ଜଣେ ପ୍ରସିଦ୍ଧ ସମୁରାଇ ଯୋଦ୍ଧାଙ୍କ ସହିତ ଜଣେ ଯୁବକର ଯୁକ୍ତିତର୍କ ଓ ପରେ କଳହ ହୋଇଗଲା। ସମୁରାଇ ଯୋଦ୍ଧା ଯୁବକକୁ ସମ୍ମୁଖ ଯୁଦ୍ଧ ଲାଗି ଆହ୍ବାନ ଦେଲେ। ସେହି ସମୟର ନିୟମ ଥିଲା ଏଭଳି କ୍ଷେତ୍ରରେ ଜଣେ ତାର ଜଣଙ୍କୁ ଖଡ୍ଗ ଯୁଦ୍ଧ ଲାଗି ଆହ୍ବାନ ଦେଲେ ତାକୁ ଗ୍ରହଣ ନ କରିବା ଅର୍ଥ ସମ୍ମାନ ହାନି ଏବଂ ଗ୍ରହଣ କଲା ପରେ ଯୁଦ୍ଧରେ ପରାଜିତ ହେବା ଅର୍ଥ ମୁଣ୍ଡଟି ହରାଇବା ନଚେତ୍ ରାଜ୍ୟ ଛାଡ଼ିବା।
ଯୁବକଟି ଥିଲା ଏ ବାବଦରେ ପୂରା କଞ୍ଚା। ସେ ଜୀବନରେ କେବେ ବି ସମୁରାଇ ଖଣ୍ଡା ଧରି ନ ଥିଲା। କିନ୍ତୁ ଏଣେ ମନା କରିବାର ଅର୍ଥ ସମ୍ମାନ ହାନି ଯାହା ତା’ ଲାଗି ଅସହ୍ୟ ଥିଲା। ସୁତରାଂ, ସେ ଘରକୁ ଗଲା ଏବଂ ଗୋଟିଏ ସମୁରାଇ ଖଣ୍ଡା ଧରି ଫେରିଲା। ସେ ମନେ ମନେ ଭାବିଲା- ମୋର ମୃତ୍ୟୁ ତ ସୁନିଶ୍ଚିତ। ତେବେ ଆଉ ଡରିବି କାହିଁକି? ଏବେ ମୋର ଗୋଟିଏ ଲକ୍ଷ୍ୟ ହେଲା ମରିବି ତ ମାରି କରି ମରିବି।
ଯୁଦ୍ଧ ଆରମ୍ଭ ହେଲା। ଯୁବକଟି ଯେମିତି ଭାବେ ଯୁଦ୍ଧକୁ ଲଂଫ ଦେଲା ଓ ଯେମିତି ଭାବେ ମାତି ଗଲା େସଥିରେ ଯୋଦ୍ଧା ବି ପ୍ରମାଦ ଗଣିଲେ। ତାର ନାକରୁ ଯେମିତି ଅଣଚାଶ ପବନ ବହୁଥିଲା।
ବଡ଼ ବିଚିତ୍ର ଥିଲା େସ ଯୁଦ୍ଧ। ଯୁବକର ଆକ୍ରମଣରେ ସମୁରାଇ ଯୋଦ୍ଧା ହଡ଼ବଡ଼େଇ ଗଲେ। ଅଚିରେ ତାଙ୍କ ହାତରୁ ଖଣ୍ଡା ଖସିଗଲା। ଯୁବକ ବିଜୟୀ ହେଲା। ସମୁରାଇ ଯୋଦ୍ଧା ନିର୍ବାସିତ ହେଲେ।
ଗପଟି କହିସାରି ୟୁଜିକେ କହିଲେ- ଯେଉଁଠି ଜୀବନ ଓ ମରଣର ସମସ୍ୟା ଉଠେ, ସେଠି ଶରୀରରେ ଅଦ୍ଭୁତ ଶକ୍ତିି କେମିତି ଓ କେଉଁଠାରୁ ସଂଚାରିତ ହୁଏ, ତାହା ଠଉରାଇବା ମୁସ୍କିଲ। ସେ ଦିନ ସେହି ଯୁବକ ସହିତ ତାହା ହିଁ ହୋଇଥିଲା।