ଜଣେ ଧର୍ମଗୁରୁ କିଛି ଲୋକଙ୍କ ଠାରୁ ଶୁଣିଲେ ଯେ ସହରକୁ ଆସିଥିବା ଯାତ୍ରା ଦଳଟି ଗୋଟିଏ ଚମତ୍କାର ନାଟକ ପରିବେଷଣ କରୁଛନ୍ତି। ତାଙ୍କର ମଧ୍ୟ ସେହି ନାଟକ ଦେଖିବାକୁ ଇଚ୍ଛା ହେଲା। କିନ୍ତୁ ସେ ସାରା ଜୀବନ ଲୋକମାନଙ୍କୁ ନାଟକ ବା ସିନେମା ଭଳି ଶସ୍ତା ମନୋରଂଜନ ଠାରୁ ଦୂରେଇ ରହିବାକୁ ଉପଦେଶ ଦେଇ ଆସିଥିଲେ। ଏବେ ସେ କରିବେ କ’ଣ? ବହୁତ ଭାବିଚିନ୍ତି ଅତି ସନ୍ତର୍ପଣରେ ସେ ସେହି ଯାତ୍ରା ଦଳର ମ୍ୟାନେଜରଙ୍କ ପାଖକୁ ପତ୍ର ଲେଖିଲେ- ମହାଶୟ, ମୁଁ ନାଟକଟି ଦେଖିବାକୁ ଚାହୁଁଛି। ଆପଣଙ୍କ ନାଟକ ତମ୍ବୁର ପଛ ପଟେ ଏମିତି କିଛି ଗଳାବାଟ ଅଛି କି ଯାହା ଦେଇ ମୁଁ ଭିତରକୁ ଯାଇ ନାଟକଟି ଦେଖିପାରିବି, ଅଥଚ ମୋତେ କେହି ଦେଖିପାରିବେ ନାହିଁ?
ମ୍ୟାନେଜର ଉତ୍ତର ଦେଲେ- ମହାଭାଗ, ଏମିତି ଗଳାବାଟର ବ୍ୟବସ୍ଥା ଆମର ସଦାବେଳେ ରହିଥାଏ। ସେହି ବାଟ ଦେଇ ହିଁ ତଥାକଥିତ ଭଦ୍ରଲୋକ ଚୁପ୍ କିନା ଭିତରକୁ ଯାଇ ନାଟକ ଦେଖନ୍ତି। ତେଣୁ, ଆପଣ ବି ଦେଖି ପାରିବେ। କିନ୍ତୁ ଯେହେତୁ ଆପଣ ଜଣେ ଧର୍ମଗୁରୁ, ସେଥି ଲାଗି ପଚାରୁଛି; ଗଳାବାଟରେ ଯାଇ ନାଟକ ଦେଖିଲେ ଆପଣଙ୍କୁ କେହି ଦେଖି ପାରିବେ ନାହିଁ ସିନା, କିନ୍ତୁ ପରମାତ୍ମା ତ ଦେଖିବେ? ହଉ ହେଲା, ଆପଣ ହୁଏ’ତ ଏଭଳି ବି ହୋଇ ଥାଇପାରନ୍ତି, ଯିଏ ସର୍ବଦା ପରମେଶ୍ବରଙ୍କ କଥା କହୁଥିବା ସତ୍ତ୍ବେ ସେ ଅଛନ୍ତି ବୋଲି ବିଶ୍ବାସ କରୁ ନ ଥାଇ ପାରନ୍ତି! ତାହା ହେଲେ ବି ଲୁଚି କରି ଅନ୍ଧାର ଭିତରେ ବସି ନାଟକ ଦେଖିେଲ ଆପଣ ଆଉ କାହା ଆଖିରେ ନ ହେଉ, ନିଜ ଆଖିରେ ତ ଦେଖାଯିବେ। ତାହା ଚଳିବ ତ? ଯଦି ହଁ କରିବେ ତେବେ ବ୍ୟବସ୍ଥା କରିବି।
ଧର୍ମଗୁରୁ ଏହାର ଆଉ କୌଣସି ଉତ୍ତର ଦେଇପାରିଲେ ନାହିଁ।
ଧର୍ମଗୁରୁଙ୍କ ପତ୍ର
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2019/11/footf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)