ଜଣେ ସାଧୁ ଧ୍ୟାନ କରିବାକୁ ଏକ ନିରୋଳା ସ୍ଥାନ ଖୋଜିଲେ। ସେ ଦେଖିଲେ ନଈ କୂଳରେ ଡଙ୍ଗାଟିଏ ବନ୍ଧା ହୋଇଛି। ସେ ତାକୁ ନଈ ମଝିକୁ ବାହି ନେଲେ। ପାଗ ଅତ୍ୟନ୍ତ ମନୋରମ ଥିଲା। ସୂର୍ଯ୍ୟ କିରଣ କୋମଳ ଥିଲା। ସୁଲୁସୁଲିଆ ପବନ ବହୁଥିଲା। ସୁତରାଂ, ନଈ ମଝିରେ ଡଙ୍ଗାରେ ବସି ସାଧୁ ଆଖି ବୁଜି ଧ୍ୟାନରେ ବସିଗଲେ। ତାଙ୍କ ମନ ପ୍ରଫୁଲ୍ଲ ହୋଇଗଲା।
ଏମିତି କିଛି ସମୟ ବିତିଯିବା ପରେ ହଠାତ୍ ତାଙ୍କୁ ଲାଗିଲା ସତେ ଯେମିତି ତାଙ୍କ ଡଙ୍ଗାକୁ କେହି ଜଣେ ହାଲୁକା ଭାବେ ଧକ୍କା େଦଲା। ତାଙ୍କ ମନ ବିରକ୍ତିରେ ଭରିଗଲା। ତଥାପି ସେ ତାହା ସମ୍ବରଣ କରି ପୂର୍ବବତ୍ ଧ୍ୟାନରେ ବସି ରହିଲେ। କିଛି ସମୟ ପରେ ପୁଣି ସେମିତି ହେଲା। ଏବେ ତାଙ୍କ ମନ ରାଗରେ ଭରିଗଲା। ତଥାପି ନିଜ ମନକୁ କୌଣସିମତେ ନିୟନ୍ତ୍ରଣରେ ରଖି ସେ ଆଖି ବୁଜି ଧ୍ୟାନସ୍ଥ ହେବାକୁ େଚଷ୍ଟା କଲେ। କିନ୍ତୁ ପୁଣି ଥରେ ସେମିତି ହେଲା। ଏବେ ତାଙ୍କର ଧୈର୍ଯ୍ୟଚ୍ୟୁତି ଘଟିଲା ଏବଂ ସେ ଆଖି ଖୋଲି ଗାଳି ଦେବାକୁ ବାହାରିଲା ବେଳକୁ ଦେଖିଲେ ଯେ ଏକ ଖାଲି ଡଙ୍ଗା କେଉଁଠାରୁ କେଜାଣି ଭାସି ଆସି ବାରମ୍ବାର ତାଙ୍କ ଡଙ୍ଗାରେ ବାଡ଼େଇ ହେଉଛି।
ଏହା ଦେଖି ହଠାତ୍ ତାଙ୍କ ଚୈତନ୍ୟ ଉଦୟ ହେଲା। ସେ ଭାବିଲେ ଏ କ୍ରୋଧର ପାତ୍ର କିଏ? ତାହା କ’ଣ ଏକ ଡଙ୍ଗା ଯିଏ ପବନର ଗତିରେ ଭାସି ଆସି ବାଡ଼େଇ ହେଉଛି? ଏଭଳି ଅକାରଣ କ୍ରୋଧ କାହିଁକି?
ହଠାତ୍ ତାଙ୍କ ହୃଦ୍ବୋଧ ହେଲା ଯେ କ୍ରୋଧ ହେଉଛି ସର୍ବଦା ଅବାନ୍ତର। ଆେମ ଝୁୁଣ୍ଟି ହୋଇ ପଡ଼ିଲେ ବି ନିର୍ଜୀବ ପଥର ଉପରେ ରାଗ ଶୁଝାଉ। ଏହା ଏକ ପାଗଳାମି ନୁୂହେଁ କି? ଏଣିକି ସେ କ୍ରୋଧ ଦ୍ବାରା ଆଉ ପ୍ରଭାବିତ ନ ହେବାକୁ ଚେଷ୍ଟା କଲେ।