ଜଣେ ବ୍ୟକ୍ତିଙ୍କ ‘ସାତ’ ଅଙ୍କକୁ ନେଇ ଗଭୀର ବିଶ୍ବାସ ଥିଲା। ସେ ଜୁଲାଇ ମାସ ଅର୍ଥାତ୍ ବର୍ଷର ସପ୍ତମ ମାସରେ ଜନ୍ମ ହୋଇଥିଲେ, ପୁଣି ସାତ ତାରିଖରେ। ତାଙ୍କୁ ସାତ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ନାମରେ ସାତ ଲକ୍ଷ ଟଙ୍କାର ଲଟେରି ଉଠିଲା। ସେ ସବୁ ପରୀକ୍ଷାରେ ସପ୍ତମ ସ୍ଥାନରେ ରହି ଉତ୍ତୀର୍ଣ୍ଣ ହେଉଥିଲେ।
ଯୁବକ ହେବା ପରେ ବିବାହ ଲାଗି ସମ୍ତମ କନ୍ୟାଟିକୁ ପସନ୍ଦ କରି ଜୀବନସାଥୀ ରୂପେ ଗ୍ରହଣ କଲେ ଏବଂ ସାତଟି ସନ୍ତାନର ଜନକ ମଧ୍ୟ ହେଲେ। ସୁତରାଂ ତାଙ୍କ ଜୀବନ ‘ସାତ’ମୟ ହୋଇ ଉଠିଲା।
ଦିନ ଗଡ଼ିଗଡ଼ି ଚାଲିଲା। କିନ୍ତୁ ଏଣେ ସାତ ଜଣିଆ ସନ୍ତାନଙ୍କ ପରିବାରକୁ ଚଳେଇ ଚଳେଇ ସେ ପ୍ରାୟ ଭାଙ୍ଗି ପଡ଼ିଲେ। ତେଣୁ ସେ ଜଣେ ଜ୍ୟୋତିଷଙ୍କ ପରାମର୍ଶ ନେଲେ। ଜ୍ୟୋତିଷ ମହାଶୟ ସବୁ ଶୁଣିବା ପରେ କହିଲେ ଏବେ ତୁମକୁ ସତସ୍ତରି ବର୍ଷ ବୟସ। ସାତ ବର୍ଷ ବୟସ ବେଳେ ତୁମ ଭାଗ୍ୟରେ ଯେମିତି ଲଟେରି ଲାଗିଥିଲା, ଏବେ ସେମିତି ଲାଗିଲେ ଯାଇ ହେବ।
ସୁତରାଂ, ସେ ଏବେ ଶେଷ ଆଶା ରଖି ଲଟେରି ଖୋଜିବାକୁ ଲାଗିଲେ। ସୁଯୋଗ ଜୁଟିଲା। ଜୁଲାଇ ମାସ ସାତ ତାରିଖରେ ଗୋଟିଏ ଘୋଡ଼ା େରସ୍ ହେଉଥିବା ଜାଣି ସେ ନିଶ୍ଚିତ ଜିଣିବେ ବୋଲି ମନେ କରି ନିଜର ସବୁ କିଛି ବିକାବିକି କରି ସମସ୍ତ ଅର୍ଥକୁ ବାଜିରେ ଲଗାଇ ଦେଲେ। ଏଥର ବି ସାତ ନମ୍ବର ତା’ର ମହତ୍ତ୍ବ ଦେଖାଇଲା। କିନ୍ତୁ ତାଙ୍କ ବିଚାର ଓ ଈଶ୍ବରଙ୍କ ବିଚାର ଭିତରେ ଟିକିଏ ପ୍ରଭେଦ ରହିଗଲା; କାରଣ ତାଙ୍କ ଘୋଡ଼ାଟି ଦୌଡ଼ରେ ସାତ ନମ୍ବର ସ୍ଥାନରେ ରହିଲା।
ସାତମୟ ଜୀବନ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)