ମନୁଷ୍ୟର ବିଚାର

ଜ‌ଣେ ଦୃଷ୍ଟିହୀନ ବ୍ୟକ୍ତି ଏବଂ ଜଣେ ଚଳତ୍‌ ଶକ୍ତି ବାଧିତ ବ୍ୟକ୍ତିଙ୍କ ଭିତରେ ବନ୍ଧୁତା ହେଲା। ଉଭୟେ ପରସ୍ପର ଉପରେ ଆଶ୍ରା କରି ଭିକ୍ଷା ବୃତ୍ତି କରିବାର ନିଷ୍ପତ୍ତି ‌ନେଲେ। କହିବା ବାହୁଲ୍ୟ ଯେ ପୂର୍ବାପେକ୍ଷା ଏହା ସେମାନଙ୍କ ଜୀବନକୁ ଅଧିକ ସହଜ କଲା।

କିନ୍ତୁ ସବୁ ଦିନ ସମାନ ଯାଏ ନାହିଁ। ଦିନେ ସେ ଦୁହିଁଙ୍କ ମଧ୍ୟରେ ଖୁବ୍‌ କଳହ ହେଲା। ଏ କଥା ଈଶ୍ବର ଦେଖିଲେ। ତାଙ୍କୁ ବହୁତ ଖରାପ ଲାଗିଲା। ଦୁହେଁ ଅତ୍ୟନ୍ତ କଷ୍ଟ କରି ଚଳୁଥିଲେ। ତେଣୁ ସେମାନଙ୍କ ପରିତ୍ରାଣ ସକାଶେ ସେ ଉଭୟଙ୍କୁ ଗୋଟିଏ ଲେଖାଁ ବର ଦେବାକୁ ଠିକ୍‌ କଲେ। ଈଶ୍ବର ଭାବିଥିଲେ ଯେ ଦୃଷ୍ଟିହୀନ ବ୍ୟକ୍ତି ତାଙ୍କ ଦୃଷ୍ଟିଶକ୍ତି ଫେରି ପାଇବା ଲାଗି ଗୁହାରି କରିବେ ଏବଂ ଅନ୍ୟ ବ୍ୟକ୍ତି ଜଣକ ତାଙ୍କ ଗୋଡ଼ ହଳକ ଠିକ୍‌ କରି ଦେବା ଲାଗି ବର ମାଗିବେ। ସୁତରାଂ, କଳି ପରେ ମୁହଁ ଫୁଲାଇ ପରସ୍ପର ଠାରୁ ଦୂରରେ ବସିଥିବା ଦୁଇ ଜଣଙ୍କ ସାମନାରେ ଈଶ୍ବର ଉଭା ହୋଇ ବର ମାଗିବାକୁ କହିଲେ। କିନ୍ତୁ ସେମାନେ ଯେଉଁ ବର ମାଗିଲେ ସେଥିରେ ଈଶ୍ବରଙ୍କ ମୁହଁ ମଧ୍ୟ ଶୁଖିଗଲା। କାରଣ ଚାଲି ପାରୁ ନ ଥିବା ବ୍ୟକ୍ତିର ଆଖି ଫୁଟାଇ ଦେବା ଲାଗି ଦୃଷ୍ଟିହୀନ ବ୍ୟକ୍ତି ଈଶ୍ବରଙ୍କୁ ଅନୁରୋଧ କଲେ ଏବଂ ଚାଲି ପାରୁ ନ ଥିବା ଲୋକ ଜଣକ ଅନୁରୂପ ଭାବେ ଗୁହାରି କଲେ ଯେ ଦୃଷ୍ଟିହୀନ ବ୍ୟକ୍ତିକୁ ପଙ୍ଗୁ କରି ଦିଅ।

ସମ୍ବନ୍ଧିତ ଖବର