ନାଜୀ ଜର୍ମାନମାନଙ୍କ ସମୟ। ଅକ୍ଟୋବର ମାସ। ଅଷ୍ଟ୍ରିଆର ଗୋଟିଏ ଇହୁଦୀ ପରିବାରର ସଦସ୍ୟମାନଙ୍କୁ ନାଜୀମାନେ ଧରି ନେଲେ। ସେମାନଙ୍କୁ ମୃତ୍ୟୁର ଶିବିରକୁ ପଠାଇ ଦିଆଗଲା। ସେଇ କ୍ରମରେ ପରିବାରର ବାର ବର୍ଷର ଝିଅ ଓ ତା’ର ଛଅ ବର୍ଷର ଭାଇକୁ ଗୋଟିଏ ସ୍ଥାନକୁ ପଠାଯିବ ବୋଲି ଟ୍ରକ୍ରେ ନିଆଗଲା। ସେମାନେ ପହଞ୍ଚିଲେ ଗୋଟିଏ ରେଳ ଷ୍ଟେସନରେ। ପୂର୍ବରୁ ସେଠାରେ ଶହ ଶହ ସ˚ଖ୍ୟାରେ ଇହୁଦୀମାନେ ଅପେକ୍ଷା କରି ରହିଥିଲେ। ସେମାନଙ୍କୁ ନେବା ଲାଗି ଯେଉଁ ମାଲବାହୀ ରେଳଗାଡ଼ିର ବ୍ୟବସ୍ଥା କରାଯାଇଥିଲା, ତାହା ପହଞ୍ଚି ନ ଥିଲା। ତିନି ଦିନ ପରେ ତାହା ପହଞ୍ଚିଲା। ସେଠାରେ ଥିବା ଇହୁଦୀମାନଙ୍କୁ ଗୋରୁଗାଈ ଭଳି ଵାଗନ୍ ଭିତରେ ଭର୍ତ୍ତି କରି ଦିଆଗଲା। ସେତିକି ବେଳେ ଝିଅଟି ଦେଖିଲା ଯେ ତା’ ଭାଇର ପାଦରେ ଜୋତା ନାହିଁ। ପିଲାଟି ତାହା ବୋଧହୁଏ କେଉଁଠିି ହଜାଇ ଦେଇଥିଲା। ଅଷ୍ଟ୍ରିଆରେ ଶୀତ ଦିନେ ଜୋତା ନ ପିନ୍ଧିବାର ଅର୍ଥ ନିଜ ଗୋଡ଼ ଦୁଇଟିକୁ ହରାଇବା। ଝିଅଟି ଭାଇର ଏ ଦାୟିତ୍ବହୀନତାରେ ରାଗିଯାଇ କହିଲା- ତୁ ମରିବୁ, ମର।
ରେଳଟି ଗନ୍ତବ୍ୟରେ ପହଞ୍ଚିଲା ପରେ ଭାଇ ଓ ଭଉଣୀ ପରସ୍ପରଠାରୁ ଅଲଗା ହୋଇଗଲେ। ଚାରି ବର୍ଷ ପରେ ଝିଅଟି ଯେତେବେଳେ ତା’ର ସୌଭାଗ୍ୟରୁ ମୃତ୍ୟୁ ଓ ଯାତନା ଶିବିରରୁ ଜୀବିତ ଅବସ୍ଥାରେ ମୁକ୍ତି ପାଇଲା, ସେ ଜାଣିଲା ଯେ ତା’ ପରିବାରର ବାକି ଆଠଜଣ ଯାକ ସଦସ୍ୟ ନିଶ୍ଚିହ୍ନ ହୋଇ ଯାଇଛନ୍ତି। ସେଇ ମୁହୂର୍ତ୍ତରେ ଝିଅଟିର ମନରେ ଭାସିଗଲା ସେ ତା’ର ସାନ ଭାଇ ଉପରେ ବର୍ଷଣ କରିଥିବା ଅଭିସ˚ପାତ; ଭାଇ ସହ ତା’ର ଶେଷ କଥା।
ପରେ ଝିଅଟି ବଡ଼ ହେଲା। ଇହୁଦୀମାନଙ୍କ ଲାଗି ଅନେକ କାମ କଲା। ପ୍ରସିଦ୍ଧି ପାଇଲା। କିନ୍ତୁ ମୃତ୍ୟୁ ପର୍ଯ୍ୟନ୍ତ ସାନ ଭାଇକୁ କହିଥିବା ତା’ର ଶେଷ କଥା ପଦକ ଲାଗି ନିଜକୁ ସେ କ୍ଷମା କରିପାରିଲା ନାହିଁ।
କଥାଟି କହି ୟୁଜିକେ କହିଲେ- ଜୀବନ ଆସାର। ଏଇ କ୍ଷଣି ଅଛି, ପର କ୍ଷଣରେ ନାହିଁ। ତେଣୁ କାହାକୁ କିଛି କହିବା ପୂର୍ବରୁ ବିଚାର କର। କଥାର ତୀର ବେଳେ ବେଳେ କହିଥିବା ଲୋକକୁ ମଧ୍ୟ ବିଦ୍ଧ କରିଥାଏ!
କଥାଟିଏ-ଯାଯାବର: କଥାର ତୀର
ନାଜୀ ଜର୍ମାନମାନଙ୍କ ସମୟ। ଅକ୍ଟୋବର ମାସ। ଅଷ୍ଟ୍ରିଆର ଗୋଟିଏ ଇହୁଦୀ ପରିବାରର ସଦସ୍ୟମାନଙ୍କୁ ନାଜୀମାନେ ଧରି ନେଲେ। ସେମାନଙ୍କୁ ମୃତ୍ୟୁର ଶିବିରକୁ ପଠାଇ ଦିଆଗଲା। ସେଇ କ୍ରମରେ ପରିବାରର ବାର ବର୍ଷର ଝିଅ ଓ ତା’ର ଛଅ ବର୍ଷର ଭାଇକୁ ଗୋଟିଏ ସ୍ଥାନକୁ ପଠାଯିବ ବୋଲି ଟ୍ରକ୍ରେ ନିଆଗଲା।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)