ଜଣେ ଆଦର୍ଶ ଶିକ୍ଷକ ଥିଲେ। ତାଙ୍କ ଦ୍ବାରା ଅନୁପ୍ରାଣିତ ଜଣେ ଛାତ୍ର ବଡ଼ ହୋଇ ଆଦର୍ଶ ଏବ˚ ନ୍ୟାୟ ଦ୍ବାରା ପ୍ରଦର୍ଶିତ ମାର୍ଗରେ ଚାଲିଲା। ସେ ଭଲ ପାଠ ପଢ଼ି ଜଣେ ବିଚାରପତି ହେଲା।
ଥରକର କଥା। ସେ ଏକ ଧର୍ମ ସ˚କଟରେ ପଡ଼ିଲା। ବିଧିର ବିଧାନ। ଆଦର୍ଶ ଶିକ୍ଷକଙ୍କ ପୁତ୍ର, ଯେ କି ଶିକ୍ଷାଦୀକ୍ଷା ବଳରେ ଜଣେ ଉଚ୍ଚ ପଦାଧିକାରୀ ହୋଇପାରିଥିଲା କ୍ରମେ ଖୁବ୍ ଦୁର୍ନୀତିଗ୍ରସ୍ତ ହୋଇଗଲା। ଏଇ କାରଣରୁ ସେ ଗିରଫ ହେଲା ଏବ˚ ତା’ର ବିଚାର ଦାୟିତ୍ବ ଅଦାଲତରେ ତାଙ୍କ ପାଖକୁ ଆସିଲା। ସୁତରା˚, ସେ ଏକ ଧର୍ମ ସ˚କଟରେ ପଡ଼ିଲେ।
ବିଚାରପତି ଜାଣିଲେ ଯେ ସେ ଯାହାର ବିଚାର କରୁଛନ୍ତି ସେ ତାଙ୍କର ନମସ୍ୟ ଓ ଅତି ପ୍ରିୟ ଶିକ୍ଷକଙ୍କ ଏକମାତ୍ର ପୁତ୍ର। ପୁତ୍ର ପ୍ରତି ଶିକ୍ଷକଙ୍କ ଦୁର୍ବଳତା କଥା ସେ ଜାଣିଥିଲେ। ସେ ଏହା ବି ଜାଣିଥିଲେ ଯେ ଶିକ୍ଷକଙ୍କ ପୁତ୍ର ଦୁର୍ନୀତିଗ୍ରସ୍ତ। ସେ ଚାହିଁଥିଲେ ହୁଏତ ଶିକ୍ଷକଙ୍କ ପୁଅକୁ ନିର୍ଦୋଷ ବୋଲି ରାୟ ଦେଇ ପାରିଥାଆନ୍ତେ। କିନ୍ତୁ ସେ ସେମିତି କଲେ ନାହିଁ। ଶିକ୍ଷକଙ୍କ ପୁଅ ଲାଗି ସେ ଉଚିତ ଦଣ୍ତାଦେଶ କଲେ।
ସେ ଦିନ ଅଦାଲତରୁ ବାହାରିବା ବେଳେ ବାହାରେ ଶିକ୍ଷକ ବିଚାରପତିଙ୍କୁ ଅପେକ୍ଷା କରିଥିଲେ। ବିଚାରପତି ସିଧା ତାଙ୍କ ପାଖକୁ ଯାଇ ହାତଯୋଡ଼ି କହିଲେ- ସାର୍, ମୁଁ ଆପଣଙ୍କୁ ମୁହଁ ଦେଖାଇ ପାରୁନାହିଁ। ମୋତେ କ୍ଷମା କରନ୍ତୁ। କିନ୍ତୁ ମୋର ଆଉ ଚାରା ନ ଥିଲା।
ଶିକ୍ଷକ ତାଙ୍କୁ କହିଲେ- ଏ କି କଥା କହୁଛ? ତୁମେ ଯଦି ତାକୁ ନିର୍ଦୋଷ ବୋଲି ରାୟ ଦେଇଥାଆନ୍ତ ତେବେ ମୁଁ ତୁମକୁ ମୋ ମୁହଁ ଦେଖାଇ ପାରି ନ ଥାଆନ୍ତି। ତୁମ ଭଳି ଛାତ୍ର ଲାଗି ମୋ ଜୀବନ ଧନ୍ୟ ହୋଇଗଲା। ସେଇ କଥା କହିବାକୁ ମୁଁ ଏଠାରେ ଅପେକ୍ଷା କରିଛି।
ନ୍ୟାୟ ବିଚାର
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)