କଥାଟିଏ ଯାଯାବର, ନାନକ ଓ ମହାବୀର

ଗୁରୁ ନାନକ ଗୋଟିଏ ଗାଁରେ ପହଞ୍ଚିଲେ। ସେଠାରେ ପ୍ରଥମ ଦିନର ସକାଳେ ଗାଁର ମୁଖିଆ ନାନକଙ୍କ ପାଖକୁ ଗୋଟିଏ ପାତ୍ରରେ କ୍ଷୀର ପଠାଇଲେ। ପାତ୍ରଟି କ୍ଷୀରରେ ଏମିତି ଭରା ଥିଲା ଯେ ସତେ ଯେମିତି ଆଉ ଅଧିକ ଗୋଟିଏ ଟୋପା କ୍ଷୀରରେ ତାହା ଉଛୁଳି ପଡ଼ିବ।

ନାନକ ତାହା ଦେଖି ତା ଉପରେ ଫୁଲର ପାଖୁଡ଼ାଟିଏ ପକାଇ ଦେଇ ତାକୁ ମୁଖିଆଙ୍କ ପାଖକୁ ଫେରାଇଦେଲେ। ଏବେ ନାନକଙ୍କ ଶିଷ୍ୟମା‌େନେ ବୁଝିପାରିଲେ ଯେ ଏହି କ୍ଷୀର ଅତିଥିଙ୍କ ପାନ ଉଦ୍ଦେଶ୍ୟରେ ନ ଥିଲା। ଗାଁର ମୁଖିଆ ଅତ୍ୟନ୍ତ ବୁଦ୍ଧିମାନ ଏବଂ ସେ ଏହା ଜରିଆରେ ଗୁରୁଙ୍କ ସହିତ କିଛି ଭାବ ବିନିମୟ କରିଛନ୍ତି। ତେଣୁ ସେମାନେ ଗୁରୁଙ୍କୁ ତାର ମର୍ମାର୍ଥ ପଚାରିଲେ।

ନାନକ କହିଲେ- ମୋ ପାଖକୁ କ୍ଷୀରରେ ଉଛୁଳି ଉଠୁଥିବା ପାତ୍ର ପଠାଇ ମୁଖିଆ ବାର୍ତ୍ତା ଦେଲେ ଯେ ଆମ ଗାଁ ଏବେ ଲୋକରେ ଭରପୂର। ଆଉ ଜଣେ ବି ଅଧିକ ଲୋକଙ୍କ ଲାଗି ଏଠି ଜାଗା ନାହିଁ। ତେଣୁ ମୁଁ ଫୁଲ ପାଖୁଡ଼ାଟିଏ ଭସାଇ ଦେଇ ଜଣାଇ ଦେଲି ଯେ ଆମେ ଏଠି ଏମିତି ଉଶ୍ବାସ ଭାବେ ରହିବୁ ଯେ ଆମେ ରହିଛୁ ବୋଲି କେହି ଜାଣି ପାରିବେ ନାହିଁ।

ଏହାର ଅନେକ ଅନେକ ବର୍ଷ ତଳେ ମହାବୀର ଜୈନଙ୍କ କୈ‌େଶାରାବସ୍ଥାରେ ଯେତେବେଳେ ତାଙ୍କ ପରିବାରର ଲୋକେ ତାଙ୍କୁ ସନ୍ନ୍ୟାସ ନେବା ଲାଗି ବାରଣ କଲେ ସେତିକି ବେଳେ ସେ ମଧ୍ୟ ପରିବାର ଭିତରେ ଏମିତି ରହିଲେ ଯେ ସେ ଅଛନ୍ତି ବୋଲି ଜଣାପଡ଼ିଲା ନାହିଁ; ଯେମିତି ଆମ ଭିତରେ ପବନ ରହିଛି। ଏବେ ତାଙ୍କ ପରିବାରର ଲୋକେ ବୁଝିପାରିଲେ ଯେ ଆଉ ଲାଭ ନାହିଁ। ମହାବୀରଙ୍କ ସନ୍ନ୍ୟାସ ନେବାର ବେଳ ଆସିଯାଇଛି।

ସମ୍ବନ୍ଧିତ ଖବର