ଫୋର୍ଡଙ୍କ ନିର୍ଣ୍ଣୟ

ଥରେ ହେନରି ଫୋର୍ଡ ତାଙ୍କ ଦ୍ବାରା ପ୍ରତିଷ୍ଠିତ ପୃଥିବୀ ବିଖ୍ୟାତ ‘ଫୋର୍ଡ‌୍ ମୋଟର କଂପାନି’ ସକାଶେ ଏକ ଗୁରୁତ୍ବପୂର୍ଣ୍ଣ ପଦ ଲାଗି ଠିକଣା ଲୋକଙ୍କୁ ଖୋଜୁଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ପହଞ୍ଚିଲେ, ଯେଉଁମାନଙ୍କ ଅଭିଜ୍ଞତା, ଶିକ୍ଷା‌ଗତ ଯୋଗ୍ୟତା‌, ସର୍ଜନାତ୍ମକତା ଇତ୍ୟାଦି ଏକୁ ଆରେକ ବଳି ଥିଲା। ସୁତରାଂ, ସାକ୍ଷାତକାର ଓ ପରୀକ୍ଷା ପରେ କଂପାନିର ଉଚ୍ଚ ପଦସ୍ଥ ମ୍ୟାନେଜରମାନେ କିଛି ନିର୍ଣ୍ଣୟ କରି ନ ପାରିବାରୁ ପରି‌ଶେଷରେ ସେମାନଙ୍କୁ ଫୋର୍ଡଙ୍କ ପାଖକୁ ପଠାଗଲା।

ହେନରି ଫୋ‌ର୍ଡ ସେମାନଙ୍କୁ ସାଙ୍ଗରେ ଧରି ଏକ ହୋଟେଲକୁ ଖାଇବାକୁ ଚାଲିଲେ। ବାଟରେ ଓ ସେମାନଙ୍କ ସହିତ ମଧ୍ୟାହ୍ନ ଭୋଜନ କରୁଥିବା ବେଳେ ଅନୌପଚାରିକ କଥାବାର୍ତ୍ତା ଚାଲିଲା। ଖା‌ଇବା ସରିବା ପରେ ଫୋର୍ଡ ଜଣେ ଯୁବକଙ୍କୁ ଅତି ନମ୍ରତାର ସହିତ କହିଲେ- ଧନ୍ୟବାଦ ଯୁବକ। ତୁମେ ଖୁବ୍‌ ବିଚକ୍ଷଣ, କିନ୍ତୁ ଆମେ ତୁମ ସହିତ ଆଉ ଅଧିକ ଆଗକୁ ଯାଇ ପାରିବୁ ନାହିଁ।

ସେହି ଯୁବକ ଚକିତ ହେଲେ। ସେ ଫୋର୍ଡଙ୍କୁ ପଚାରିଲେ- ଆପଣ ତ ଆମର କୌଣସି ସାକ୍ଷାତକାର ବା ପରୀକ୍ଷା ନେଇ ନାହାନ୍ତିି! ଅଥଚ ଏମିତି ନିଷ୍ପତ୍ତି‌େର ପହଞ୍ଚିଲେ କେମିତି?

ଫୋର୍ଡ କହିଲେ- ଅତି ସହଜ। ଆମେ ଯେଉଁ ସୁପ୍‌ ମଗାଇଥିଲେ, ତୁମେ ପ୍ରଥମରୁ ତହିଁ‌େର ଗୋଲମରିଚ ଗୁଣ୍ଡ ଓ ସସ୍‌ ମିଶାଇ ଖାଇବା ଆରମ୍ଭ କଲ। କିନ୍ତୁ ୟେ ବାବୁ, ଯାହାଙ୍କୁ ମୁଁ ବାଛିଲି ‌େସ ପ୍ରଥମେ ସୁପ୍‌କୁ ଟିକିଏ ଚାଖି ଯାହା ଦରକାର ତାହା ମିଶାଇଲେ। ଏହାର ଅର୍ଥ ତୁମେ କୌଣସି ଜିନିଷକୁ ବିନା ପରଖି ପୂର୍ବାଗ୍ରହ ପରବଶ ହୋଇ ନିଷ୍ପତ୍ତି ନେଇ ଯା‌ଇପାର।

ସମ୍ବନ୍ଧିତ ଖବର