ଥରେ ଗୌତମ ବୁଦ୍ଧଙ୍କ ପଟ୍ଟଶିଷ୍ୟ ଆନନ୍ଦ ପଚାରିଲେ- ତଥାଗତ, ଆପଣ କହୁଛନ୍ତି ଯେ ମୋକ୍ଷ ଲାଭ କରିବାର କ୍ଷମତା ସମସ୍ତଙ୍କ ପାଖରେ ଅଛି। ଯିଏ ଚାହିଁବ ସେ ମୋକ୍ଷ ପାଇପାରିବ। ତେବେ ଲୋକେ ମୋକ୍ଷ ଲାଭ କରୁ ନାହାନ୍ତି କାହିଁକି?
ବୁଦ୍ଧ ଓ ଆନନ୍ଦ ଚାଲି ଚାଲି କୌଣସି ଏକ ସ୍ଥାନକୁ ଯାଉଥିଲେ। ଆନନ୍ଦଙ୍କ ମନରେ ଉଠିଥିବା ପ୍ରଶ୍ନ ଶୁଣି ବୁଦ୍ଧ କେବଳ ହସିଦେଲେ, କିଛି କହିଲେ ନାହିଁ। କିଛି ବାଟ ଗଲା ପରେ ପଡ଼ିଲା ଗୋଟିଏ ଜନବସତି। ବୁଦ୍ଧ ଆନନ୍ଦଙ୍କୁ କହିଲେ- ଆମେ ଏଠାରେ ଆଜି ବିଶ୍ରାମ ନେବା। ସ˚ଧୢା ହେବାକୁ ଏବେ ବି ବହୁ ସମୟ ବାକି ଅଛି। ତୁମେ ଗୋଟିଏ କାମ କର। ଏ ବସତିର ଲୋକମାନଙ୍କୁ ଭେଟି କେବଳ ଗୋଟିଏ ପ୍ରଶ୍ନ ପଚାର। ତାହା ହେଲା, ସେମାନେ ପ୍ରକୃତରେ କ’ଣ ଚାହାନ୍ତି?
ଆନନ୍ଦ କହିଲେ- ଯଥା ଆଜ୍ଞା। କିନ୍ତୁ ମୋ ପ୍ରଶ୍ନର ଉତ୍ତର ମୁଁ ପାଇଲି ନାହିଁ।
ବୁଦ୍ଧ କହିଲେ- ପ୍ରଥମେ ମୋ ଦ୍ବାରା ଦିଆଯାଇଥିବା ସହଜ କାମଟି କରିଦିଅ। ଉତ୍ତର ପାଇଯିବ।
ଆନନ୍ଦ ବାହାରିଗଲେ। ସ˚ଧୢା ପୂର୍ବରୁ ସେ ଗୋଟିଏ ତାଲିକା ଆଣି ବୁଦ୍ଧଙ୍କୁ ଦେଲେ। ସେଥିରେ ବିଭିନ୍ନ ଲୋକ ଯାହା ଚାହାନ୍ତି ତାହା ଲେଖାଥିଲା। ବୁଦ୍ଧ ତାଲିକାକୁ ପଢ଼ିଗଲେ। କିଏ ଚାହୁଁଥିଲା ସ˚ପତ୍ତି ତ କିଏ ଚାହୁଁଥିଲା ଯଶ ତ ପୁଣି କିଏ ସୁଖ ଚାହୁଁଥିଲା ବା ଆରୋଗ୍ୟ।
ବୁଦ୍ଧ କହିଲେ- କାହିଁ କେହି ଜଣେ ହେଲେ ତ ମୋକ୍ଷ ଲାଭ କରିବାକୁ ଚାହିଁ ନାହାନ୍ତି? ମୋକ୍ଷ ଲାଭ କରିବାର କ୍ଷମତା ସମସ୍ତଙ୍କ ପାଖରେ ଅଛି। କିନ୍ତୁ ମୋକ୍ଷ ଲାଭ କରିବାର ଆଗ୍ରହ ବା ଇଚ୍ଛା କାହା ପାଖରେ ନାହିଁ। ପ୍ରଥମେ ଦରକାର ଆଗ୍ରହ। ତା’ ପରେ ଯାଇ ପ୍ରାପ୍ତିର ବାଟ ଫିଟିବ।