ଦିନେ ସକାଳେ ମୁଲ୍ଲା ନସିରୁଦ୍ଦିନଙ୍କୁ କିଛି ପିଲା ଚାନ୍ଦା ମାଗିଲେ। ମୁଲ୍ଲା ନରମ ହସଟିଏ ହସି ମୁଣାରୁ ଟଙ୍କା ବାହାର କରି ଦେଇଦେଲେ। ଏହା ଦେଖି ସେମାନଙ୍କ ଭିତରୁ ଜଣେ କହିଲା- ମୁଲ୍ଲା, ତୁମେ ତ କେତେ ଭଲ! କିନ୍ତୁ ତୁମ ନାଁରେ ସେମାନେ ମିଛ କହୁଛନ୍ତି କାହିଁକି? କାହିଁକି କହୁଛନ୍ତି ଯେ ମୁଲ୍ଲାଟା ବଦ୍ରାଗୀ, କୃପଣ। ତା’ ଠାରୁ ଯିଏ ପଇସାଟିଏ ବି ବାହାର କରି ଆଣିପାରିବ ସେ ହେଉଛି ପାରଙ୍ଗମ। କିନ୍ତୁ ତୁମେ ତ ବିନା ବାକ୍ୟ ବ୍ୟୟରେ ଦେଇଦେଲ!
ମୁଲ୍ଲା କହିଲେ, ଏହା ପଛରେ ଗୋଟିଏ ରହସ୍ୟ ଅଛି। ମୁଁ କେତେବେଳେ ଭଲ ବା ଖରାପ ହେବି, ତାହା ମୋ’ ଖଚର ଠିକ୍ କରେ। ସେଥିରେ ମୋର କିଛି ହାତ ନାହିଁ।
ପିଲାଏ କହିଲେ- ତୁମ କଥାର ଅର୍ଥ ବୁଝିପାରଲୁ ନାହିଁ!
ମୁଲ୍ଲା କହିଲେ- ମୋ’ ପାଖରେ ଗୋଟିଏ ଖଚର ଅଛି। ସେ ଭାରି ଭଲ। ହେଲେ, ତା’ର ଭାରି ଖରାପ ସ୍ବଭାବଟିଏ ବି ଅଛି। ତାହା ହେଲା ଯେ ସେ ଟିକିଏ ସୁଯୋଗ ପାଇଲେ କୁଆଡ଼େ ପଳାଏ। ତେଣୁ ତା’କୁ ଖୋଜିବା ଲାଗି ମୋତେ ନାକେଦମ ହେବାକୁ ପଡ଼େ। ଯେଉଁ ଦିନ ଖଚର ହଜିଯାଇଥାଏ ଏବଂ ମୁଁ ତା’କୁ ଖୋଜୁଥାଏ, ସେ ଦିନ ଯଦି ମୋତେ କିଏ କିଛି ମାଗିଲା କି କହିଲା ତେବେ ତା’ର ନିସ୍ତାର ନାହିଁ ବୋଲି ଜାଣ। ଆଜି ସକାଳୁ ମୋର ଖଚର ମିଳିଗଲା। ଏତିକି ବେଳେ ତୁମେ ଆସି ପଇସା ମାଗିଲ। ତେଣୁ ତୁମକୁ ମିଳିଲା।
ପିଲା ଏବେ ଖଚରକୁ ଧନ୍ୟବାଦ ଦେଇ ଫେରିଲେ।
କଥାଟିଏ-ଯାଯାବର: ଖଚର ପ୍ରଭାବ
ଦିନେ ସକାଳେ ମୁଲ୍ଲା ନସିରୁଦ୍ଦିନଙ୍କୁ କିଛି ପିଲା ଚାନ୍ଦା ମାଗିଲେ। ମୁଲ୍ଲା ନରମ ହସଟିଏ ହସି ମୁଣାରୁ ଟଙ୍କା ବାହାର କରି ଦେଇଦେଲେ। ଏହା ଦେଖି ସେମାନଙ୍କ ଭିତରୁ ଜଣେ କହିଲା- ମୁଲ୍ଲା, ତୁମେ ତ କେତେ ଭଲ! କିନ୍ତୁ ତୁମ ନାଁରେ ସେମାନେ ମିଛ କହୁଛନ୍ତି କାହିଁକି?
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)