ଗୋଟିଏ ଗୁରୁକୁଳରେ କିଛି ଯୁବକ ଶିକ୍ଷା ଗ୍ରହଣ କରୁଥିଲେ। ସେମାନଙ୍କ ଗୁରୁ ଥିଲେ ଜଣେ ମହାନ୍‌ ପଣ୍ତିତ। ଥରେ ଶିଷ୍ୟମାନଙ୍କ ଭିତରୁ ଜଣେ ପ୍ରଶ୍ନ କଲା, ଏମିତି କେଉଁ କଥା ଅଛି ଯାହା ଦେବତା, ମଣିଷ ଏବ˚ ପଶୁଙ୍କୁ ଅଲଗା କରେ? ସେଦିନ ସନ୍ଧ୍ୟାରେ ଗୁରୁ ଏକ ଛୋଟ କାହାଣୀ ଜରିଆରେ ତାର ଉତ୍ତର ଦେଲେ।

Advertisment

ସୃଷ୍ଟି ଆରମ୍ଭ ବେଳର କଥା। ମନୁଷ୍ୟ ସମେତ ସବୁ ପ୍ରାଣୀଙ୍କ ସକାଶେ ଈଶ୍ବର ସୂର୍ଯ୍ୟ ଏବ˚ ଚନ୍ଦ୍ରଙ୍କ ଠାରୁ ଜ୍ୟୋତି ଆଣି ଦୁଇଟି ଚକ୍ଷୁର କଳ୍ପନା କଲେ। ଚକ୍ଷୁ ଦ୍ବୟ ଦେଇ ପ୍ରାଣୀମାନେ ସବୁ କିଛି ଦେଖିପାରିଲେ। କିନ୍ତୁ, ଦିନେ ମଣିଷ ଈଶ୍ବରଙ୍କ ପାଖରେ ପହଞ୍ଚି କହିଲା, ଆପଣ ସମସ୍ତଙ୍କ ଭଳି ଆମ ସକାଶେ ବି ଦୁଇଟି ଚକ୍ଷୁର ପରିକଳ୍ପନା କଲେ। ତେଣୁ ଆମେ ଅନ୍ୟ ପ୍ରାଣୀମାନଙ୍କ ଭଳି ହୋଇ ରହିଛୁ। ଆମ ଲାଗି ଅନ୍ୟ କିଛି ବ୍ୟବସ୍ଥା କରନ୍ତୁ।

ଈଶ୍ବର କହିଲେ, ବ୍ୟବସ୍ଥା କରିଛି। ତୁମ ମନ ଭିତରେ ମୁଁ ଆଉ ଗୋଟିଏ ଚକ୍ଷୁ ରଖିଛି। ସେ ଚକ୍ଷୁ ତା’ର ଦୃଷ୍ଟି ପାଇବା ସକାଶେ ସ୍ଫୁଲିଙ୍ଗ ବି ରଖିଛି। କିନ୍ତୁ ତାକୁ ଖୋଜିବା ଦାୟିତ୍ବ ତୁମର। ଯିଏ ଖୋଜି କରି ତାକୁ ପାଇବ, ତା ମନ ଭିତରେ ଆଉ ଗୋଟିଏ ଚକ୍ଷୁ ଖୋଲିଯିବ। ତାହା ତୁମକୁ ଶ୍ରେଷ୍ଠ ପ୍ରାଣୀରେ ପରିଣତ କରିବ।

ମଣିଷ ସେଠାରୁ ଫେରିଲା ଏବ˚ ନିଜ ଭିତରକୁ ଝାଙ୍କି ତାକୁ ଖୋଜିବାକୁ ଲାଗିଲା। ସେ ଦେଖିଲା ବିବେକ ନାମକ ସ୍ଫୁଲିଙ୍ଗ ଅତି ଦୁକୁଦୁକୁ ଅବସ୍ଥାରେ ଜଳୁଛି। ଯିଏ ତାକୁ ପାଇଲା, ସେ ନିଜ ମନ ଭିତରେ ଥିବା ଚକ୍ଷୁକୁ ଆଲୋକ ଦେଇ ପାରିଲା ଏବଂ ତାର ଅନ୍ତର ଆଲୋକିତ ହେଲା, ଯାହା ତାକୁ ଅନ୍ୟ ସମସ୍ତ ପ୍ରାଣୀଙ୍କ ଠାରୁ ଅଲଗା କଲା।