କଥାଟିଏ ଯାଯାବର, ବୃଦ୍ଧ ଓ କନଫୁସିଅସ

ଏବେ ବାରମ୍ବାର ଶୁଣିବାକୁ ମିଳୁଛି ଯେ ଶାରୀରିକ ପରିଶ୍ରମର ଅଭାବ ମଣିଷକୁ ରୋଗଗ୍ରସ୍ତ କରି ପକାଉଛି। ତେବେ ବର୍ତ୍ତମାନ ନୁହେଁ, ବହୁ ପ୍ରାଚୀନ କାଳରୁ ମଣି‌‌ଷ ନିଜକୁ ଶାରୀରିକ ପରିଶ୍ରମରୁ ମୁକ୍ତ କରି ରଖିବା ଲାଗି ଉଦ୍ୟମ ଚଳାଇ ଆସିଛି। ଏହି ପରିପ୍ରେକ୍ଷୀରେ କଥାଟିଏ ଶୁଣନ୍ତୁ।

ଥରେ ପ୍ରାଚୀନ ଚୀନର ଦାର୍ଶନିକ କନଫୁସିଅସ ରାସ୍ତାରେ ଯାଉଥିବା ବେଳେ ଦେଖିଲେ ଯେ ଜଣେ ନବେ ବର୍ଷ ବୟସର ବୃଦ୍ଧ ଏବଂ ତାଙ୍କର ତିରିଶ ବର୍ଷ ବୟସର ତରୁଣ ପୁତ୍ର କାନ୍ଧରେ ଯୁଆଳି ବୋହି ଶସ୍ୟ ବେଙ୍ଗଳା ପକାଉଛନ୍ତି। କନଫୁସିଅସ ସେଠାରେ ଅଟକି ଯାଇ ବୃଦ୍ଧଙ୍କ ପାଖକୁ ଯାଇ କହିଲେ- ଏ କ’ଣ କରୁଛ? ତୁମେ ଜାଣି ନାହଁ କି ଅନ୍ୟ ସ୍ଥାନମାନଙ୍କରେ ଏବେ ଘୋ‌ଡ଼ା ଯୋଚି ବେଙ୍ଗଳା ପକାଇଲେଣି!

ଏହା ଶୁଣି ବୃଦ୍ଧ ଇସା‌ରାରେ ତାଙ୍କୁ ତୁନି ହେବାକୁ କହିଲେ।
କିଛି ସମୟ ପରେ ବିଶ୍ରାମ ନେବା ଲାଗି ବାପ-ପୁଅ ଅଟକିଲେ ଏବଂ ପୁଅ ପାଣି ପିଇବା ଲାଗି ନଦୀ ଆ‌ଡ଼କୁ ଗଲା। ଏତିକି ବେଳେ କନଫୁସିଅସ ପଚାରିଲେ- ତୁମେ ମୋତେ ନିରବ କରାଇଲ କାହିଁକି?

ବୃଦ୍ଧ କହିଲେ- ଯାହା ହେଉ ତୁମ କଥା ମୋ ପୁଅ କାନରେ ପଡ଼ିନାହିଁ। ଦେଖ, ଏବେ ମୋତେ ନବେ ବର୍ଷ ବୟସ। ଅଥଚ ପରିଶ୍ରମ କରୁଛି ବୋଲି ମୋ ଶରୀରରେ ତିରିଶ ବର୍ଷ ଯୁବକର ବଳ ଅଛି। କିନ୍ତୁ ମୋ ପୁଅ ତୁମ କଥା ଶୁଣିଲେ ଘୋଡ଼ା ଲାଗି ଜିଗର କରିବ। ତା’ ଦ୍ବାରା ମୋ ପୁଅର କ’ଣ ଲାଭ ହେବ? ତୁମ କଥା ମାନିଲେ ଘୋଡ଼ାର ସ୍ବାସ୍ଥ୍ୟ ଭଲ ରହିବ, ହେଲେ ମୋ ପୁଅର ବିଗିଡ଼ିଯିବ।

ସମ୍ବନ୍ଧିତ ଖବର