ଥରେ ଗୌତମ ବୁଦ୍ଧ ତାଙ୍କ ଶିଷ୍ୟମାନଙ୍କ ସହିତ ଗୋଟିଏ ତୋଟା ମୂଳରେ ବିଶ୍ରାମ କରୁଥିଲେ। ତାଙ୍କ ସହିତ ନୂଆ ଓ ପୁରୁଣା ହୋଇ ଅନେକ ଶିଷ୍ୟ ଥିଲେ।
ସେତେବେଳକୁ ସମୟ ଦ୍ବିପହର। ବୁଦ୍ଧ ଶୋଇ ପଡ଼ିଥିଲେ। ଏହି ସମୟରେ କାହାର ଉତ୍ତେଜିତ କଥା ଶୁଣି ତାଙ୍କର ନିଦ ଭାଙ୍ଗିଗଲା। ସେ ଦେଖିଲେ ଯେ ତାଙ୍କର ପଟ୍ଟଶିଷ୍ୟ ଆନନ୍ଦ ତାଙ୍କର ଜଣେ ନୂତନ ଶିଷ୍ୟକୁ କୌଣସି କାରଣ ଲାଗି ମୃଦୁ ଭର୍ତ୍ସନା କରୁଛନ୍ତି।
କିଛି ସମୟ ପରେ ବୁଦ୍ଧ ଆନନ୍ଦଙ୍କୁ ଡାକି ଏଭଳି କରୁଥିବାର କାରଣ ବାବଦରେ ପଚାରିଲେ।
ଆନନ୍ଦ କହିଲେ- ମହାଭାଗ, ଆମେମାନେ ବିଶ୍ରାମ ନେଉଥିବା ବେଳେ ଗୋଟିଏ ବୁଲା କୁକୁର ଆମ ଭିତରକୁ ପଶିଆସିଲା। ତାହା ଦେଖି ସେଇ ତରୁଣ ଶିଷ୍ୟ ଜଣକ ଗୋଟିଏ ବଡ଼ କାଠ ଧରି ତା’ ଆଡ଼କୁ ଲକ୍ଷ୍ୟ କରି ଫୋପାଡ଼ିଲେ। କୁକୁରଟି ପଳାଇଗଲା। ଭାଗ୍ୟକୁ କୁକୁର ଦେହରେ ତାହା ବାଜିଲା ନାହିଁ। କିନ୍ତୁ ବାଜିଥିଲେ ତା’ର ପ୍ରାଣ ଚାଲିଯାଇଥାଆନ୍ତା। ସେଇ କଥା କହି ମୁଁ ତାଙ୍କ ଉପରେ ବିରକ୍ତ ହେଉଥିଲି।
ବୁଦ୍ଧ ହସିଲେ ଏବଂ ଆନନ୍ଦଙ୍କୁ କହିଲେ- ଆନନ୍ଦ ତୁମେ ଏବେ ସୁଦ୍ଧା ମୋର କଥାକୁ ବୁଝି ପାରିନାହଁ। େସହି ଯୁବକର ବ୍ୟବହାର ଏବଂ ତୁମ ଆଚରଣ କେତେ ସମାନ, ତାହା ଦେଖ। ତୁମେ ଦୁହେଁ ଏଭଳି କରି ନିଜକୁ ଯେଉଁ କ୍ଷତି ପହଞ୍ଚାଇଛ, ତାହା ଲକ୍ଷ୍ୟ କର। ଯୁବକଟି ଯେତେବେଳେ ଏଭଳି କଲା, ସେତିକି ବେଳେ ତା’ର ହୃଦୟରୁ କରୁଣାର ଝର କ୍ଷଣିକ ଲାଗି ଶୁଖିଗଲା। ସେ ରାକ୍ଷସ ତୁଲ୍ୟ ହୋଇଗଲା। ଏହା ତା’ ଲାଗି ଅଶେଷ କ୍ଷତାକାରକ ଥିଲା, ଯାହା ସେ କ୍ରମେ ତା’ର ଚୈତନ୍ୟ ଉଦୟ ହେବା ସହିତ ବୁଝି ପାରିବ।
କିନ୍ତୁ ତୁମେ ତ ପୁରୁଣା ଶିଷ୍ୟ, ମୋ ଛାୟ ଭଳି ରହିଛ। ତୁେମ ତା’ର କାର୍ଯ୍ୟରେ ଉତ୍ତେଜିତ ହୋଇ ନିଜ ଚିତ୍ତରୁ ଯେଉଁ ପ୍ରଶାନ୍ତିକୁ ବିସର୍ଜନ ଦେଲ, ତାହାର କ୍ଷତି ମଧ୍ୟ ତୁମେ ଭୋଗୁଛ। ମୁଁ ସଦାବେଳେ କହେ ଜାଗ୍ରତ ରହ। ତାହାର ଅର୍ଥ ହେଲା ନିଜକୁ ଦେଖ ଓ ବୁଝ।
କଥାଟିଏ-ଯାଯାବର: ଗୌତମ ଓ ଆନନ୍ଦ
ଥରେ ଗୌତମ ବୁଦ୍ଧ ତାଙ୍କ ଶିଷ୍ୟମାନଙ୍କ ସହିତ ଗୋଟିଏ ତୋଟା ମୂଳରେ ବିଶ୍ରାମ କରୁଥିଲେ। ତାଙ୍କ ସହିତ ନୂଆ ଓ ପୁରୁଣା ହୋଇ ଅନେକ ଶିଷ୍ୟ ଥିଲେ। ସେତେବେଳକୁ ସମୟ ଦ୍ବିପହର। ବୁଦ୍ଧ ଶୋଇ ପଡ଼ିଥିଲେ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)