ଦୁଇ ବନ୍ଧୁ

କଥାଟିଏ-ଯାଯାବର

ଦୁଇ ଜଣ ଅତି ଘନିଷ୍ଠ ବନ୍ଧୁ ଥିଲେ। ଜଣେ ହସିଲେ ଆଉ ଜଣେ ହସେ, ଜଣେ କାନ୍ଦିଲେ ଆଉ ଜଣେ କାନ୍ଦେ। ଥରେ ଦୁଇ ବନ୍ଧୁ କୌଣସି ଏକ ସ୍ଥାନକୁ ଯାଉଥିବା ବେଳେ ଅନ୍ୟମନସ୍କ ଥିବା ଜଣେ ଗୋଟିଏ ଗଭୀର ଗାତରେ ଗଳି ପଡ଼ିଲା। ଏହା ଦେଖି ତତ୍‌କ୍ଷଣାତ୍ ତା’ର ବନ୍ଧୁ ବି ଗାତ ଭିତରକୁ ଡେଇଁ ପଡ଼ିଲା। ଦୁହେଁ ଗାତ ଭିତରୁ ଚିତ୍କାର କରିବାକୁ ଲାଗିଲେ। କିନ୍ତୁ ଦୁର୍ଯୋଗକୁ ସେ ଦିନ କେହି ସେ ଡାକ ଶୁଣିପାରିଲେ ନାହିଁ। ସେମାନେ ହତାଶାରେ କାନ୍ଦି ପକାଇଲା ବେକଳୁ ସେଇ ବାଟେ ଯାଉଥିବା ଜଣେ ବ୍ୟକ୍ତି ସେମାନଙ୍କୁ ଉଦ୍ଧାର କଲେ।
ଏମିତି କେମିତି ହେଲା ବୋଲି ସେ ପଚାରନ୍ତେ ଦୁଇ ଯୁବକ ସେମାନଙ୍କ ବନ୍ଧୁତାର ଦ୍ବାହି ଦେଇ ଯାହା ଘଟିଥିଲା ତାହା କହିଲେ। ଏହା ଶୁଣି ଉଦ୍ଧାରକର୍ତ୍ତା କହିଲେ- ତୁମେ ଦୁଇ ଜଣ ନିର୍ବୋଧ। ଦୁଇ ଜଣ ଯଦି ପ୍ରକୃତରେ ବନ୍ଧୁ, ଜଣେ ଗାତରେ ପଡ଼ିଯାଇଥିଲେ, ଅନ୍ୟ ଜଣକ ବାହାରେ ରହି ତାକୁ ଉଦ୍ଧାର କରିଥାଆନ୍ତା।
ଗପଟି କହି ସାରି ଗୁରୁ କହିଲେ ପ୍ରକୃତ ମିତ୍ରତାର ଅର୍ଥ ବନ୍ଧୁର ଦୁଃଖ ବେଳେ ପ୍ରକୃତିସ୍ଥ ରହି ତାକୁ ସେ ଅବସ୍ଥାରୁ ନିଷ୍କୃତି ପ୍ରଦାନ ଲାଗି ଚେଷ୍ଟା କରିବା। ତା ସହିତ ଦୁଃଖରେ ବୁଡ଼ିଯିବା ନୁହେଁ।

ସମ୍ବନ୍ଧିତ ଖବର