ଗୋଟିଏ ପ୍ରମୁଖ ହିନ୍ଦୀ ଖବରକାଗଜର ମୁଖ୍ୟ ସ˚ପାଦକ କଥା ପ୍ରସଙ୍ଗରେ କହୁଥିଲେ ଏହି କଥାଟି।
ତାଙ୍କର ଖବରକାଗଜଟି ହିନ୍ଦୀ ଭାଷୀ ସମ୍ବାଦପତ୍ର ଭିତରେ ଏକ ଅଗ୍ରଗଣ୍ୟ ସମ୍ବାଦପତ୍ର। ତେଣୁ ତହିଁରେ ଭୁଲ୍ ବାହାରିବା ନେଇ ସମସ୍ତେ ବେଶ୍ ସତର୍କ ଥାଆନ୍ତି। କିନ୍ତୁ ବେଳେ ଅବେଳରେ ଭୁଲ୍ ପଶିଯାଉଥାଏ। ସ˚ପାଦକ ମହାଶୟ ଯେଉଁ ଘଟଣାର ବର୍ଣ୍ଣନା କରୁଥିଲେ ସେଇ ସମୟରେ ସେ ନୂଆ ନୂଆ ମୁଖ୍ୟ ସ˚ପାଦକ ଦାୟିତ୍ବ ଗ୍ରହଣ କରିଥାଆନ୍ତି। ଥରେ ସେ ଛୁଟିରେ ଥିବା ବେଳେ ଖବରକାଗଜରେ ବଡ଼ ଭୁଲ୍ଟିଏ ପ୍ରକାଶିତ ହେଲା। ପ୍ରଥମ ପୃଷ୍ଠାର ମୁଖ୍ୟ ଶିରୋନାମାରେ ଭୁଲ୍ଟିଏ ରହିଗଲା। ଏହା ପରେ ସବୁ ଥର ପରି ଖବରକାଗଜର ସମ୍ବାଦ ବିଭାଗର କର୍ମଚାରୀମାନଙ୍କର ଏକ ବୈଠକ ବସିଲା ଏବ˚ ଭୁଲ୍ କିଏ କରିଛି ବୋଲି ଠାବ କରାଗଲା ଏବ˚ ତାଙ୍କୁ ଦୁଇ ଦିନ ଲାଗି କାର୍ଯ୍ୟରୁ ଅନ୍ତର କରିଦିଆଗଲା। ସ˚ପାଦକ ମହାଶୟ ଛୁଟିରୁ ଫେରିବା ପରେ ତାଙ୍କୁ ଏ କଥା ଜଣାଇ ଦିଆଗଲା। କିନ୍ତୁ ସ˚ପାଦକ ମହାଶୟ ଏଥିରେ ଖୁସି ହେଲେ ନାହିଁ।
ପରିଚାଳକମାନଙ୍କ ଶୀର୍ଷ ସ୍ତରରେ ସେ ଏକ ପ୍ରସଙ୍ଗ ଉତ୍ଥାପନ କଲେ। ତାହା ହେଲା କିଏ ଭୁଲ୍ କରିଛି ତାହା ଜାଣିବା ଗୁରୁତ୍ବପୂର୍ଣ୍ଣ ନା କାହିଁକି ଭୁଲ୍ ହେଲା ତାହା ଜାଣିବା ଜରୁରୀ?
ଏ ବାବଦରେ ଆଲୋଚନା ହେଲା। ଶେଷରେ ସମସ୍ତେ ଏହା ସ୍ବୀକାର କଲେ ଯେ ଜଣକୁ ଭୁଲ୍ କରିଛି ବୋଲି ଦୋଷାରୋପ କରିବା ଅର୍ଥ ଅନ୍ୟମାନେ ଭୁଲ୍ କରନ୍ତି ନାହିଁ ବା କରିବେ ନାହିଁ ବୋଲି ପ୍ରମାଣିତ କରିବା। କିନ୍ତୁ ସତ କଥା ହେଉଛି କାମ କରୁଥିବା ଲୋକ କେବେ ନା କେବେ ଭୁଲ୍ କରିପାରେ। କେବଳ କାମ କରୁ ନ ଥିବା ଲୋକେ ଭୁଲ୍ କରନ୍ତି ନାହିଁ। ଦ୍ବିତୀୟ କଥା ହେଲା, କାହିଁକି ଭୁଲ୍ ହେଲା ବୋଲି ବୁଝିଲେ ଭୁଲ୍ର କାରଣ ଠିକ୍ ଭାବେ ନିରୂପିତ ହୋଇପାରେ ଏବ˚ ସେହି ପ୍ରକ୍ରିୟାଗତ ଦୁର୍ବଳତାକୁ ଦୂର କରାଯାଇପାରେ।
ଏହି ପ୍ରସଙ୍ଗରୁ ଅେନକ କିଛି ଶିଖିବାର ଅଛି।
ଜଣେ ସଂପାଦକଙ୍କ କଥା
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2021/12/foot.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)