ଗୌତମ ବୁଦ୍ଧ ଓ ପୂର୍ଣ୍ଣ

କଥାଟିଏ-ଯାଯାବର

ସେ ଦିନ ଭିକ୍ଷା ମାଗି ସାରିବା ପରେ ପୂର୍ଣ୍ଣ ନାମକ ଶିଷ୍ୟ ଗୌତମ ବୁଦ୍ଧଙ୍କ ନିକଟରେ ପହଞ୍ଚି ତାଙ୍କ ବାଣୀ ପ୍ରଚାର ଉଦ୍ଦେଶ୍ୟରେ ଯିବା ଲାଗି ଅନୁମତି ଲୋଡ଼ିଲେ।
ବୁଦ୍ଧ ପଚାରିଲେ- କେଉଁ ଦିଗରେ ଯିବ?
ପୂର୍ଣ୍ଣ ଅଙ୍ଗୁଳି ନିର୍ଦ୍ଦେଶ କରି କହିଲେ- ସବୁ ଦିଗକୁ ଭିକ୍ଷୁମାନେ ଯିବାରେ ଲାଗିଛନ୍ତି ତଥାଗତ, କେବଳ ଏହି ଗୋଟିଏ ଦିଗକୁ ଛାଡ଼ି। ମୁଁ ସେହି ଦିଗରେ ଯିବି।
ବୁଦ୍ଧ କହିଲେ- ଜାଣିଛ ତ କାହିଁକି ସେ ଦିଗରେ କୌଣସି ଭିକ୍ଷୁ ଯାଉ ନାହାନ୍ତି? ସେ ଦିଗରେ ଗଲେ ପଡ଼ିବ ଏକ ବସତି, ଯାହାର ନାମ ଶୁଖା। ସେଠାକାର ଲୋକେ ଅତ୍ୟନ୍ତ ହିଂସ୍ର ଓ କ୍ରୂର। ତୁମକୁ ଦେଖିଲେ ସେମାନେ କେବଳ ଗାଳିମନ୍ଦ କରିବେ ନାହିଁ, ମାଡ଼ ମଧ୍ୟ ଦେଇ ପାରନ୍ତି; ଏପରିକି ଜୀବନରୁ ମାରି ଦେଇ ପାରନ୍ତି ମଧ୍ୟ!
ପୂର୍ଣ୍ଣ ଏବେ ଆଣ୍ଠୁ ମାଡ଼ି ବସିଗଲେ ଏବଂ କହିଲେ- ଏବେ ମୋତେ କେବଳ ସେହି ଦିଗରେ ଯିବାକୁ ଅନୁମତି ଦିଅନ୍ତୁ। କାରଣ ‌େସହି ଠାରେ ହିଁ ଆପଣଙ୍କ ବାଣୀ ପହଞ୍ଚିବା ସର୍ବାଧିକ ଜରୁରୀ! ଅନ୍ଧକାରକୁ ହିଁ ଦୀପ ନେଇ ଯିବାକୁ ହୁଏ। ସୂର୍ଯ୍ୟାଲୋକରେ ଦୀପର କି କାମ?
ବୁଦ୍ଧ କହିଲେ- ଯଦି ସେମାନେ ତୁମକୁ ଗାଳି କରନ୍ତି, ମାଡ଼ ମାରନ୍ତି ବା ଏପରିକି ଜୀବନରୁ ମାରି ଦେବାକୁ ବସନ୍ତି ତେବେ?
ପୂର୍ଣ୍ଣ ହସିଲେ ଓ କହିଲେ- ତଥାଗତ ଆପଣ କ’ଣ ମୋତେ ଚିହ୍ନି ନାହାନ୍ତି। ଗାଳି ଖାଇଲେ ଭାବିବି ଯେ ମାଡ଼ ତ ଖାଇ ନାହିଁ, ମାଡ଼ ଖାଇବାର ସମ୍ଭାବନା ଥିଲା। ମାଡ଼ ଖାଇଲେ ଭାବିବି ଯେ ମାରି ତ ଦେଇ ନାହାନ୍ତି, ମାରି ଦେବାର ସମ୍ଭାବନା ଥିଲା। ଆଉ ଯଦି ମାରି ଦିଅନ୍ତି ତେବେ ଅନ୍ତିମ ଶ୍ବାସ ନେଉଥିବା ବେ‌େଳ ଭାବିବି ଯେ ଏକ ମହତ ଉଦ୍ଦେଶ୍ୟ ଲାଗି ପ୍ରାଣ ଚାଲିଗଲା, ତାହା କ’ଣ କମ୍‌ ସୌଭାଗ୍ୟପୂର୍ଣ୍ଣ?

ସମ୍ବନ୍ଧିତ ଖବର