଆଉ ବାହାରେ ସମସ୍ତଙ୍କ ଆଗରେ ତାମସା କର ନାହିଁ ବା ତାମସାର ପାତ୍ର ହୁଅନାହିଁ। ଘରେ ଏକାନ୍ତରେ ମଦ୍ୟ ପାନ କର!

ଏହାର ପ୍ରତ୍ୟୁତ୍ତରରେ ଗୁରୁଙ୍କ ପାଖକୁ ଶିଷ୍ୟ ଲେଖିଲେ- ମହାଭାଗ, ଆପଣ ଯାହା ଶୁଣିଛନ୍ତି ତାହା ସତ୍ୟ। କିନ୍ତୁ ଆପଣଙ୍କ ଚିଠିର ଗୋଟିଏ ପରାମର୍ଶ ମୋତେ ଆଦୌ ଭଲ ଲାଗିଲା ନାହିଁ। ଆପଣ ମୋତେ ଘରେ ଗୋପନରେ ପିଇବାକୁ କହିଛନ୍ତି। ତା’ର ଅର୍ଥ ଆପଣ ମୋତେ ଗୋଟିଏ ଶଠରେ ମଧ୍ୟ ପରିଣତ କରିବାକୁ ଚାହାନ୍ତି। ମୁଁ ତ ଏବେ ମଦ୍ୟପ। କିନ୍ତୁ ଶଠ ହୋଇନାହିଁ। ଲୋକେ ମୋତେ ଘୃଣା କରୁଛନ୍ତି। କିନ୍ତୁ ଆପଣ ଯାହା କହୁଛନ୍ତି ସେଥିରେ ତ ମୁଁ ଗୋଟିଏ ଶଠ ମଦ୍ୟପରେ ପରିଣତ ହେବି! ଏହା ତ ଆହୁରି ସାଂଘାତିକ!

ସମ୍ବନ୍ଧିତ ଖବର