ପ୍ରସିଦ୍ଧ ଜେନ୍ ଗୁରୁ ନେନେଙ୍କ ସହିତ କୌଣସି ବିଷୟରେ ଆଲୋଚନା କଲାବେଳେ ହା ହୁଇ ଥରେ କହି ପକାଇଲେ- ଏହା ହିଁ ସତ! କେଉଁ ପ୍ରସଙ୍ଗରେ ସେ ଏହା କହିଲେ ସେ ବିଷୟରେ ଜାଣିବାର ଆବଶ୍ୟକତା ନାହିଁ। କେବଳ ଏତିକି ଜାଣିଲେ ଯଥେଷ୍ଟ ଯେ ହା ହୁଇ କହିଲେ, ‘ଏହା ହିଁ ସତ!’
ଆଲୋଚନାକୁ ସେଇଠାରେ ଛାଡ଼ି ନେନେ ଉଠି ପଡ଼ି କହିଲେ- ତାହା ହେଲେ ମୁଁ ଚାଲିଲି।
ବିସ୍ମୟ ସହିତ ହା ହୁଇ କହିଲେ- ଆରେ, ଏମିତି ଅଚାନକ?
ନେନେ କହିଲେ- ଯିବାକୁ ବାଧୢ ହେଉଛି, କାରଣ ହି˚ସାର ଆରମ୍ଭ ହୋଇଗଲା।
ହା ହୁଇ କହିଲେ- ହି˚ସା? କେଉଁଠି?
ନେନେ କହିଲେ- ଯେ ପର୍ଯ୍ୟନ୍ତ ତୁମେ କହୁଥିଲ ଏହା ସତ୍ୟ, ସେତେବେଳ ଯାଏ ସବୁ ଠିକ୍ ଥିଲା। ତୁମେ ଯେତେବେଳେ କହିଲ ମୋ ଲାଗି ଏହା ସତ୍ୟ, ସେତେବେଳେ ହିଂସାର ଆଭାସ ମିଳିଲା। ତଥାପି ଚଳିଗଲା, କାରଣ ତା’ ଦ୍ବାରା ତୁମେ ଏହା କହୁଥିଲ ଯେ ତୁମ ଲାଗି ତାହା ସତ୍ୟ, ଏବଂ ମୋ ଲାଗି ବା ଆଉ କାହା ଲାଗି ତାହା ସତ୍ୟ ହୋଇ ନ ପାରେ! ତୁମ ଲାଗି ସତ୍ୟ ହୁଏତ ଆଉ କିଛି ହୋଇପାରେ! କିନ୍ତୁ ଯେତେବେଳେ ତୁମେ କହିଲ ଯେ ଏହା ହିଁ ସତ୍ୟ, ତା’ ଅର୍ଥ ତୁମେ କହିଦେଲ ଯେ ତୁମେ ଯେଉଁ ସତ୍ୟ କଥା କହୁଛ ତାହା ହେଉଛି ପ୍ରକୃତ ଓ ଏକମାତ୍ର ସତ୍ୟ। ଏଇଠି ହିଂସା ଲାଗି ବାଟ ଖୋଲିଗଲା। ଏହାର ଅର୍ଥ ଯିଏ ତୁମ ସତ୍ୟକୁ ନ ମାନିବ ସେ ତୁମ ଦୃଷ୍ଟିରେ ସ୍ବୀକାର୍ଯ୍ୟ ହେବନାହିଁ। ଏମିତି ବିଚାରରୁ ଅତ୍ୟାଚାର ଲାଗି ବାଟ ଫିଟିଯାଏ। ହି˚ସାଚାର ହୁଏ।
ହା ହୁଇ ଅଳ୍ପ ହସି କହିଲେ- ନେନେ, ଆପଣ ମହାନ। ଏବେ ମାନିଲି ଏହା ହେଉଛି ମୋ ଲାଗି ସତ୍ୟ। କିନ୍ତୁ ଏହା ଏକମାତ୍ର ସତ୍ୟ ହୋଇ ନ ପାରେ!
କଥାଟିଏ-ଯାଯାବର: ହିଂସାର ଆରମ୍ଭ
ପ୍ରସିଦ୍ଧ ଜେନ୍ ଗୁରୁ ନେନେଙ୍କ ସହିତ କୌଣସି ବିଷୟରେ ଆଲୋଚନା କଲାବେଳେ ହା ହୁଇ ଥରେ କହି ପକାଇଲେ- ଏହା ହିଁ ସତ! କେଉଁ ପ୍ରସଙ୍ଗରେ ସେ ଏହା କହିଲେ ସେ ବିଷୟରେ ଜାଣିବାର ଆବଶ୍ୟକତା ନାହିଁ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)