ଜେଣ ବ୍ୟକ୍ତି ପ୍ରତି ଦିନ ସକାଳେ ଠାକୁର ପୂଜା ଲାଗି ଅନ୍ୟମାନଙ୍କ ବଗିଚାରୁ ଫୁଲ ଚୋରି କରୁଥିଲେ। ଈଶ୍ବର ଚନ୍ଦ୍ର ବିଦ୍ୟାସାଗର ତାଙ୍କ ବଗିଚାରେ ଲଗାଇଥିବା ଫୁଲ ଗଛରୁ ମଧ୍ୟ ସେ ଫୁଲ ଚୋରି କରି ନେଉଥିଲେ। ଫୁଲଙ୍କ ସୌନ୍ଦର୍ଯ୍ୟରେ ଆତ୍ମହରା ହେଉଥିବା ଈଶ୍ବର ଚନ୍ଦ୍ରଙ୍କୁ ଏହା ଗଭୀର ଦୁଃଖ ଦେଉଥିଲା। ସେ ଭାବୁଥିଲେ ଯେ ଭଗବାନ ଫୁଲମାନଙ୍କର ସୃଷ୍ଟି କରିବା ପଛର କାରଣ ହେଲା ସେଗୁଡ଼ିକର ସୌନ୍ଦର୍ଯ୍ୟ ଏବଂ ତାଜା ସୁଗନ୍ଧେର ସମସ୍ତଙ୍କୁ ବିମୋହିତ କରିବା। ସେ କହୁଥିଲେ ଯେ ଫୁଲ ଦେଇ ଠାକୁର ପୂଜା କରିବାର ଚିନ୍ତା ମଣିଷ ମୁଣ୍ଡକୁ ଆସିବା ପୂର୍ବରୁ ଗଛରେ ଫୁଲ ଫୁଟୁଥିଲେ। ତେଣୁ ଠାକୁର ତାଙ୍କ ପୂଜା ଲାଗି େଯ ଫୁଲର ସୃଷ୍ଟି କରିଛନ୍ତି, ତାହା ନୁହେଁ। କିନ୍ତୁ ସେ ସେହି ବ୍ୟକ୍ତିଙ୍କୁ ବୁଝାଇବେ କିପରି?
ଦିନକର କଥା। ସେହି ବ୍ୟକ୍ତି ଫୁଲ ତୋଳୁଥିବା ବେଳେ ବିଦ୍ୟାସାଗର ସନ୍ତର୍ପଣରେ ଆସି ପାଚେରି ଉପରେ ସେ ରଖିଥିବା ତାଙ୍କ ଗାମୁଛାଟିକୁ ନେଇଗଲେ। ଫୁଲ ତୋଳିବା ପରେ ସେ ଲୋକ ଗାମୁଛାକୁ ଖୋଜିବା ଆରମ୍ଭ କଲା ମାତ୍ରକେ ବିଦ୍ୟାସାଗର ତାଙ୍କୁ ତାହା ଫେରାଇ ଦେଇ କହିଲେ- ଆପଣ ଖୁସି ତ? ସତରେ କେତେ ଖୁସି କହନ୍ତୁ!
ସେହି ବ୍ୟକ୍ତି କହିଲେ- କି ଆଶ୍ଚର୍ଯ୍ୟ! ମୋ ଜିନିଷ ମୋତେ ଦେଲ ମୁଁ ଖୁସି ହେବି କାହିଁକି?
ଈଶ୍ବର ଚନ୍ଦ୍ର ବିଦ୍ୟାସାଗର କହିଲେ- ତାହା ହେଲେ ଭଗବାନଙ୍କ ସୃଷ୍ଟିରେ ତାଙ୍କ ଜିନିଷ ତାଙ୍କୁ ଦେଇ ଆପଣ କେମିତି ଭାବୁଛନ୍ତି ଯେ ସେ ଖୁସି ହେଉଥିବେ?
ସେ ଲୋକଙ୍କ ପାଖରେ ଉତ୍ତର ନ ଥିଲା। ସେ ଆଉ ଫୁଲ ଚୋରି କରିବାକୁ ଆସିଲେ ନାହିଁ।