ଥରେ ଗୌତମ ବୁଦ୍ଧଙ୍କ ପଟ୍ଟଶିଷ୍ୟ ଆନନ୍ଦ ପଚାରିଲେ- ତଥାଗତ, ଆପଣ କହୁଛନ୍ତି ଯେ ମୋକ୍ଷ ଲାଭ କରିବାର କ୍ଷମତା ସମସ୍ତଙ୍କ ପାଖରେ ଅଛି। ଯିଏ ଚାହିଁବ ସେ ମୋକ୍ଷ ପାଇ ପାରିବ। ତେବେ ଲୋକେ ମୋକ୍ଷ ଲାଭ କରୁ ନାହାନ୍ତି କାହିଁକି?
Sambad is now on WhatsApp
Join and get latest news updates delivered to you via WhatsApp
ବୁଦ୍ଧ ଏବ˚ ଆନନ୍ଦ ଚାଲି ଚାଲି କୌଣସି ଏକ ସ୍ଥାନକୁ ଯାଉଥିଲେ। ଆନନ୍ଦଙ୍କ ମନରେ ଉଠିଥିବା ପ୍ରଶ୍ନ ଶୁଣି ବୁଦ୍ଧ କେବଳ ହସି ଦେଲେ, କିଛି କହିଲେ ନାହିଁ। କିଛି ବାଟ ଗଲା ପରେ ପଡ଼ିଲା ଗୋଟିଏ ଜନବସତି। ବୁଦ୍ଧ ଆନନ୍ଦଙ୍କୁ କହିଲେ- ଆମେ ଏଠାରେ ଆଜି ବିଶ୍ରାମ ନେବା। ସ˚ଧୢା ହେବାକୁ ଏବେ ବି ବହୁ ସମୟ ବାକି ଅଛି। ତୁମେ ଗୋଟିଏ କାମ କର। ଏ ବସତିର ଲୋକମାନଙ୍କୁ ଭେଟି କେବଳ ଗୋଟିଏ ପ୍ରଶ୍ନ ପଚାର ଯେ ସେମାନେ ପ୍ରକୃତରେ କ’ଣ ଚାହାନ୍ତି?
ଆନନ୍ଦ କହିଲେ- ଯଥା ଆଜ୍ଞା, ତଥାଗତ। କିନ୍ତୁ ମୋ ପ୍ରଶ୍ନର ଉତ୍ତର ମୁଁ ପାଇଲି ନାହିଁ।
ବୁଦ୍ଧ କହିଲେ- ପ୍ରଥମେ ଏ କାମଟି ସଂପନ୍ନ କର। ଉତ୍ତର ଦେବି।
ସୁତରାଂ, ଆନନ୍ଦ ବାହାରିଗଲେ। ସ˚ଧୢା ପୂର୍ବରୁ ସେ ଗୋଟିଏ ତାଲିକା ଆଣି ବୁଦ୍ଧଙ୍କୁ ଦେଲେ। ସେଥିରେ ବିଭିନ୍ନ ଲୋକ ଯାହା ଚାହାନ୍ତି ତାହା ଲେଖାଥିଲା। କିଏ ଚାହୁଥିଲା ସ˚ପତ୍ତି ତ କିଏ ଚାହୁଥିଲା ଯଶ। ପୁଣି କିଏ ସୁଖ ଚାହୁଥିଲା ତ କିଏ ଚାହୁଥିଲା ଆରୋଗ୍ୟ!
ବୁଦ୍ଧ କହିଲେ- କାହିଁ କେହି ଜଣେ ହେଲେ ତ ମୋକ୍ଷ ଲାଭ କରିବାକୁ ଚାହି ନାହାନ୍ତି?
ଆନନ୍ଦ ଏଥର ବୁଦ୍ଧଙ୍କ ବାଣୀର ମର୍ମ ବୁଝି ପାରିଲେ। ତାହା ହେଲା, ମୋକ୍ଷ ଲାଭ କରିବାର କ୍ଷମତା ସମସ୍ତଙ୍କ ପାଖରେ ଅଛି। କିନ୍ତୁ ମୋକ୍ଷ ଲାଭ କରିବାର ଆଗ୍ରହ ବା ଇଚ୍ଛା କାହା ପାଖରେ ନାହିଁ। ପ୍ରଥମେ ଆଗ୍ରହ ଏଭଳି ପ୍ରବଳ ହେବା ଦରକାର ଯେ ତାହା ପ୍ରାପ୍ତି ଲାଗି ବାଟ ଫିଟାଇବ।