ଆଦିବାସୀ ଗଳ୍ପଟିଏ।
ସୃଷ୍ଟି ଆରମ୍ଭ ବେଳର କଥା। ସେତେବେଳେ ପୃଥିବୀ ପୃଷ୍ଠ ଭାରି ବନ୍ଧୁର ଓ ଟାଣ ଥିବାରୁ ଭଗବାନ ଘାସର ସୃଷ୍ଟି କଲେ। ଘାସର ଗୋଟିଏ ଗାଲିଚା ପୃଥିବୀ ଉପରେ ବିଛାଇ ହୋଇଗଲା। ତା’ ଉପରେ ପଶୁପକ୍ଷୀ, କୀଟପତଙ୍ଗ, ସରୀସୃପ ସମସ୍ତେ ବିଚରଣ କଲେ।
ସେତେବେଳ ପର୍ଯ୍ୟନ୍ତ ମୃତ୍ୟୁର ଭୟ କାହାକୁ ଗ୍ରାସ କରି ନ ଥିଲା। କାରଣ ପୃଥିବୀରେ ସେ ପର୍ଯ୍ୟନ୍ତ ମୃତ୍ୟୁ ଆସି ନ ଥିଲା। କିନ୍ତୁ ଦିନେ ମୃତ୍ୟୁ ଆସିଲା। ପଶୁପକ୍ଷୀଙ୍କ ଠାରୁ ଆରମ୍ଭ କରି ଗଛବୃଚ୍ଛଙ୍କ ପର୍ଯ୍ୟନ୍ତ ସମସ୍ତେ ଦିନେ ନା ଦିନେ ମୃତ୍ୟୁମୁଖରେ ପଡ଼ିବେ ବୋଲି ବୁଝିପାରିଲେ। ଏହା ସମସ୍ତଙ୍କ ମନରେ ବିଷାଦ ଭରିଦେଲା। ମୃତ୍ୟୁ କବଳରୁ ରକ୍ଷା ପାଇବା ଲାଗି ସେମାନେ ଭଗବାନଙ୍କ ପାଖରେ ଅଳି କଲେ। ଭଗବାନ କହିଲେ- ମୃତ୍ୟୁ ତ ରହିବାକୁ ବାଧୢ। କାରଣ ମୋ ପାଖରେ ଅମରତ୍ବ ଦେବା ଲାଗି ଯେଉଁ ଅମୃତ ଥିଲା, ତାହା ମୁଁ ଜଣକୁ ଦେଇ ସାରିଛି। ଏବେ କେବଳ ସେଇ ଅମର ହୋଇ ରହିବ।
ସମସ୍ତେ ଏକ ସ୍ବରରେ ପଚାରିଲେ- ସେ କିଏ?
ଭଗବାନ କହିଲେ- ସେ ହେଉଛି ଘାସ।
ଘାସ? ସମସ୍ତେ ବିସ୍ମୟ ପ୍ରକାଶ କଲେ।
ସେମାନେ କହିଲେ- ସାମାନ୍ୟ ଘାସ, ଯିଏ ଆମ ପାଦ ତଳେ ନିଶ୍ଚିହ୍ନ ହୋଇଯାଉଛି ତାକୁ ଆପଣ ଅମରତ୍ବ ଦେଲେ କାହିଁକି?
ଭଗବାନ କହିଲେ- ତୁମମାନଙ୍କ ସୁଖ ଲାଗି ଘାସ ଅହରହ ତୁମମାନଙ୍କର ଭାର ସହି ଚାଲିଛି। ତା’ର ଏ ତ୍ୟାଗ ଲାଗି ଅମୃତ ପାଇବା ସକାଶେ ସେ ହିଁ ସବୁଠାରୁ ଅଧିକ ଯୋଗ୍ୟ ଥିଲା। ତା’ ଭଳି ନିଶ୍ଚିହ୍ନ ହୋଇ ପୁଣି ଆତ୍ମପ୍ରକାଶ କରିବାକୁ ପଡୁଥିଲେ ତୁମମାନଙ୍କ ମଧ୍ୟରୁ କେହି ହେଲେ ଅମରତ୍ବ ଚାହିଁ ନ ଥାଆନ୍ତ। କିନ୍ତୁ ଅମରତ୍ବ ତୁମ ଯନ୍ତ୍ରଣାକୁ ଅସରନ୍ତି କରି ଦିଅନ୍ତା। ତେଣୁ କିଏ ଅମର ହେବାକୁ ଯୋଗ୍ୟ, ତାହା ବୁଝିବାର ସାମର୍ଥ୍ୟ ତୁମର ନାହିଁ।
ଘାସ ଲାଗି ଅମର ବର
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)