ବିଶ୍ବବିଶ୍ରୁତ ମୂର୍ତ୍ତିକାର ମାଇକେଲ ଆନ୍ଜେଲୋ ରାସ୍ତାରେ ଯାଉଥିବା ବେଳେ ଦେଖନ୍ତି ଏକ ବିଶାଳ ବେଢ଼ଙ୍ଗିଆ ମାର୍ବଲ ପଥର ଗୋଟିଏ ଦୋକାନ ଆଗରେ ପଡ଼ିଛି। ଦିନେ ସେ ଦୋକାନୀଙ୍କୁ ପଚାରିଲେ- ଏହାର ମୂଲ୍ୟ କେତେ? ଏହାକୁ ବିକିବେ କି?
ଦୋକାନୀ କହିଲେ- ଏ ପଥର କୌଣସି କାମର ନୁହେଁ। ସବୁ ମୁର୍ତ୍ତିକାର ଏହାକୁ ନାକଚ କରି ଦେଇଛନ୍ତି ବୋଲି ମୁଁ ତାକୁ ଏମିତି ପକାଇ ଦେଇଛି। ଆପଣ ତାକୁ ମାଗଣାରେ ନେଇଯାଆନ୍ତୁ।
କିଛି ମାସ ପରେ ମାଇକେଲ ଆନ୍ଜେଲୋ ଗଢ଼ିଥିବା ଏକ ଯୀଶୁଖ୍ରୀଷ୍ଟଙ୍କ ମୂର୍ତ୍ତି ସାରା ଇଟାଲୀରେ ଚର୍ଚ୍ଚାର ବିଷୟ ହୋଇଗଲା। ସେଇ ଦୋକାନୀ ଏହା ଶୁଣି ମନରେ ସଂଶୟ ରଖି ମୂର୍ତ୍ତିଟିକୁ ଦେଖିବା ପାଇଁ ଗଲେ ଓ ଯାହା ଦେଖିଲେ ତହିଁରେ କିଂକର୍ତ୍ତବ୍ୟବିମୂଢ଼ ହୋଇଗଲେ।
ଆନ୍େଜଲୋ ତାଙ୍କୁ କହିଲେ- ଏହା ହେଉଛି ସେହି ପଥର, ଯାହା ଆପଣ ମୋତେ ମାଗଣାରେ ଦେଇଥିଲେ।
ଦୋକାନୀ କହିଲେ- ସେହି ପଥରରୁ ଏତେ ସୁନ୍ଦର ମୂର୍ତ୍ତି! ଅନେକ ମୂର୍ତ୍ତିକାର ଏହି ପଥରକୁ ବେକାର ବୋଲି କହିଥିଲେ!
ଆନ୍ଜେଲୋ କହିଲେ- କିନ୍ତୁ, ପ୍ରତିଦିନ ମୁଁ ଆପଣଙ୍କ ଦୋକାନ ସାମନାରେ ଗଲା ବେଳେ ଦେଖୁଥିଲି ଯେ ସେଇ ପଥର ଭିତରୁ ମୂର୍ତ୍ତିଟି ମୋତେ ଡାକୁଛି ଓ ମିନତି କରୁଛି ମୋେତ ଏ ବନ୍ଦୀ ଅବସ୍ଥାରୁ ମୁକ୍ତ କର। ମୁଁ ତାହା କରିଛି ମାତ୍ର।
ଦୋକାନୀ କହିଲେ- ଅନ୍ୟ ମୂର୍ତ୍ତିକାରମାନେ ତାହା ବୁଝିପାରିଲେ ନାହିଁ କେମିତି?
ଆନ୍ଜେଲୋ କହିଲେ- ସେଭଳି ଡାକକୁ ଶୁଣିବା ଲାଗି ହୃଦୟ ପ୍ରେମରେ ଭରା ହେବା ଦରକାର। ସେମାନେ ଯାହାକୁ ପେସା କରିଛନ୍ତି, ତାହା ମୋ ଲାଗି କେବଳ ପ୍ରେମ ବ୍ୟକ୍ତ କରିବାର ମାଧ୍ୟମ।