ବିଶ୍ବବିଦ୍ୟାଳୟର ଶିକ୍ଷା ଭବିଷ୍ୟତ୍ରେ କାହାର କିଭଳି କାମରେ ଆସେ, ତାହା ତ ଅଲଗା କଥା; ବିଶ୍ବବିଦ୍ୟାଳୟରୁ ବାହାରି ଆସିବା ପରେ ଜୀବନ ସଂଘର୍ଷରେ ବ୍ୟାପୃତ ହେବା ସହିତ ଯେଉଁ ଜୀବନ ଶିକ୍ଷାମାନ ମିଳିଥାଏ, ତାହା ବିଦ୍ୟାଳୟ ବା ବିଶ୍ବବିଦ୍ୟାଳୟ ସ୍ତରରେ ମିଳି ନ ଥାଏ। ଏ କଥାଟି କହି ୟୁଜିକେ ନିମ୍ନ ଘଟଣାଟିର ଅବତାରଣା କରିଥିଲେ।
ଗୋଟିଏ ବିଶ୍ବବିଦ୍ୟାଳୟ କୈନ୍ଦ୍ରିକ ଉଚ୍ଚ ଶିକ୍ଷିତଙ୍କ ସହରରେ ଏକ ପରୀକ୍ଷା କରାଗଲା। ଦୁଇଟି ନୂଆ ବ୍ରାଣ୍ଡ୍ର ଦେହ ଲଗା ସାବୁନର ବିଜ୍ଞାପନ ବାହାରିଲା। ତହିଁରୁ ଗୋଟିଏ ସାବୁନକୁ ତା’ର ଉଚ୍ଚ ଗୁଣବତ୍ତା ନେଇ ଦଶ ଜଣ ପ୍ରତିଷ୍ଠିତ ବୈଜ୍ଞାନିକ ସୁପାରିସ କରିଥିଲେ। ଅନ୍ୟ ସାବୁନର ଉଚ୍ଚ ଗୁଣବତ୍ତା ନେଇ ଦଶ ଜଣ ହଲିଉଡ୍ ଅଭିନେତ୍ରୀଙ୍କ ସୁପାରିସ ଥିଲା। ଦେଖିବାକୁ ମିଳିଲା ଯେ ଅଭିନେତ୍ରୀମାନଙ୍କ ଦ୍ବାରା ସୁପାରିସ କରାଯାଇଥିବା ସାବୁନର ବହୁତ ଅଧିକ ବିକ୍ରି ହେଲା। ଏପରିକି ବିଶ୍ବବିଦ୍ୟାଳୟର ପ୍ରଫେସରମାନେ ମଧ୍ୟ ସାବୁନ କିଣା ମାମଲାରେ ବୈଜ୍ଞାନିକ ମାନଙ୍କ ପ୍ରତିଶ୍ରୁତିକୁ ଗ୍ରହଣ କଲେ ନାହିଁ।
ଏହି କଥାଟି ସାରି ୟୁଜିକେ କହିଲେ- ତୁମେ ଜଣେ ପ୍ରଫେସର ଭାବେ ବିଶିଷ୍ଟ ବୈଜ୍ଞାନିକମାନଙ୍କ ନିଷ୍କର୍ଷକୁ ସେମିନାରଗୁୁଡ଼ିକରେ ଉପସ୍ଥାପନ କରି ତା’ର ରାଣ ଖାଇ ପାରିବ, କିନ୍ତୁ ସଉଦା କଲା ବେଳେ ସେଇ ବିଶ୍ବାସ କାମ ଦେବ ନାହିଁ। କାରଣ ଜୀବନ ବିଦ୍ୟାଳୟଟି ଏକ ସଂପୂର୍ଣ୍ଣ ଭିନ୍ନ ବ୍ୟାପାର।
ଜୀବନ ବିଦ୍ୟାଳୟ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)