ସନ୍ଥ ଫିରୋଜ ଏବ˚ ତାଙ୍କର ଜଣେ ଚେଲା କୌଣସି ଏକ ସ୍ଥାନକୁ ଯାଉଥିଲେ। ଅନେକ ବାଟ ଚାଲିବା ପରେ ସେମାନେ କ୍ଳାନ୍ତ ଏବ˚ କ୍ଷୁଧାର୍ତ୍ତ ହୋଇପଡ଼ିଲେ। ସେଇ ସମୟରେ ସେମାନେ ଗୋଟିଏ ସହରରେ ପହଞ୍ଚିଥିଲେ। ସହରର ଜଣେ ଧନୀଙ୍କ ଘରକୁ ଯାଇ ଫିରୋଜଙ୍କ ଶିଷ୍ୟ ଆଶ୍ରୟ ମାଗିଲା। କିନ୍ତୁ ଗୃହ ମାଲିକ ତାକୁ ତଡ଼ି ଦେଲେ।
ଶିଷ୍ୟ ସେଠାରୁ ଫେରି ଆସି ଫିରୋଜଙ୍କୁ କହିଲା- ଆଜ୍ଞା, ଏମିତି ଏକ ବିଶାଳ ପ୍ରାସାଦ ଦେଖି ଭାବିଥିଲି ଯେ ଆଶ୍ରୟ ମିଳିଯିବ, କିନ୍ତୁ ମିଳିଲା ନାହିଁ।
ଫିରୋଜ କହିଲେ- ଯାହା ଈଶ୍ବରଙ୍କ ଇଚ୍ଛା।
ଏତିକି ବେଳେ ଚେଲାଟି କହିଲା- ଆଜ୍ଞା, କାଲି ଆମେ ଜଣେ ଅତି ଦରିଦ୍ର ଗୃହସ୍ବାମୀଙ୍କ ଘରେ ଆଶ୍ରୟ ପାଇଥିଲେ। ସେ ନିଜେ ଭୋକରେ ରହି ଅତିଥିଙ୍କ ସେବା ମଧ୍ୟ କଲେ। କିନ୍ତୁ ପ୍ରଶ୍ନ ଉଠୁଛି ଯେ ଏମିତି କାହିଁକି ହୁଏ? ଭଲ ଲୋକେ କାହିଁକି ଜୀବନରେ କଷ୍ଟ ପାଆନ୍ତି?
ଫିରୋଜ କହିଲେ- ସେ ଦରିଦ୍ର ସତ। କିନ୍ତୁ ସେ କଷ୍ଟ ପାଉଛନ୍ତି ବୋଲି ଧାରଣାଟି ଭୁଲ୍। ସେ କଷ୍ଟ ପାଉଥିଲେ ଏଭଳି ବ୍ୟବହାର ଦେଖାନ୍ତେ ନାହିଁ। ସେ ନିଜ ସ୍ଥିତିରେ ସଂପୂର୍ଣ୍ଣ ସନ୍ତୁଷ୍ଟ। ଅଧିକ ପାଇବାର ଆଶା ବି ନାହିଁ। ତେଣୁ ଦେଇ ପାରିବାର ସାମର୍ଥ୍ୟ ରଖିଛନ୍ତି।
କିନ୍ତୁ ତୁମେ ଯେଉଁ ଧନୀକଙ୍କ ଘରକୁ ଯାଇଥିଲ, ସେ ପ୍ରକୃତରେ ଗୋଟିଏ ସନ୍ତାପିତ ଆତ୍ମା। ତାଙ୍କ ମନରେ ସନ୍ତୋଷ ନାହିଁ। ତେଣୁ ସେ ଅନ୍ୟମାନଙ୍କୁ ସେଭଳି ଆଚରଣ ଦେଖାଉଛନ୍ତି। ତେଣୁ ଧନସଂପତ୍ତି ବା ବିଦ୍ୟାବୁଦ୍ଧି ସ୍ଥିର କରେ ନାହିଁ କିଏ ସୁଖୀ ବା ଦୁଃଖୀ। ଏହା ତୁମ ଉପରେ ନିର୍ଭର କରେ ଯେ ତୁମେ କେତିକିରେ ସନ୍ତୁଷ୍ଟ!