ଦୁଇଟି ଶିକ୍ଷା

ଥରେ ଜ‌େଣ ବଣିକ ବହୁ ଦୂରକୁ ବେପାର କରିବାକୁ ଯାଉଥି‌େଲ। କିଛି ଦିନ ପ‌େର ହଠା‌ତ୍‌ ତାଙ୍କ ପାଖରେ ଥିବା ଖାଦ୍ୟ ସରିଗଲା। ପାଖରେ କୌଣସି ଜନବସତି ନ ଥିଲା। କିନ୍ତୁ ସେ ଦେଖିଲେ ଯେ ଅନେକ ଦୂରରେ ଜଣେ ଚାଷୀ ବିଲରେ ହଳ କରୁଛି। ସେ ତା’ ପାଖକୁ ଯାଇ ସବୁ କହିଲେ। ଚାଷୀ କହିଲେ- ବ୍ୟସ୍ତ ହୁଅନ୍ତୁ ନାହିଁ। ମୋ ପାଖରେ ଯେତିକି ଖାଦ୍ୟ ଅଛି ତାକୁ ଆମେ ଖାଇ ପାରିବା। କିନ୍ତୁ ଆପଣଙ୍କ ବେଶଭୂଷା ଏବଂ ଘୋଡ଼ାରୁ ମୁଁ ବୁଝି ପାରୁଛି ଯେ ଆପଣ ଜଣେ ଧନୀ ବ୍ୟକ୍ତି। ତେଣୁ ମୋ ଭୟ କାଳେ ମୋ ସାଧାରଣ ଖାଦ୍ୟ ଅ‌ାପଣଙ୍କୁ ରୁଚି ନ ପାରେ!

ବଣିକ କିନ୍ତୁ ଥଲେ କ୍ଷୁଧାର୍ତ୍ତ ଏବଂ ଆନନ୍ଦରେ ଚାଷୀଙ୍କ ସହିତ ମିଶି ଖାଇଲେ। ଖାଇ ସାରିବା ପରେ କୃତଜ୍ଞତା ସ୍ବରୂପ ଚାଷୀଙ୍କୁ ଗୋଟିଏ ସୁବର୍ଣ୍ଣ ମୁଦ୍ରା ଅର୍ପଣ କଲେ। କିନ୍ତୁ ଚାଷୀ ତାହା ନେବାକୁ ମନା କରିଦେଇ କହିଲେ- ମହାଭାଗ ଭଗବାନ ଯାହା ମୋତେ ଦେଇଛନ୍ତି, ସେତିକିରେ ମୁଁ ସନ୍ତୁ‌ଷ୍ଟ। ‌ତେଣୁ ମୋର ଏହା ଲୋଡ଼ା ନାହିଁ।

ଏହି ଘଟଣା ବଣିକଙ୍କୁ ଏତେ ଛୁଇଁ ଗଲା ଯେ ସେ ବେପାର କରିବାକୁ ଯିବେ କ’ଣ, ଘରକୁ ବାହୁଡ଼ିଲେ।

ଗଲା ବେଳେ ଚାଷୀଙ୍କୁ କହିଲେ- ଆପଣ ମୋର ଗୁରୁ। କାରଣ ଆପଣ ମୋ ଆଖି ଖୋଲି ଦେଲେ। ପ୍ରଥମ କଥା ତ ପ୍ରଥମ ଥର ଲାଗି ଅନୁଭବ କଲି ଖାଦ୍ୟ ସ୍ବାଦିଷ୍ଠ ଲାଗିବାର ଏକମାତ୍ର କାରଣ କ୍ଷୁଧା। ତେଣୁ ଭଲ ଖାଦ୍ୟ ନୁହେଁ, କ୍ଷୁଧାର ଭୂମିକା ସର୍ବାଧିକ। ଦ୍ବିତୀୟରେ ଆପଣ ମୋତେ ଧନୀ ‌େବାଲି କହିଲେ। କିନ୍ତୁ ଆପଣ ପ୍ରକୃତରେ ପୃଥିବୀର ସବୁଠାରୁ ବଡ଼ ଧନୀ। କାରଣ ଆପଣ ବିନା ଦ୍ବନ୍ଦ୍ବରେ ନିଜ ଖାଦ୍ୟକୁ ଅନ୍ୟ ଜଣେ ସହିତ ଅତି ସନ୍ତୋଷର ସହିତ ଭାଗ କରିପାରନ୍ତି ଏବଂ ସୁନା ‌ମୋହରକୁ ମଧ୍ୟ ତୁଚ୍ଛ କରି ଦେଇ ପାରନ୍ତି। ଧନ ଉପାର୍ଜନ ଲାଗି ମୋର ମୋହ ‌ଯେ ମୋ ଦୁର୍ବଳତା ଏବଂ ମୋ ଦାରିଦ୍ର୍ୟର ପ୍ରମାଣ ତାହା ମୁଁ ବୁଝି ପାରିଛି। ତେଣୁ ଏବେ ମୁଁ ଫେରୁଛି। କେବଳ ଜୀବନକୁ ସନ୍ତୋଷର ସହିତ ଜିଇବାକୁ ଚେଷ୍ଟା କରିବି।

ସମ୍ବନ୍ଧିତ ଖବର