ଥରେ ଚୀନର କୌଣସି ଏକ ଅଞ୍ଚଳରେ ଆସି ପହଞ୍ଚିଲା ଜଣେ ବିଦେଶୀ। ସେ ଥିଲା ଅତ୍ୟନ୍ତ ବଳଶାଳୀ। ଦ୍ବନ୍ଦ୍ବ ଯୁଦ୍ଧରେ ସେ ସମସ୍ତଙ୍କୁ ହରାଇବାକୁ ଲାଗିଲା। ଦ୍ବନ୍ଦ୍ବ ଯୁଦ୍ଧ ଆରମ୍ଭ ହେବାର ମାତ୍ର କିଛି କ୍ଷଣ ଭିତରେ ସେ ପ୍ରତିପକ୍ଷମାନଙ୍କୁ ଚିତ୍ କରି ଦେଇ ବିଜୟସୂଚକ ମୁଷ୍ଟି ଉତ୍ତୋଳନ କରି ହଲାଉଥିଲା। ସେ ସଦର୍ପେ ଘୋଷଣା କଲା ଯେ ଏ ଚୀନ ମାଟିରେ ଏମିତି କେହି ନାହାନ୍ତି ଯାହାଙ୍କୁ ସେ ହରାଇ ପାରିବ ନାହିଁ।
ଏ କଥା ଶୁଣି ଲାଓତ୍ ସେଙ୍କ ଜଣେ ଶିଷ୍ୟ କହିଲା- ସେ ଦ୍ବନ୍ଦ୍ବ ଯୁଦ୍ଧରେ ଅବତୀର୍ଣ୍ଣ ହେବା ଲାଗି ପ୍ରସ୍ତୁତ। ଏବ˚ ସେ ହାତ କାଟି ଲେଖି ଦେବ ଯେ ତାକୁ ସେଇ ବିଦେଶୀ ପହିଲମାନ ଜମାରୁ ହରାଇ ପାରିବ ନାହିଁ। ସମସ୍ତେ ସେଇ ଶିଷ୍ୟର କଥା ଶୁଣି ବିସ୍ମିତ ହେବା ତ ଦୂରର କଥା କେବଳ ତାଚ୍ଛଲ୍ୟ କରି ହସିବାକୁ ଲାଗିଲେ। କାରଣ ସେ ଯୁବକଟି ଥିଲା ଅତ୍ୟନ୍ତ ଖର୍ବକାୟ ତଥା କୃଶକାୟ। ସମସ୍ତେ କହିଲେ- ବାପ ଏ ମୁକାବିଲାରୁ ଓହରି ଯାଆ, କାରଣ ତତେ ସେ ଟେକି ନେଇ ଅନାୟାସରେ କଚାଡ଼ି ଦେବ।
ଯୁବକ କହିଲା- ଦେଖ, ସେ ମୋତେ ହରାଇ ପାରିବ ନାହିଁ।
ଯୁଦ୍ଧ ଆରମ୍ଭ ହେଲା। ପ୍ରତିପକ୍ଷକୁ ଦେଖି ବିଦେଶୀ ଜୋରରେ ହସିବାକୁ ଲାଗିଲା। ତା’ ପରେ ସେ ଯେତେବେଳେ ତାକୁ ଧରିବାକୁ ଗଲା, ଲାଓତ୍ ସେଙ୍କ ଶିଷ୍ୟ ଆପଣା ଛାଏଁ ଚିତ୍ ହୋଇ ପଡ଼ିଗଲା। ତେଣୁ ସେ ସ୍ବାଭାବିକ ଭାବେ ହାରିଗଲା।
ବିଦେଶୀ ଏହା ଦେଖି ତାଚ୍ଛଲ୍ୟସୂଚକ କିଛି କହିବାକୁ ବସିଥିବା ବେଳେ ସେଠାରେ ଉପସ୍ଥିତ ମହାନ ଦାର୍ଶନିକ ଲାଓତ୍ ସେ କହିଲେ- ହେ ବିଦେଶୀ ଯୋଦ୍ଧା, ମୋ ଶିଷ୍ୟ ଯାହା କହିଥିଲା ତାହା କରି ଦେଖାଇଲା। ସେ ହାରି ଯାଇଛି ସିନା, ତୁମେ ତାକୁ ହରାଇପାରିନାହଁ। ତୁମେ ତାକୁ ଟେକି ଚିତ୍ କରିବାର ସୁଯୋଗ ହିଁ ସେ ତୁମକୁ ଦେଇନାହିଁ।
ସେଠାରେ ଥିବା ଲୋକେ ଏହା ଶୁଣି କରତାଳିରେ ସ୍ଥାନକୁ ପ୍ରକ˚ପିତ କଲେ।
ହାରିବା ଓ ହରାଇବା
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2021/12/foot.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)