କୁକୁର ଓ ମଣିଷ

ଜଣେ ସାଧୁ ଓ ତାଙ୍କର ଜଣେ ଚେଲା ଆଶ୍ରମ ପିଣ୍ଡାରେ ବସିଥିବା ବେଳେ ଦେଖିଲେ ଯେ ଗୋଟିଏ କୁକୁର ଜଣେ ଲୋକକୁ କାମୁଡ଼ିବାକୁ ଗୋଡ଼ାଉଛି। ସେହି ଲୋକ କୌଣସିମତେ ନିଜକୁ ରକ୍ଷା କରିପାରିଲା। ପର ଦିନ ସେହି ଲୋକ କିଛି ସୁସ୍ବାଦୁ ଖାଦ୍ୟ ଧରି ସେଠାରେ ପହଞ୍ଚିଲା ଏବ˚ ସେହି କୁକୁର ଠାରୁ ଟିକିଏ ଦୂରରେ ତାକୁ ଥୋଇ ଦେଲା। କୁକୁରଟି ତାହା ଖାଇଲା ଏବଂ ଖୁସିରେ ଲାଞ୍ଜ ହଲାଇଲା। ଲୋକଟି ସେହି ଠାରୁ ଚାଲିଗଲା।

ଚେଲାଟି ଏହା ଦେଖି ପ୍ରଶଂସା କରି କହିଲା- ଭଲ ଲୋକଟାଏ। ହି˚ସ୍ର ଜନ୍ତୁକୁ ବଶ କରି ଜାଣେ।

ଲୋକଟି ତା’ ପରେ ଦୁଇ ତିନି ଦିନ ଧରି ଖାଦ୍ୟ ଆଣି ଥୋଇଲା। ଏବେ କୁକୁରଟିର ଭୟ ପୂରାପୂରି କଟିଗଲା ଏବ˚ ସପ୍ରେମ ଲାଙ୍ଗୁଡ଼ ହଲାଇ ଲୋକଟିର ପାଖକୁ ଆସିବାରେ ଦ୍ବିଧା କଲା ନାହିଁ।

ଚେଲା ସାଧୁଙ୍କୁ କହିଲା- ଦେଖନ୍ତୁ ପୂରା ପୋଷା କରି ପକାଇଲା। କୁକୁରର ହୃଦୟ ଜିଣିଗଲା ଜାଣ!

ସାଧୁ କହିଲେ- କେଜାଣି? ନର ମାୟା କେବଳ ନାରାୟଣଙ୍କୁ ଜଣା।

ପର ଦିନ ଲୋକଟି ଖାଦ୍ୟ ଧରି ଆସିଲା। ପଛ ପଟେ ଭାରି କାଇଦାରେ ଠେଙ୍ଗାଟିଏ ସଜିଲ କରି ରଖିଥିଲା। କୁକୁରଟି ଖାଦ୍ୟ ଦେଖି ଚାଲି ଆସିଲା ଓ ନିର୍ଭୟରେ ଖାଇଲା। ଏବେ ତା ପିଠିରେ ଅତର୍କିତ ଭାବେ ଠେଙ୍ଗାରେ ପ୍ରଚଣ୍ତ ପାହାର ଦେଇ ଲୋକଟି କହିଲା- ପାଆ ପାନେ!

ଚେଲା କହି ପକାଇଲା- ଆରେ ପାଷାଣ୍ଡଟାଏ ରେ!

ସାଧୁ କହିଲେ- ବୁଝିଲୁ ବାବୁ, କୁକୁରର ବୁଦ୍ଧି ସଳଖ। ମଣିଷର ବୁଦ୍ଧି କିନ୍ତୁ ଏମିତି ଗୋଳମାଳିଆ ଯେ ତାକୁ ବୁଝିବା କଷ୍ଟକର।

ସମ୍ବନ୍ଧିତ ଖବର