ଜୁନେଦ୍ ଥିଲେ ଜଣେ ପଣ୍ଡିତ। ତାଙ୍କ ବିଦ୍ୟା ଓ ଜ୍ଞାନକୁ ସମସ୍ତେ ସମ୍ମାନ କରୁଥିଲେ। ତେଣୁ ସେ ସୁଯୋଗ ପାଇଲା ମାତ୍ରକେ ଲୋକଙ୍କୁ ଉପଦେଶ ଦେଉଥିଲେ। ସେମାନଙ୍କୁ ଜ୍ଞାନ ଦେବାର ଉଦ୍ୟମ କରୁଥିଲେ। କିନ୍ତୁ ବେେଳ ବେଳେ ଲୋକମାନଙ୍କ ପାଖରେ ଏଭଳି ଜ୍ଞାନ ଲାଗି ସମୟ ବା ଧୈର୍ଯ୍ୟ ବା ଆଗ୍ରହ ରହୁ ନ ଥିଲା। ତେଣୁ ଜୁେନଦ୍ କାହାକୁ ଜ୍ଞାନ ବାଣ୍ଟିେବ ବୋଲି ବିଚଳିତ ଭାବେ ଘୂରି ବୁଲୁଥିଲେ।
ଦିନକର କଥା। ପିଲାଟିଏ ଗୋଟିଏ ହାତରେ ଦୀପଟିଏ ଧରି ଯାଉଥିଲା। ଜୁନେଦ୍ ତାକୁ ପଚାରିଲେ- ଦୀପରେ ନିଆଁ ତୁମେ ଜଳାଇଛ?
ପିଲାଟି ହଁ ଭରିବାରୁ ଜୁନେଦ୍ ତାକୁ ପଚାରିଲେ- ତୁମେ କହି ପାରିବ ଏ ଜ୍ୟୋତି କେଉଁଠାରୁ ଆସିଲା?
ପିଲାଟି କହିଲା- ମହାତ୍ମା, ଆପଣ ଯଦି ଏହି ଦୀପ ଉପରେ ଗୋଟିଏ ଫୁଙ୍କ ମାରିବେ, ତେବେ ଆପଣଙ୍କ ଉତ୍ତର ମିଳିଯିବ।
ଜୁନେଦ୍ ଏହା ଶୁଣି ସେହି ଦୀପ ଉପରେ ଫୁଙ୍କି ଦେଲେ। ଦୀପଟି ଲିଭିଗଲା। ଏହା ପରେ ପିଲାଟି ପଚାରିଲା- ମହାଶୟ, ଆପଣ ଫୁଙ୍କି ଦେଲେ ଓ ଦୀପଟି ଲିଭିଗଲା। ଏବେ କହିପାରିବେ କି ଜ୍ୟୋତିଟି କୁଆଡ଼େ ଚାଲିଗଲା? ସବୁ ତ ଆପଣଙ୍କ ଆଗରେ େହଲା। ମୋ ଉତ୍ତରଟି ହେଲା, ଜ୍ୟୋତିଟି ଯେଉଁଠାକୁ ଚାଲିଗଲା, ସେହିଠାରୁ ଆସିଥିଲା।
ପିଲାଟିର ଏହି ବୁଦ୍ଧି ଜୁେନଦ୍ଙ୍କ ଆଖି ଖୋଲିଦେଲା। ସେ ଜାଣିଲେ ଯେ ପାଣ୍ଡିତ୍ୟ ଅନେକ ସମୟରେ ବୁଦ୍ଧି ଦ୍ବାରା ପରାଜିତ ହୁଏ। ତେଣୁ ସେ ବିଦ୍ୟାଧ୍ୟନ ଛାଡ଼ିଦେଲେ। ଏବେ ପାଣ୍ଡିତ୍ୟ ପଛରେ ନ ପଡ଼ି ବୁଦ୍ଧିର ଝରଣାକୁ ତାଙ୍କ ମସ୍ତିଷ୍କରେ ବହିଯିବାକୁ ଦେଲେ, ଯାହା ତାଙ୍କୁ ଏକ ଭିନ୍ନ ବ୍ୟକ୍ତିତ୍ବରେ ପରିଣତ କଲା। କ୍ରମେ ସେ ସନ୍ଥ ଜୁନେଦ୍ରେ ପରିଣତ ହେଲେ।
ସନ୍ଥ ଜୁନେଦ୍ଙ୍କ କଥା
କଥାଟିଏ-ଯାଯାବର