ଜଣେ ଦୁଷ୍ଟ ସ୍ବଭାବର ବଣିକ ଥିଲେ। ତାଙ୍କ ବ୍ୟବହାର ଥିଲା ଅତ୍ୟନ୍ତ କଦର୍ଯ୍ୟ। ସେଥି ପାଇଁ ଲୋକେ ତାଙ୍କୁ ଘୃଣା କରୁଥିଲେ। ଥରେ ଜଣେ ସନ୍ନ୍ୟାସୀ ତାଙ୍କ ଦୁଆରକୁ ଯାଇ ଭୀଷଣ ଅପମାନିତ ହେଲେ। ତାଙ୍କୁ ଗଳା ଧକ୍କା ଦେଇ ସେ ବାହାର କରିଦେଲେ। ସନ୍ନ୍ୟାସୀ ନିରବରେ ନିଜ ବାଟରେ ଚାଲିଗଲେ।
ଦିନକର କଥା। ବଣିକ ନିଜ ପରିଚାରକ ସହିତ ଘୋଡ଼ାରେ ଚଢ଼ି ଏକ ଦୂର ସ୍ଥାନକୁ ଯାଉଥିଲେ। ଏଇ ଭିତରେ ବଣିକଙ୍କ ଉପରେ ରାଗ ରଖି ଦାଉ ସାଧିବା ଲୋକେ ଏକଜୁଟ ହୋଇ ସାରିଥିଲେ। ସେମାନେ ସୁଯୋଗକୁ ଚାହିଁ ବସିଥିଲେ। ତେଣୁ ଏମିତି ସୁଯୋଗ ପାଇ ଦଳେ ଲୋକ ବଣିକ ଓ ତାଙ୍କ ପରିଚାରକଙ୍କ ପିଛା କଲେ। ଅଗତ୍ୟା ‌େସ ଦୁହେଁ ଜଙ୍ଗଲ ଭିତରକୁ ପଶିଗ‌େଲ ଏବଂ ଜଣେ ସନ୍ନ୍ୟାସୀଙ୍କ କୁଡ଼ିଆ ଦେଖି ସେଠାରେ ଲୁଚି ଯିବା ଲାଗି ସ୍ଥିର କଲେ। କିନ୍ତୁ ସେହି ସନ୍ନ୍ୟାସୀଙ୍କୁ ହିଁ ବଣିକ ସେ ଦିନ ଅପମାନିତ କରିଥିଲେ। ସୁତରାଂ, ଆଶ୍ରୟ ପାଇବାର ଆଶା ମଉଳି ଗଲା। କିନ୍ତୁ ତାଙ୍କୁ ଚକିତ କରି ସନ୍ନ୍ୟାସୀ ତାଙ୍କୁ ଆ‌ଶ୍ରୟ ଦେଲେ ଏବଂ ସେହି ଲୋକମାନଙ୍କୁ ବୁଝାଶୁଝା କରି ଫେରାଇ ଦେଲେ।
ଲୋକେ ଚାଲିଯିବା ପରେ ବଣିକ ଜଣକ ସନ୍ନ୍ୟାସୀଙ୍କୁ ଧନ୍ୟବାଦ ଦେବା ସହିତ ନିଜ ବ୍ୟବହାର ଲାଗି କ୍ଷମା ମାଗିଲେ। ତା’ ପରେ ସେ ପଚାରିଲେ- ମୁଁ ଆପଣଙ୍କୁ ସେ ଦିନ ଏତେ ଅପମାନ ଦେଇଥିବା ସତ୍ତ୍ବେ ଆପଣ ମୋତେ ସାହାଯ୍ୟ କଲେ କାହିଁକି?
ସନ୍ନ୍ୟାସୀ କହିଲେ- କଥାଟି ଏମିତି। ଆପଣଙ୍କ ପାଖରେ ବିଷର ଭଣ୍ଡାର। ଆପଣ ସେଇଥିରୁ ବାଣ୍ଟୁଛନ୍ତି। ମୋ ପାଖରେ ଅମୃତ ରହିଛି। ତେଣୁ ମୁଁ ତାକୁ ବାଣ୍ଟୁଛି। ଏହା ପଛରେ ଆଉ କିଛି ରହସ୍ୟ ନାହିଁ। ଯାହା ପାଖରେ ଯାହା ଅଛି ସେ ତାହା ହିଁ ‌େଦଇଥାଏ।