ଜେନ୍ ଗୁରୁ ନେନେଙ୍କୁ ଜଣେ ଅନୁଗାମୀ ପଚାରିଲେ- ଏ ଦୁନିଆ କ୍ଷଣଭଙ୍ଗୁର ହେବା ପଛରେ ସ୍ରଷ୍ଟାଙ୍କର କିଛି ଗୂଢ଼ ଉଦ୍ଦେଶ୍ୟ ନିହିତ ଅଛି କି?
ନେନେ କହିଲେ- ଏହା ପଛରେ ଗୋଟିଏ ଉଦ୍ଦେଶ୍ୟ ରହିଛି। ଏବଂ ତାହା ହେଲା ଆମ ମନରେ କରୁଣା ଉଦ୍ରେକ କରିବା।
ନେନେ ସବୁ ଦିନ ନିଜ ବଗିଚାରେ ଅଧିକାଂଶ ସମୟ ବ୍ୟୟ କରୁଥିଲେ। ସେ କହିଲେ- ଦେଖ, ସବୁ ଦିନ ସକାଳେ ମୁଁ ବଗିଚାରେ ପ୍ରବେଶ କଲା ବେଳେ ମୋର ମନ ଆନନ୍ଦରେ ଭରି ଉଠେ। ସକାଳର ସୁଲୁସୁଲିଆ ପବନରେ ସଜ ଫୁଟା ଫୁଲଙ୍କ ନାଚ ଦେଖେ। କିନ୍ତୁ ତା ପରେ ବୋଧଟିଏ ଆସେ ଯେ ସତରେ ଆଜି ସଂଧ୍ୟା ବେଳକୁ ତ ଏ ସବୁ କିଛି ନ ଥିବେ! ଏମାନେ ଝାଉଁଳି ଯାଇଥିବେ। କେତେ କ୍ଷଣସ୍ଥାୟୀ ଏ ଜୀବନ! ମନ ମୋର କରୁଣାରେ ଭରିଯାଏ।
ସେମିତି ସବୁ କିଛି! ଏ ସଂସାରରେ ସବୁ କିଛି ଅସ୍ଥାୟୀ ବୋଲି ତ ଦୁର୍ଲଭ! ଏତିକି ବୁଝିପାରିଲେ ତୁମ ମନରେ କ୍ରୋଧ କି ବିଦ୍ବେଷ କି ପ୍ରତିଶୋଧ ଭାବନା ରହିବ ନାହିଁ। ମନ କେବଳ କରୁଣାରେ ଭରିଯିବ।
ଅନୁଗାମୀ ଜଣକ ଉଠିଲେ। ସେ କହିଲେ- ନେନେ, ସତରେ ତମେ ମୋତେ କେତେ ସରଳ ଭାବେ ସଂସାରର ଏ ଗୂଢ଼ ରହସ୍ୟକୁ ବୁଝାଇଦେଲ! ପୂର୍ବରୁ ମୋର କୌଣସି ପ୍ରିୟ ଜିନିଷ ହଜିଗଲେ ବା ଭାଙ୍ଗିଗଲେ ମୁଁ ଦୁଃଖିତ ହୋଇ ଯାଉଥିଲି। ଏଣିକି ଆଉ ନୁହେଁ। ଏଣିକି ସେମାନଙ୍କ ଦୁର୍ଲଭତା ପ୍ରତି ମୂଳରୁ ମୋର ଆଖି ଖୋଲିଯିବ। ସଜୀବ ହୁଅନ୍ତୁ ବା ନିର୍ଜୀବ ସେମାନଙ୍କ ପ୍ରତି ମୋର ବ୍ୟବହାର କରୁଣାଯୁକ୍ତ ହେବ।
କଥାଟିଏ / ସଂସାର କ୍ଷଣଭଙ୍ଗୁର କାହିଁକି?
/sambad/media/post_attachments/wp-content/uploads/2019/11/footf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)