ଉଭୟଙ୍କ ବିଜୟ

ଦୁଇ ପରିବାର ଭିତରେ ଅନେକ ବର୍ଷ ଧରି ଶତ୍ରୁତା ଥାଏ। ହି˚ସାରେ ଉଭୟ ପରିବାରରୁ କିଛି ଲୋକ ମୃତ୍ୟୁବରଣ ମଧୢ କରିଥାଆନ୍ତି। ତେଣୁ ପ୍ରତିଶୋଧର ନିଆଁ ଆହୁରି ଭୀଷଣ ହେଉଥାଏ।

ଦିନକର କଥା। ସେଇ ଅଞ୍ଚଳକୁ ଜଣେ ସାଧୁ ଆସିଲେ। ତାଙ୍କୁ ଭେଟିବାକୁ ଗୋଟିଏ ପରିବାରର ମୁଖିଆ ଆସିଲେ ଏବ˚ ସେ ସାଧୁଙ୍କୁ କହିଲେ- ମହାଶୟ, ଅନେକ ବର୍ଷ ହେଲାଣି ଦୁଇ ପରିବାର ଭିତରେ ଶତ୍ରୁତା ଚାଲିଛି। ଆମେ ନିଜକୁ ଯେତେ ଶକ୍ତିଶାଳୀ କଲେ ବି କିଛି ଲାଭ ହେଉନାହିଁ। ଅପରପକ୍ଷ ବି ସେତିକି ଶକ୍ତିଶାଳୀ ହେଉଛନ୍ତି। ଆପଣ ଉପାୟ କୁହନ୍ତୁ କେମିତି ସେ ପରିବାରକୁ ସ˚ପୂର୍ଣ୍ଣ ରୂପେ ପରାସ୍ତ କରିହେବ।

ସାଧୁ ସେଇ ବ୍ୟକ୍ତିଙ୍କ ମୁହଁକୁ କିଛି ସମୟ ଲାଗି ଚାହିଁ କହିଲେ- ତୁମେ ଯାହା କହୁଛ ସେମିତିରେ ତୁମର ଜିତିବା ସମ୍ଭବ ନୁହେଁ। କାରଣ ତୁମେ ଆର ପକ୍ଷକୁ ହରାଇ ଜିତିବାକୁ ଚାହୁଛ। ସେଥିପାଇଁ ଆର ପକ୍ଷ ବି ତୁମକୁ ହରାଇ ଜିତିବାକୁ ଚାହୁଛି।

ମୁଖିଆ ପଚାରିଲେ- ତେବେ କ’ଣ କରାଯାଇପାରିବ?

ସାଧୁ କହିଲେ- ଏମିତି ହେବ ଯେ ତୁମେ ବି ଜିତିବ ଓ ସେମାନେ ବି ଜିତିବେ। ତାହା ହେଲେ ଯାଇ ତୁମେ ଶାନ୍ତି ପାଇପାରିବ ଏବ˚ ତାହା ସମ୍ଭବ ପାରସ୍ପରିକ ସଦ୍‌ଭାବ ଦ୍ବାରା, ଅପରକୁ କ୍ଷମା କରିଦେବା ଦ୍ବାରା। ତୁମେ ଯାଇ ଆର ପକ୍ଷର ମୁଖିଆକୁ ସେଇ ଉଦ୍ଦେଶ୍ୟରେ ଭେଟ। ଦେଖିବ କିଭଳି ଯାଦୁ ହେଉଛି। ଉଭୟେ ମିତ୍ର ହୋଇଯିବ। ଉଭୟେ ଜିତିବ। କେହି ହାରିବେ ନାହିଁ ଏବ˚ ତୁମର ଶତ୍ରୁତା ବି ସବୁ ଦିନ ଲାଗି ମରିଯିବ।

ମୁଖିଆ ପଚାରିଲେ- ତାହା କଅଣ ସମ୍ଭବ? ମୁଁ ରାଜି ହେଲେ କଅଣ ହେବ? ଅପର ପକ୍ଷ କ’ଣ ରାଜି ହେବେ?

ସାଧୁ କହିଲେ- ସେମାନେ ବି ଏ ପ୍ରକାର ଜୀବନରେ କ୍ଳାନ୍ତ। କାରଣ କାଲି ସେଇ ପରିବାରର ମୁଖିଆ ଆସି ତୁମ ଭଳି କଥା କହୁଥିଲେ। ସେଥିରୁ ଜାଣିଲି ତୁମେ ଦୁହେଁ ଏବେ କ୍ଳାନ୍ତ। ମନେରଖ କ୍ରୋଧ ଓ ପ୍ରତିଶୋଧର ନିଆଁ ଜୀବନୀ ଶକ୍ତି ନେଇଯାଏ। ଲୋକେ କ୍ଳାନ୍ତ ହୋଇପଡ଼ନ୍ତିି। କିନ୍ତୁ ସ୍ନେହ, ସଦ୍‌ଭାବନା ଓ କ୍ଷମା ଜୀବନକୁ ଆନନ୍ଦମୟ, ଶୀତଳ ଓ ଜୀବନୀ ଶକ୍ତିରେ ପୁଷ୍ଟ କରାଏ। ତେଣୁ ତୁମେ ଏବେ ମୁଁ ଯାହା କହିଲି ତାହା କର।

ସମ୍ବନ୍ଧିତ ଖବର