ଜଣେ ଧନୀ ବ୍ୟବସାୟୀଙ୍କ ଦୁଇ ପୁତ୍ର ଥିଲେ। ବଡ଼ ପୁଅ ଥିଲେ ନିରାସକ୍ତ ଏବ˚ ବୈରାଗୀ ପ୍ରକୃତିର। କିନ୍ତୁ ଦ୍ବିତୀୟ ପୁତ୍ର ଥିଲେ ତା’ର ସ˚ପୂର୍ଣ୍ଣ ବିପରୀତ। ବାପା ବଡ଼ ପୁଅକୁ ସେଥି ଲାଗି ଅଯୋଗ୍ୟ ବୋଲି ମନେ କରୁଥିଲେ। ପୁଅମାନେ ବଡ଼ ହେବା ପରେ ସାନ ପୁଅ ବ୍ୟବସାୟ ସମ୍ଭାଳିଲେ ଏବ˚ ଉତ୍ତରୋତ୍ତର ଉନ୍ନତି କଲେ। ବଡ଼ ଭାଇର ପ୍ରକୃତି ଦେଖି ସାନ ତାଙ୍କ ସହିତ ଏମିତି ବ୍ୟବହାର କଲେ ଯେ ବଡ଼ ଭାଇ ଘରୁ ଚାଲିଯାଇ ବାହାରେ ଏକ କୁଡ଼ିଆ କରି ରହିଲେ। ସାନ ପୁଅ ବଡ଼ ଭାଇଙ୍କୁ ତିରସ୍କାର କରି କହିଲେ ଯେ ଭାଇ ଜୀବନ କେମିତି ଜିଅନ୍ତି ତାହା ଜାଣିପାରିଲେ ନାହିଁ। ସେ ପ୍ରକୃତରେ ଅଯୋଗ୍ୟ।
ଦିନ ଗଡ଼ି ଚାଲିଲା। କିନ୍ତୁ ସମୟ ସଦାବେଳେ ସମାନ ନ ଥାଏ। ସାନ ଭାଇ ଚଳାଉଥିବା ବ୍ୟବସାୟରେ ଥରେ ଭୀଷଣ କ୍ଷତି ହେଲା। ସେ କପର୍ଦ୍ଦକଶୂନ୍ୟ ହୋଇଗଲେ। ଆଉ କିଛି ବାଟ ନ ପାଇ ସେ ଆତ୍ମହତ୍ୟା କରିବାକୁ ସ୍ଥିର କଲେ। ସେଥିଲାଗି ସହର ନିକଟସ୍ଥ ଏକ ନିକାଞ୍ଚନ ଜାଗାରେ ଥିବା ଗୋଟିଏ ପରିତ୍ୟକ୍ତ କୂଅ ଭିତରକୁ ଡେଇଁ ପଡ଼ିବାକୁ ବସିଲେ। ଏତିକି ବେଳେ ତାଙ୍କ କାନ୍ଧରେ କାହାର କର ସ୍ପର୍ଶ ଅନୁଭବ କଲେ। ପଛକୁ ବୁଲି ଦେଖନ୍ତି ତ ବଡ଼ ଭାଇ। ବଡ଼ ଭାଇ ତାଙ୍କୁ ବୁଝାଇ ଶୁଝାଇ ନିଜ କୁଡ଼ିଆକୁ ଆଣିଲେ। ସେଇଠି ବଡ଼ ଭାଇ ତାଙ୍କୁ କହିଲେ- ବାବୁ, ତୁମେ ମୋତେ କହିଥିଲ ଯେ ମୁଁ ଜୀବନ ଜିଇବା କ’ଣ ଜାଣିଲି ନାହିଁ। ମୁଁ ଅଯୋଗ୍ୟ। କିନ୍ତୁ କଥା ହେଲା ଭଲ ସମୟରେ ସମସ୍ତେ ଜୀବନ ଜିଇ ଜାଣନ୍ତି। ଜୀବନ ଜିଇବାର ଅସଲ କଳା ପ୍ରତିକୂଳ ପରିସ୍ଥିତିରେ ହିଁ କାମରେ ଆସେ। ଦେଖ, ମୁଁ କିଭଳି ମୋ ଜୀବନକୁ ଆନନ୍ଦରେ ଜିଉଛି। କିନ୍ତୁ ମୋ ଭଳି ଜୀବନ ଜିଇବା କଥା ଆସିଲା ବେଳକୁ ତୁମେ ଆତ୍ମହତ୍ୟା କରିବାକୁ ବସିଲ। ଏବେ ତୁମେ ବୁଝିପାରୁଥିବ ପ୍ରକୃତରେ ଜୀବନ ଜିଇବାର କଳା କ’ଣ?