ଜଣେ ସୈନିକ ବିଚାର କଲେ ଯେ ସେ ଆଉ ଯୁଦ୍ଧ କରିବେ ନାହିଁ। ସୁତରା˚, ସେ ନିଜ ଖଡ୍ଗକୁ ନଦୀରେ ବିସର୍ଜନ କରି ଜଣେ ସାଧୁଙ୍କ ଶରଣାପନ୍ନ ହେଲେ।
ସାଧୁ ତାଙ୍କ ଠାରୁ ସବୁ ଶୁଣି ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କଲେ। କିନ୍ତୁ ସେଥିଲାଗି ସେ ଏକ ବିଚିତ୍ର ସର୍ତ୍ତ ରଖିଲେ। ସର୍ତ୍ତଟି ଥିଲା ସୈନିକ ଏଣିକି ଆଶ୍ରମର ସୁରକ୍ଷା ଦାୟିତ୍ବରେ ରହିବେ ଏବ˚ ସର୍ବଦା ତାଙ୍କ ପାଖରେ ଖଣ୍ତାଟିଏ ଅସ୍ତ୍ର ଭାବେ ରଖିେବ। ଆଶ୍ରମ ଲାଗି ଏ ଦାୟିତ୍ବ ତାଙ୍କ ଉପରେ ନ୍ୟସ୍ତ କରାଗଲା। ସୈନିକ ଖଡ୍ଗ ଧରିବାକୁ ରାଜି ନ ଥିଲେ ସୁଦ୍ଧା ସାଧୁଙ୍କ ଆଦେଶ ବଦଳିଲା ନାହିଁ।
କିଛି ଦିନ କଟିଗଲା। ସୈନିକ ଏଇ ସମୟରେ ବିଷମ ପରୀକ୍ଷାର ସମ୍ମୁଖୀନ ହେଲେ। ବିଭିନ୍ନ ଜୀବଜନ୍ତୁଙ୍କ ଦାଉରୁ ନିଜକୁ ତଥା ଆଶ୍ରମକୁ ସୁରକ୍ଷା ଦେବାକୁ ସେ ସ୍ବାଭାବିକ ଭାବେ ଅସ୍ତ୍ର ଉତ୍ତୋଳନ କଲେ। କିନ୍ତୁ ସେଇ ମୁହୂର୍ତ୍ତରେ ପୁଣି ନିଜକୁ ସମ୍ବରଣ କରି ବିନା ଅସ୍ତ୍ର ବ୍ୟବହାରରେ କେମିତି ସମସ୍ୟାର ସମାଧାନ ହୋଇପାରିବ ସେ ବାଟକୁ ଖୋଜିଲେ। ଅସ୍ତ୍ରଟିଏ ପାଖରେ ଥାଇ ବି ତାକୁ ବ୍ୟବହାର ନ କରିବାର ସ˚ଯମ ହାସଲରେ ସ˚ପୂର୍ଣ୍ଣ ସମର୍ଥ ହେବା ଲାଗି ତାଙ୍କୁ ଅନେକ କାଳ ଚାଲିଗଲା। କ୍ରମେ ତାଙ୍କ ପାଖରେ ଏକ ଖଡ୍ଗ ଥିବା କଥା ସେ ଭୁଲିଗଲେ।
ଏବେ ଦିନେ ସାଧୁ ତାଙ୍କୁ ଡକାଇ କହିଲେ- ତୁମେ ଯେତେବେଳେ ଶିଷ୍ୟତ୍ବ ନେବାକୁ ଆସିଥିଲ, ସେତିକି ବେଳେ ତୁମ ହାତରେ ଖଡ୍ଗ ନ ଥିଲା ସତ; କିନ୍ତୁ ହୃଦୟରେ ଖଡ୍ଗଟିଏ ଥିଲା। ଏବେ ତାହା ମଧ୍ୟ ନାହିଁ। ଏଣୁ ତୁମେ ଆଉ ଏବେ ସୈନିକ ହୋଇ ରହିନାହଁ। ଏବେ ତୁମ ସାଧନା ସଫଳ ହୋଇଛି।