ଦିନକର କଥା। ପୁଅ ମାଆଙ୍କୁ ପଚାରିଲା, ତୁମେ ମୋତେ ଏତେ ଭଲ ପାଅ। ମୁଁ ଭାବେ ବାପା ବି ମୋତେ ସେମିତି ଭଲ ପାଉଥିବେ। କିନ୍ତୁ ବାପାଙ୍କୁ ଭୟ ଲାଗେ। ସେ ଭାରି କଡ଼ା ଓ ରାଗୀ। ତେଣୁ ବେଳେ ବେଳେ ଧାରଣା ହୁଏ ଯେ ବାପା ମୋତେ ଭଲ ପାଆନ୍ତି ନାହିଁ।

Advertisment

ମାଆ ପୁଅକୁ ପାଖରେ ବସାଇ କହିଲେ- ବାବୁ, କେତେ ପ୍ରକାର ଭଲ ପାଇବା ଅଛି। ଯିଏ ତୋତେ ଆଖି ବୁଜି ଭଲ ପାଏ, ସେ ହେଉଛି ମାଆ। କିନ୍ତୁ ଯିଏ ତୋତେ ଗଭୀର ଭାବେ ଭଲ ପାଉଥିଲେ ବି ଆଖିରେ ତା’ର ପରିପ୍ରକାଶ ନ ଥାଏ, ସେ ହେଉଛନ୍ତି ବାପା। ସନ୍ତାନ ମାଆ ଠାରୁ ଏ ପୃଥିବୀ ବିଷୟରେ ଜାଣେ, ଏ ସ˚ସାରକୁ ଚିହ୍ନେ। ପୃଥିବୀର କେତେ ରଙ୍ଗ, କେତେ ଭାବ ଏ ସବୁ କିଛି ମାଆ ହିଁ ତା’ର ସନ୍ତାନକୁ ଚିହ୍ନାଏ। ସେଥି ଲାଗି ଲୋଡ଼ା ସରାଗ। କିନ୍ତୁ ବାପାଙ୍କ ଦାୟିତ୍ବ ଅନ୍ୟ ପ୍ରକାର। ସନ୍ତାନକୁ କେମିତି ପୃଥିବୀ ଚିହ୍ନିବ ସେ ଦାୟିତ୍ବ ବାପାଙ୍କର। ତେଣୁ ପ୍ରକୃତ କ୍ଷେତ୍ରରେ ବାପା ହିଁ ପୁଅକୁ ଗଢ଼ନ୍ତି, ସ˚ସାରରେ ସେ କେମିତି ନିଜ ପରିଚୟ ସୃଷ୍ଟି କରିବ ସେ କାମଟି ବାପାଙ୍କର।

ପୁଅ କହିଲା- ସେଥି ଲାଗି ବାପା କଡ଼ା ହେବା କ’ଣ ନିହାତି ଦରକାର?

ମାଆ କହିଲେ- ସ˚ସାରକୁ ବଦଳାଇବାର କ୍ଷମତା ବାପାଙ୍କର ନାହିଁ। ତେଣୁ ସେ ତୋର ଭଲ ଲାଗି, ତୋର ଉନ୍ନତି ଲାଗି ତୋତେ ହିଁ ବଦଳାଇବାକୁ ଚାହାନ୍ତି। ତେଣୁ ତୋତେ ଶିଖାନ୍ତି, ତୋତେ ଶୃଙ୍ଖଳିତ କରିବାକୁ କଡ଼ା ସ୍ବଭାବର ଆବରଣ ଧାରଣ କରନ୍ତି। ଏହା ହେଲା ମୂଳ କଥା।