ଜେନ ଗୁରୁ ରିନଝାଇ କହୁଥିଲେ- ଛାଡ଼ିଲେ ପାଇବ। ଏହାର ଅର୍ଥ ଧନ, ଯଶ, ଐଶ୍ବର୍ଯ୍ୟ ଇତ୍ୟାଦି ସବୁ କିଛି ତୁମକୁ ଅନୁସରଣ କରିବେ, ଯଦି ତୁମେ ସେମାନଙ୍କୁ ଛାଡ଼ି ଦିଅ। 
ଦି‌େନ ରିନଝାଇଙ୍କୁ ଜଣେ ଅନୁଗାମୀ କହିଲେ- ମହାଭାଗ, ଆପଣ କହିବା ମୁତାବକ ମୁଁ ଧନ ପଛରେ ଗୋଡ଼ାଇବା ଛାଡ଼ି ଦେଇଛି। ଇତି ମଧ୍ୟରେ ବର୍ଷ ବର୍ଷ ବିତିଗଲାଣି, କିନ୍ତୁ ଧନ ତ ମୋର ଅନୁସରଣ କରୁନାହିଁ। 
ଏହା ଶୁଣି ରିନଝାଇ କହିଲେ- ତୁମେ ମଝିରେ ମଝିରେ ପଛକୁ ଚାହିଁ ଦେଖିବାକୁ ଚେଷ୍ଟା କରୁଛ ବୋଧହୁଏ?
ରିନଝାଇଙ୍କ କହିବାର ଅର୍ଥ ଥିଲା ତୁମ ପଛରେ ଧନ ଓ ଯଶ ବା ସେହିଭଳି କିଛି ଗୋଡ଼ାଉ ବୋଲି ଉଦ୍ଦେଶ୍ୟ ରଖି ସେ ସବୁ ଛାଡ଼ିଦେବାକୁ ଚେଷ୍ଟା କଲେ ସେଗୁଡ଼ିକ ପଛରେ ଗୋଡ଼ାଇ ନ ଥାଆନ୍ତି। ଏଭଳି କରିବା ହେଉଛି ଆତ୍ମ ପ୍ରବଞ୍ଚନା। ଧନର କାମନା ରଖି ଧନ ପ୍ରତି ନିରାସକ୍ତ ହେବା ହେଉଛି ଶଠତା। 
ସେହି ବ୍ୟକ୍ତିଙ୍କୁ ରିନଝାଇ କହିଲେ- ଯେଉଁ ବ୍ୟକ୍ତି ତା’ ପଛରେ ଧନ ଅନୁସରଣ କରୁ ବା ନ କରୁ ଧନ ପ୍ରତି ମୋହ ଛାଡ଼ିଦିଏ, ତା’ ପଛରେ ହିଁ ଧନ ଗୋଡ଼ାଇଥାଏ। ଏହି ପ୍ରକ୍ରିୟାରେ ଧନ ପାଇବାର ଲକ୍ଷ୍ୟ ଆଦୌ ନ ଥାଏ। ବରଂ ଓଲଟି ଧନ ମୋହ ତ୍ୟାଗ କରିବାର ପ୍ରକ୍ରିୟାର ଫଳଶ୍ରୁତି ହୋଇଥାଏ ଯେ ଧନ ଅନୁସରଣ କରେ।
 ରିନଝାଇ କହିଲେ- ଆହୁରି ଅଛି। ଯେଉଁ ବ୍ୟକ୍ତି ଧନ ପ୍ରତି ଲାଳସାକୁ ସଂପୂର୍ଣ୍ଣ ତ୍ୟାଗ କରିଦିଏ, ତା’ ପଛରେ ଧନ ଅନୁଧାବନ କରିବା ଅନିବାର୍ଯ୍ୟ। କିନ୍ତୁ ତାହା ମୂଲ୍ୟହୀନ ହୋଇଥାଏ। କାରଣ ତା’ ଲାଗି ଧନ ନିରର୍ଥକ ହୋଇଯାଏ। ଧନ ଛାଡ଼ିବା ଏଭଳି ଅର୍ଥପୂର୍ଣ୍ଣ ହୋଇଯାଏ ଯେ ଅପ୍ରାପ୍ତି‌େବାଧର ପ୍ରଶ୍ନ ନ ଥାଏ। ସେଭଳି କିଛି ତୁମ ଦେଇ ହେବ ତ?
ବ୍ୟକ୍ତି ଜଣକ ଏବେ ନିରୁତ୍ତର ରହିଲେ।