ବୁଦ୍ଧ ନିଜ ଶିଷ୍ୟମାନଙ୍କ ସହିତ ଗୋଟିଏ ରାଜ୍ୟରେ ପ୍ରବେଶ କଲା ବେଳକୁ ରାଜ୍ୟ ସାରା ହୁରି ପଡ଼ିଗଲା ଯେ ବୁଦ୍ଧ ଆସିଛନ୍ତି। ରାଜ୍ୟର ରାଜାଙ୍କ ପାଖକୁ ବି ଏ ଖବର ଗଲା। ମନ୍ତ୍ରୀ ମହୋଦୟ ରାଜାଙ୍କୁ କହିଲେ- ରାଜଧାନୀରେ ବୁଦ୍ଧ ପ୍ରବେଶ କରିବା ପୂର୍ବରୁ ଆମେ ରାଜଧାନୀର ଦ୍ବାର ଦେଶରେ ରହି ତାଙ୍କୁ ପାଛୋଟି ଆଣିବା ଦରକାର।
ରାଜା ଏହା ଶୁଣି ଭ୍ରୂକୁ˚ଚନ କରି କହିଲେ- ମହାମନ୍ତ୍ରୀ, ଆପଣଙ୍କ ମୁଣ୍ତ ବୋଧହୁଏ ଖରାପ ହୋଇଗଲାଣି। ମୁଁ ହେଉଛି ରାଜା। ମୁଁ ପୁଣି ଯିବି ଜଣେ ଭିକ୍ଷୁକକୁ ପାଛୋଟି ଆଣିବା ଲାଗି?
ମନ୍ତ୍ରୀ ଏହା ଶୁଣି କେବଳ ହସି ଦେଲେ।
ରାଜା ପଚାରିଲେ- ଆପଣ ହସିଲେ କାହିଁକି?
ମନ୍ତ୍ରୀ କହିଲେ- ମହାରାଜଙ୍କୁ ଅବଜ୍ଞା କରିବା ଲାଗି ମୋର ଏ ହସ ନ ଥିଲା। ହଠାତ୍ ଗୋଟିଏ କଥା ମନରେ ଚମକି ଗଲା ବୋଲି ହସ ଲାଗିଲା।
ରାଜା କହିଲେ- କି କଥା?
ମନ୍ତ୍ରୀ କହିଲେ- ବୁଦ୍ଧଙ୍କୁ ଆପଣ ସିନା ଭିକ୍ଷୁ ବୋଲି କହି ହେୟ ଜ୍ଞାନ କଲେ, ହେଲେ ବୁଦ୍ଧଙ୍କ ଭଳି ଧନୀ ଏ ପୃଥିବୀରେ କେହି ନାହାନ୍ତି। କାରଣ ଇଏ ହେଉଛନ୍ତି ସେଇ ଲୋକ ଯିଏ ଅପରିମେୟ ସ˚ପତ୍ତିକୁ ପାଦରେ ଆଡ଼େଇ ଚାଲିଆସିଛନ୍ତି, ଅଥଚ ପୃଥିବୀର ସବୁ ରାଜା ଓ ରାଜଚକ୍ରବର୍ତ୍ତୀମାନେ ସେଇ ଐଶ୍ବର୍ଯ୍ୟର ଦାସ ହୋଇ ରହିଛନ୍ତି। ଯିଏ ଏଶ୍ବର୍ଯ୍ୟକୁ ପାଦରେ ଏଡ଼ାଇ ଦିଏ ସିଏ ଐଶ୍ବର୍ଯ୍ୟର ମାଲିକ, ଯେମିତି ବୁଦ୍ଧ।
ରାଜା ଏ କଥା ନିରବରେ ଶୁଣିଲେ ଏବ˚ ତା’ ପରେ କହିଲେ- ବୁଦ୍ଧଙ୍କୁ ସ୍ବାଗତ କରିବା ଲାଗି ଆୟୋଜନ କର।
ଏଶ୍ବର୍ଯ୍ୟର ମାଲିକ
କଥାଟିଏ-ଯାଯାବର